Advertisment

ପୂର୍ବତନ ଅଲିମ୍ପିଆନ୍ ସୂରତ ସିଂହ ମାଥୁରଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲିମ୍ପିଆନ୍ ସୂରତ ସିଂହ ମାଥୁରଙ୍କ ପରଲୋକ ହୋଇଛି। ଭାରତ ପାଇଁ ୧୯୫୨ ଏସିଆନ୍ ଗେମ୍ସର ମାରାଥନ ବ୍ରୋଞ୍ଜ ପଦକ ବିଜେତା ଓ ୧୯୫୨ ଅଲିମ୍ପିକରେ ଭାଗ ନେଇଥିବା ସୂରତ ସିଂହଙ୍କ କରୋନା ଯୋଗୁ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫଆଇ) ଟୁଇଟ୍ କରି କହିଛି ଯେ ‘ସୂରତ ସିଂହ ଆମର ହଲ୍ ଅଫ୍ ଫେମ୍ ଆଥଲେଟ୍ ରହିଆସିଛନ୍ତି। ଭଗବାନ ତାଙ୍କ ଆତ୍ମାକୁ […]

ପୂର୍ବତନ ଅଲିମ୍ପିଆନ୍ ସୂରତ ସିଂହ ମାଥୁରଙ୍କ ପରଲୋକ

surat-singh-mathur

Advertisment

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲିମ୍ପିଆନ୍ ସୂରତ ସିଂହ ମାଥୁରଙ୍କ ପରଲୋକ ହୋଇଛି। ଭାରତ ପାଇଁ ୧୯୫୨ ଏସିଆନ୍ ଗେମ୍ସର ମାରାଥନ ବ୍ରୋଞ୍ଜ ପଦକ ବିଜେତା ଓ ୧୯୫୨ ଅଲିମ୍ପିକରେ ଭାଗ ନେଇଥିବା ସୂରତ ସିଂହଙ୍କ କରୋନା ଯୋଗୁ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

Advertisment

ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫଆଇ) ଟୁଇଟ୍ କରି କହିଛି ଯେ ‘ସୂରତ ସିଂହ ଆମର ହଲ୍ ଅଫ୍ ଫେମ୍ ଆଥଲେଟ୍ ରହିଆସିଛନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଭାରତକୁ ଗୌରବାନ୍ୱିତ କରିଥିବାରୁ ଧନ୍ୟବାଦ।’

ସୂରତ ସିଂହ ୧୯୫୨ ହେଲସିଙ୍କି କ୍ରୀଡ଼ାରେ ଅଲିମ୍ପିକ୍ ମାରାଥନ ଦୌଡ଼ ପୂରଣ କରିବାରେ ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଥିଲେ। ୧୯୪୮ରେ ଲଣ୍ଡନ୍ କ୍ରୀଡ଼ାରେ ଛୋଟା ସିଂହ ଅଲିମ୍ପିକ୍ ମାରାଥନ ଇଭେଣ୍ଟରେ ଭାଗ ନେବାରେ ସ୍ୱାଧୀନ ଭାରତର ପ୍ରଥମ ଧାବକ ଥିଲେ, କିନ୍ତୁ ସେ ଦୌଡ଼ ପୂରଣ କରିପାରି ନଥିଲେ। ୧୯୫୨ ଅଲିମ୍ପିକରେ ମାଥୁର୍ ମାତ୍ର ୨୨ ବର୍ଷର ଥିଲେ ଏବଂ ସେ ୨ ଘଣ୍ଟା ୫୮ ମିନିଟ୍ ୯.୨ ସେକେଣ୍ଡରେ ମାରାଥନ ପୂରଣ କରିଥିଲେ। ସେ ୫୨ତମ ସ୍ଥାନରେ ରହିଥିଲେ ।

Advertisment

ଦିଲ୍ଲୀରେ ୧୯୫୧ରେ ପ୍ରଥମ ଏସିଆନ୍ ଗେମ୍ସରେ ଛୋଟା ସିଂହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ମାଥୁର ବ୍ରୋଞ୍ଜ ପଦକ ଜିତିଥିଲେ। ଏସିଆନ୍ ଗେମ୍ସ (୧୯୫୧)ରେ ବ୍ରୋଞ୍ଜ ପଦକ ବ୍ୟତୀତ ମାଥୁରନ ନିଜ ଛୋଟିଆ କ୍ୟାରିୟରରେ ଜାତୀୟ ଚାମ୍ପିୟନଶିପରେ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। କ୍ରୀଡ଼ାରୁ ସନ୍ନ୍ୟାସ ପରେ ସେ ଉତ୍ତର-ପଶ୍ଚିମ ଦିଲ୍ଲୀର ମାଜରୀ କରାଲା ଗାଁରେ ରହୁଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe