Advertisment

ଏସୀୟ କ୍ରୀଡ଼ା: ସ୍କ୍ୱାସରେ ଭାରତକୁ ମିଳିଲା ସ୍ୱର୍ଣ୍ଣ, ପଦକ ସଂଖ୍ୟା 83କୁ ବୃଦ୍ଧି

ସ୍କ୍ୱାସ୍ ମିକ୍ସଡ ଡବଲ୍ସରେ ମାଲେସିଆକୁ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପ୍ରତିଯୋଗୀ।

author-image
Debibandita Barick
Wining Player

Wining Player

ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ସ୍କ୍ୱାସ୍ ମିକ୍ସଡ ଡବଲ୍ସରେ ମାଲେସିଆକୁ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପ୍ରତିଯୋଗୀ। ଦୀପିକା ପାଲିକଲ-ହରିନ୍ଦର ପାଲ୍ ସିଂ ଯୋଡ଼ିକୁ ମିଳିଛି ସ୍ୱର୍ଣ୍ଣ। ମୋଟ ପଦକ ସଂଖ୍ୟା ୮୩ରେ ପହଞ୍ଚିଛି।  

Advertisment

ଏଥିରେ ୨୦ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ରହିଛି। ଆଜି ତୀରନ୍ଦାଜରେ ଭାରତକୁ ସ୍ୱର୍ଣ୍ଣ ମିଳିଥଲା। ମହିଳା ଟିମ୍ ଇଭେଣ୍ଟରେ ଅଦିତି, ଜ୍ୟୋତି ଓ ପରନୀତ କୌର ସ୍ୱର୍ଣ୍ଣ ଜିତିଥିଲେ। 

Advertisment

ଚୀନର ହାଙ୍ଗଝୌରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ଭାରତୀୟ ପ୍ରତିଯୋଗୀ ରୋମାଞ୍ଚକର ପ୍ରଦର୍ଶନ ଜାରି ରଖିଛନ୍ତି। ୨୦୧୮ ପରଠାରୁ ଏଥର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଛି। ଇଭେଣ୍ଟକୁ ଆଉ 4 ଦିନ ବାକିଥିବାରୁ ଏଥର ପଦକ ସଂଖ୍ୟା ଶତକ ଡେଇଁପାରେ ବୋଲି ଆଶା କରାଯାଉଛି। ୨୦୧୮ରେ ଭାରତ ମୋଟ ୭୧ଟି ପପଦକ ପାଇଥିଲା

ଗତକାଲି ଟୁର୍ଣ୍ଣାମେଣ୍ଟର ୧୦ମ ଦିନରେ ଭାରତ ୧୨ଟି ପଦକ ଜିତିଥିଲା। ଏଥିରେ ସର୍ବାଧିକ ପଦକ ଦୌଡ଼କୁଦରୁ ମିଳିଛି। ଗତକାଲି ମିଳିଥିବା ୧୨ ପଦକ ମଧ୍ୟରେ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି। ଜାଭେଲିନରେ ନୀରଜ ଚୋପ୍ରା ଏବଂ ଓଡିଆ ପୁଅ କିଶୋର ଜେନା ସ୍ୱର୍ଣ୍ଣ ରୌପ୍ୟ ଭେଟି ଦେଇଛନ୍ତି। ଏହି ପ୍ରତିଯୋଗିତାରେ କିଶୋର ନିଜ ରେକର୍ଡ ନିଜେ ଭାଙ୍ଗି ଡାଇରେକ୍ଟ ଅଲିମ୍ପିକ୍ସ ପାଇଁ ସିଲେକ୍ଟ ହୋଇଛନ୍ତି। 

Asian Games 2023 Asian Games Squash Squash Competition