Advertisment

ଏସୀୟ କ୍ରୀଡ଼ାରେ ଭାରତକୁ ନବମ ସ୍ୱର୍ଣ୍ଣ

ଟେନିସ ମିକ୍ସଡ ଡବଲ୍ସରେ ଭାରତକୁ ମିଳିଲା ସ୍ୱର୍ଣ୍ଣ। ସ୍ୱର୍ଣ୍ଣ ପଦକ ସଂଖ୍ୟା 9ରେ ପହଁଞ୍ଚିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Gold Winer

Gold Winer

ଏସୀୟ କ୍ରୀଡ଼ାରେ ନବମ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଟେନିସ ମିକ୍ସଡ ଡବଲ୍ସରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ରୋହନ ବୋପାନ୍ନା-ରୁତୁଜା ଭୋସଲେ ଯୋଡ଼ି ଟେନିସ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି। 

Advertisment

ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ତମ ଏସୀୟ କ୍ରୀଡାରେ ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ପ୍ରତିଯୋଗୀ। ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା ୩୫ରେ ପହଁଞ୍ଚିଛି। ଏଥିସହ ଭାରତ ପଦକ ତାଲିକାଲେ ଚତୁର୍ଥକୁ ଉଠିଛି। ୩୫ ପଦକ ମଧ୍ୟରୁ ୯ଟି ସ୍ୱର୍ଣ୍ଣ, ୧୩ ରୌପ୍ୟ, ୧୩ ବ୍ରୋଞ୍ଜ ରହିଛି।

Advertisment

ଏଥିମଧ୍ୟରୁ କେବଳ ଶୁଟିଂରେ ଦେଶକୁ ୫ ଗୋଲ୍ଡ ମେଡାଲ ମିଳିଛି। ଏହାବାଦ୍ ମହିଳା କ୍ରିକେଟ ଓ ଅଶ୍ୱଚାଳନାର ଡ୍ରେସେଜ ଇଭେଣ୍ଟରେ ଦେଶକୁ ମିଳିଛି ସ୍ୱର୍ଣ୍ଣ। ପ୍ରତିଯୋଗିତାର ଷଷ୍ଠ ଦିନ ଅର୍ଥାତ୍ ଗତକାଲି ଭାରତ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିଥିଲା। ଆଜି ସକାଳେ ୧୦ ମିଟର ଏୟାର୍ ରାଇଫଲ୍ ମିକ୍ସ ଇଭେଣ୍ଟରେ ଭାରତ ଜିତିଥିଲା ରୌପ୍ୟ। 

Tennis Asian Games 2023 India Asian Games Gold Medal Asian Games Event Rohan Bopanna Rutuja Bhosale