Advertisment

ଏସୀୟ କ୍ରୀଡ଼ା: ବ୍ୟାଡମିଣ୍ଟନରେ ଇତିହାସ, ପ୍ରଥମ କରି ଭାରତର ସ୍ୱର୍ଣ୍ଣ ବିଜୟ

ସାତ୍ୱିକ ଓ ଚିରାଗ ଯୋଡି ପ୍ରଥମ କରି ଏସିଆନ୍ ଗେମ୍ସ ବ୍ୟାଡମିଣ୍ଟନରେ ଭାରତକୁ ସ୍ୱର୍ଣ୍ଣ ଭୋଟି ଦେଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Satwik-Chirag

Satwik-Chirag

ଏସୀୟ କ୍ରୀଡ଼ାର ଚତୁର୍ଦଶ ଦିବସରେ ଭାରତର ପଦକ ବର୍ଷା। ଏଥିସହ ପ୍ରଥମ କରି ଏସିଆନ୍ ଗେମ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ସାତ୍ୱିକ ଓ ଚିରାଗ ଯୋଡି ଏସିଆନ୍ ଗେମ୍ସ ଇତିହାସରେ ପ୍ରଥମ କରି ଭାରତକୁ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି।

Advertisment

ଫାଇନାଲରେ କୋରିଆନକୁ ୨୧-୮, ୨୧-୧୬ ରେ ବିଜୟୀ ହୋଇଛନ୍ତି। ଭାରତର ସାତ୍ୱିକସାଇରାଜ ରଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟୀ ଭାରତ ପକ୍ଷରୁ ଫାଇନାଲ୍ ଖେଳିଥିଲେ। ଏସିଆନ୍ ଗେମ୍ସର ୭୨ ବର୍ଷ ଯାତ୍ରାରେ ପ୍ରଥମ କରି ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେମିଫାଇନାଲ୍ ଏବଂ ଫାଇନାଲରେ ପ୍ରବେଶ କରିଥିଲେ ଭାରତ। ଆଉ ଶେଷରେ ଏହି ଯାତ୍ରାରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଛି।

Advertisment

ଚଳିତ ସଂସ୍କରଣରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି ଭାରତୀୟ ପ୍ରଚିଯୋଗୀ। ପ୍ରଥମ କରି ଦେଶର ପଦକ ସଂଖ୍ୟା ୧୦୦ ପାର୍ କରିଛି। ଆଜି ପୂର୍ବାହ୍ନରେ ମହିଳା କବାଡି ଟିମ୍ ସ୍ୱର୍ଣ୍ଣ ବିଜୟୀ ହୋଇ ଭାରତର ପଦକ ସଂଖ୍ୟାକୁ ୧୦୦ରେ ପହଞ୍ଚାଇଥିଲା। ଏହା ପୂର୍ବରୁ ମହିଳା ଓ ପୁରୁଷ ତୀରନ୍ଦାଜୀରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ମିଳିଥିଲା। ଏହାପରେ ବ୍ୟାଡମିଣ୍ଟନରେ ଐତିହାସିକ ସ୍ୱର୍ଣ୍ଣ ମିଳିଛି।