Advertisment

ଦୌଡକୁଦରେ ଭାରତକୁ ପଦକ ଭେଟି, ସ୍ୱର୍ଣ୍ଣ ପରେ ରୌପ୍ୟ ଓ ବ୍ରୋଞ୍ଜ

15 ଶହ ମିଟର ଦୌଡ ପ୍ରତିଯୋଗିତାରେ ହର୍ମିଲାନ ବେନ୍ସ ଏବଂ ଲଙ୍ଗ୍ ଜମ୍ପରେ ମୂରଳି ଶ୍ରୀଶଙ୍କର ରୌପ୍ୟ ଜିତିଛନ୍ତି।

ଅଦ୍ୟତନ ହୋଇଛି
Harmilan Bains

Harmilan Bains

Advertisment

ଏସୀୟ କ୍ରୀଡା ପ୍ରତିଯୋଗିତାରେ ପଦକ ବର୍ଷା। ସ୍ୱର୍ଣ୍ଣ ପରେ ରୌପ୍ୟ ଓ ବ୍ରୋଞ୍ଜ ଭେଟି ଦେଲେ ମହିଳା ଓ ପୁରୁଷ ପ୍ରତିଯୋଗୀ। 15 ଶହ ମିଟର ଦୌଡ ପ୍ରତିଯୋଗିତାରେ ହର୍ମିଲାନ ବେନ୍ସ ରୌପ୍ୟ ଜିତିଥିବା ବେଳେ ଲଙ୍ଗ୍ ଜମ୍ପରେ ମୂରଲୀ ଶ୍ରୀଶଙ୍କର ମଧ୍ୟ ରୌପ୍ୟ ବିଜୟୀ ହୋଇଛନ୍ତି।

Advertisment

ସେ ଚତୁର୍ଥ ପ୍ରୟାସ 8.19 ମିଟର ଲମ୍ୱ ଡିଆଁ ମାରି ରୌପ୍ୟ ଜିତିଛନ୍ତି। ସେପଟେ ଏସିଆନ ଗେମ୍ସର ଅଷ୍ଟମ ଦିନରେ ଭାରତକୁ ମିଳିଛି ତୃତୀୟ ସ୍ୱର୍ଣ୍ଣ। ପ୍ରଥମେ ସୁଟିଂ ଟ୍ରାପ୍ ଇଭେଣ୍ଟ, ପରେ ଷ୍ଟିପଲଚେଜରେ ଅବିନାଶ ସାବଲ ଏବଂ ଶଟପୁଟରେ ତଜିନ୍ଦର ପାଲ ସିଂହ ତୁର ସ୍ୱର୍ଣ୍ଣ ଜିତିଛନ୍ତି। ସ୍ୱର୍ଣ୍ଣ ବିଜୟ ସହ ସାବଲ ଷ୍ଟିପଲଚେଜରେ ଏସିଆନ ଗେମ୍ସ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

Advertisment

ସେହିପରି 15 ଶହ ମିଟର ପୁରୁଷ ଦୌଡ ପ୍ରତିଯୋଗିତାରେ ଅଜୟକୁମାର ରୌପ୍ୟ ଏବଂ ଜିନସନ ଜନସନ୍ ବ୍ରୋଞ୍ଜ ଜିତିଛନ୍ତି। ଡିସକସ୍ ଥ୍ରୋରେ ସୀମା ପୁନିଆ ଏବଂ ନନ୍ଦିନୀ ଅଗସରା ହେପ୍ଟାଥ୍ଲନରେ ବ୍ରୋଞ୍ଜ ପଦକ ହାତେଇଛନ୍ତି। ପୁନିଆ 58.62 ମିଟର ଦୂରତାକୁ ଥ୍ରୋ କରି ଭାରତ ପାଇଁ ଏହି ସଫଳତା ହାସଲ କରିଛନ୍ତି।

ଚୀନ ହାଙ୍ଗଝୌରେ ଆୟୋଜିତ ଏସୀୟ କ୍ରୀଡାର ଦୌଡକୁଦ ପ୍ରତିଯୋଗିତାରେ ଭାରତକୁ ପଦକ ପରେ ପଦକ ମିଳିଚାଲିଛି। ପ୍ରତିଯୋଗିତାର ଆଜି ଅଷ୍ଟମ ଦିନ ଲଙ୍ଗ୍ ଜମ୍ପ ପ୍ରତିଯୋଗିତା ସୁଦ୍ଧା ଭାରତକୁ 51ଟି ପଦକ ମିଳିସାରିଛି। ଏଥିରେ 13  ସ୍ୱର୍ଣ୍ଣ, 19 ରୌପ୍ୟ ଏବଂ 19 ବ୍ରୋଞ୍ଜ ପଦକ ରହିଛି। ସେପଟେ ଶୁଟିଂ ପ୍ରତିଯୋଗୀ ସେମାନଙ୍କ ଚଳିତ ସଂସ୍କରଣର ଏସୀୟ କ୍ରୀଡା ଯାତ୍ରା ଶେଷ କରିଛନ୍ତି। ମୋଟ ମେଡାଲ ମଧ୍ୟରେ ଶୁଟିଂ ପ୍ରତିଯୋଗୀ ସର୍ବାଧିକ 22ଟି ପଦକ ହାସଲ କରିଛନ୍ତି। 

Asian Games 2023 Sports News Asian Games Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe