Advertisment

ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ, ଭାରତ ପଦକ ସଂଖ୍ୟା ୧୦୦

କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା ୧୦୦ ଛୁଇଁଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ। ଶହେ ସଂଖ୍ୟକ ମେଡାଲରେ ପହଞ୍ଚିଲା ଭାରତ। କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା ୧୦୦ ଛୁଇଁଛି। ଚାଇନିଜ୍ ତାଇପାଇ ଟିମକୁ ହରାଇ ମହିଳା ଭାରତୀୟ କବାଡି ଦଳ ଶତକୀୟ ପଦକ ଭେଟି ଦେଇଛନ୍ତି। ଏହି ବିଜୟ ସହ  ଭାରତର ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିଥିବା ବେଳେ ଏଥିରେ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ ଏବଂ ୪୦ ବ୍ରୋଞ୍ଜ ରହିଛି।

Advertisment

ଶତକୀୟ ପଦକରେ ଭାରତୀୟ ମହିଳା କବାଡି ଟିମ୍ ୨୬-୨୫ରେ ଚାଇନିଜର ତାଇପାଇକୁ ହରାଇଛନ୍ତି। ଗ୍ରୁପ୍ ଷ୍ଟେଜ୍ ପର୍ଯ୍ୟାୟରେ ଦଳ ୩୪-୩୪ରେ ରହି ମ୍ୟାଚ୍ ଡ୍ର' ରଖିଥିଲା। ହେଲେ ଫାଇନାଲରେ ଗୋଟିଏ ପଏଣ୍ଟ ସହ ଏହି ବାଜି ମାରି ନେଇଛନ୍ତି। 

Advertisment

ସେପଟେ ଆଜି ତୀରନ୍ଦାଜୀରେ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ କମାଲ୍ କରିଛନ୍ତି। ଏଥିରେ ଦୁଇଟି ଗୋଲ୍ଡ ମେଡାଲ୍ ସହ ଗୋଟିଏ ସିଲଭର୍ ମିଳିଛି। ମହିଳା ତୀରନ୍ଦାଜୀ ପ୍ରତିଯୋଗୀ ଜ୍ୟୋତି ସୁରେଖା ଦକ୍ଷିଣ କୋରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଥିବାବେଳେ ପୁରୁଷ ଇଭେଣ୍ଟରେ ଦୁଇ ଭାରତୀୟଙ୍କ ମଧ୍ୟରେ ଟକ୍କର ହୋଇଥିଲା। ଶେଷରେ ଓଜାସଙ୍କୁ ସ୍ୱର୍ଣ୍ଣ ଏବଂ ଅଭିଷେକଙ୍କୁ ରୌପ୍ୟ ମିଳିଛି।

ଆଗକୁ ମଧ୍ୟ ମେଡାଲ୍ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ଆଜି ପୁରୁଷ କବାଡି, ବାଡମିଣ୍ଟନ ଏବଂ ପୁରୁଷ କ୍ରିକେଟ ମ୍ୟାଚ୍ ରହିଛି। ଏଥିରେ ନିଶ୍ଚିତ ରୂପେ ପଦକ ଆସିବା ନେଇ ଆଶା କରାଯାଉଛି।

ଚୀନର ହାଙ୍ଗଝୌରେ ଖେଳା ଯାଉଥିବା ଏସିଆନ ଗେମ୍ସରେ ପ୍ରଥମ କରି ଭାରତ ଏହି ଇତିହାସ ସୃଷ୍ଟି କରିଛି। ଭାରତାୟୀ ପ୍ରତିଯୋଗୀଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏଥର ପଦକ ସଂଖ୍ୟା ୧୦୦ ଅତିକ୍ରମ କରିବ ବୋଲି ଆଶା କରାଯାଉଥିଲା। ଆଉ ଶେଷରେ ୭୨ ବର୍ଷର ଯାତ୍ରାରେ ଏକ ମହାର୍ଘ୍ୟ ମୁହୂର୍ତ୍ତ ସୃଷ୍ଟି ହୋଇଛି। ପ୍ରତିଯୋଗୀଙ୍କ କଠୋର ପରିଶ୍ରମ ଏବଂ ଉତ୍ସାହ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ରୂପେ ପ୍ରେରଣାର ଉତ୍ସ ସାଜିବ।

ବର୍ତ୍ତମାନ ୧୦୦ ପଦକ ସହ ଭାରତ ତାଲିକାର ଚତୁର୍ଥରେ ରହିଛି। ଏହାବାଦ ଭାରତ ପ୍ରଥମଥର ପାଇଁ ଏସିଆନ ଗେମ୍ସରେ ୨୦ରୁ ଅଧିକ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୫୧ରୁ ଆରମ୍ଭ ହୋଇଥିବା ଏସିଆନ୍ ଗେମ୍ସ ପ୍ରତିଯୋଗିତାରେ ପ୍ରଥମ କରି ଭାରତୀୟ ପ୍ରତିଯୋଗୀମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି। କେବଳ ୨୦୧୮ରେ ଜାକାର୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତକୁ ୭୦ଟି ପଦକ ମିଳିଥିଲା। ଏଥିରେ ୧୬ ସ୍ୱର୍ଣ୍ଣ ରହିଥିଲା।  

Asian Games 2023 Asian Games Kabadi India Medal Tally India Medal Asian Games