Advertisment

ଏସୀୟ କ୍ରୀଡା: ପୁରୁଷ ହକି ଗ୍ରୁପ ପର୍ଯ୍ୟାୟରେ ସିଙ୍ଗାପୁରକୁ ହରାଇଲା ଭାରତ

ଗତକାଲି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲା ଭାରତ। ୮ରେ ପହଞ୍ଚିଛି ପଦକ ସଂଖ୍ୟା।

ଅଦ୍ୟତନ ହୋଇଛି
India vs Singapore hockey HIGHLIGHTS

India vs Singapore hockey HIGHLIGHTS

Advertisment

୧୯ତମ ଏସୀୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଜାରି। ଗତକାଲି ଦୁଇଟି ଗୋଲ୍ଡ ହାସଲ କରିଥିବା ବେଳେ ଆଜି ପୁରୁଷ ହକି ଗ୍ରୁପ ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ସିଙ୍ଗାପୁରକୁ ହରାଇଛନ୍ତି ଭାରତୀୟ ଟିମ୍।

Advertisment

ଅଧିନାୟକ ହରମନପ୍ରୀତ ସିଂହ ୪ ଓ ମନଦୀପ ହାଟ୍ରିକ୍‌ ଗୋଲ୍ ବଳରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା। ଏହି ମୁକାବିଲାରେ ସିଙ୍ଗାପୁରକୁ ୧୬-୧ ଗୋଲ୍‌ରେ ହରାଇଛି ଭାରତ। ଆସନ୍ତା ୨୮ରେ ଆଉ ଏକ ମୁକାବିଲାରେ ଜାପାନକୁ ଭେଟିବ ହକି ଟିମ୍।

ଚୀନର ହାଙ୍ଗଝୌରେ ଖେଳାଯାଉଥିବା ଏସୀୟ କ୍ରୀଡାର ଏହି ସଂସ୍କରଣରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଜାରି ରହିଛି। ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଅର୍ଥାତ୍ ଗତକାଲି ଦୁଇଟି ସୂର୍ଣ୍ଣ ପଦକ ଜିତିଛନ୍ତି। ପ୍ରଥମେ ସୁଟିଂରେ ଗୋଲ୍ଡ ମିଳିଥିବା ବେଳେ ପ୍ରଥମ କରି ମହିଳା କ୍ରିକେଟ ଟିମ୍ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି।

Advertisment

ପ୍ରଥମ କରି ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ଭାଗ ନେଇଥିଲେ। ଆଉ ପ୍ରଥମ କରି ଏସିଆ ଗେମ୍ସରେ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପଦକ ସଂଖ୍ୟା ୮ରେ ପହଞ୍ଚିଛି। ଏଥିରେ ଦୁଇଟି ସ୍ୱର୍ଣ୍ଣ ୩ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଛି।

Asian Games Asian Games Update Asian Games Hockey Mandeep Harmanpreet India Beat SGP In Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe