Advertisment

ଏସୀୟ କ୍ରୀଡା: ସୁଟିଂରେ ସାମ୍ରା ଜିତିଲେ ସ୍ୱର୍ଣ୍ଣ, ଭାରତର 5 ଗୋଲ୍ଡ ମେଡାଲ

19ତମ ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସଫଳତା। ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ସୁଟର୍ ସିଫ୍ତ କୌର ସାମ୍ରା।

ଅଦ୍ୟତନ ହୋଇଛି
Sift Kaur Samra

Sift Kaur Samra

Advertisment

ଚୀନ ହାଙ୍ଗଝୌରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ବର୍ଷା। ଆଉ ଏକ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପ୍ରତିଯୋଗୀ। ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଛନ୍ତି ସୁଟର ସିଫ୍ତ କୌର ସାମ୍ରା। ଏହି ବିଜୟ ସହ ଭାରତର ସ୍ୱର୍ଣ୍ଣ ସଂଖ୍ୟା 5ରେ ପହଞ୍ଚିଛି।

Advertisment

୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା ପାଇଛନ୍ତି ସାମ୍ରା। ସମାନ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି ଆଶି ଚୌକଶି। ୫ ସ୍ୱର୍ଣ୍ଣ, ୫ ରୌପ୍ୟ, ୮ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୮ରେ ପହଞ୍ଚିଛି। ଇଭେଣ୍ଟର ପଞ୍ଚମ ଦିନ ଅର୍ଥାତ୍ ଆଜି ମଧ୍ୟ ଭାରତ ଆଉ ଏକ ସ୍ୱର୍ଣ୍ଣ ଜିତିଥିଲା। 

Advertisment

ମହିଳା 25 ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ସୂର୍ଣ୍ଣ ଜିତିଥିଲେ ମାନୁ ଭାକର, ଇଶା ସିଂହ ଓ ଆର୍ ସାଙ୍ଗୱାନ୍। ଆୟୋଜକ ଟିମ୍ ଚୀନକୁ ହରାଇ ଏହି ବିଜୟ ହାସଲ କରିଥିଲେ ମହିଳା ଟିମ୍। 

Asian Games Asian Games 2023 India Gold Medal 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe