ପ୍ରଥମ କରି ଏସୀୟ କ୍ରୀଡ଼ା କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ। ବର୍ଷା ବାଧକ ସତ୍ତ୍ୱେ ଭାରତୀୟ କ୍ରିକେଟ ଟିମ୍ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବର୍ଷା ବାଧକ ସାଜିଥିଲା। ଏହା ସତ୍ତ୍ୱେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ବିଜୟୀ ଘୋଷଣା କରାଯାଇଛି।
News Flash:
— India_AllSports (@India_AllSports) October 7, 2023
Men's Cricket: India get GOLD medal as the Final match against Afghanistan gets abandoned due to rain.
India get Gold as they are higher ranked/seeds. #AGwithIAS #IndiaAtAsianGames #AsianGames2022 pic.twitter.com/ITJsYLBxxq
କ୍ରିକେଟରେ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୨ରେ ହହଞ୍ଚିଛି। ଏଥିରେ ୨୭ ସ୍ୱର୍ଣ୍ଣ, ୩୫ ରୌପ୍ୟ ଏବଂ ୪୦ ବ୍ରୋଞ୍ଜ ପଦକ ରହିଛି। ପ୍ରଥମ କରି ଦେଶର ପଦକ ସଂଖ୍ୟା ୧୦୦ ପାର୍ କରିଛି। ଆଜି ପୂର୍ବାହ୍ନରେ ମହିଳା କବାଡି ଟିମ୍ ସ୍ୱର୍ଣ୍ଣ ବିଜୟୀ ହୋଇ ଭାରତର ପଦକ ସଂଖ୍ୟାକୁ ୧୦୦ରେ ପହଞ୍ଚାଇଥିଲା। ଏହା ପୂର୍ବରୁ ମହିଳା ଓ ପୁରୁଷ ତୀରନ୍ଦାଜୀରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ମିଳିଥିଲା। ଏହାପରେ ବ୍ୟାଡମିଣ୍ଟନରେ ଐତିହାସିକ ସ୍ୱର୍ଣ୍ଣ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।