Advertisment

ବକ୍ସିଂରେ ଆଉ ଏକ ପଦକ ପକ୍କା କଲେ ଅମିତ ପଙ୍ଘଲ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ବକ୍ସର ଅମିତ ପଙ୍ଘଲ। ସେ ୪୮ରୁ ୫୧ କେଜି (ଫ୍ଲାଏୱେଟ) ବର୍ଗର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ସେ କ୍ୱାର୍ଟର ଫାଇନାଲ ମୁକାବିଲାକୁ ୫: ୦ରେ ଜିତି ସେମିକୁ ଯାଇଛନ୍ତି। ସେମି ଫାଇନାଲରେ ତାଙ୍କର ମୁକାବିଲା ଜାମ୍ବିଆର ପ୍ୟାଟ୍ରିକ ଚିନେୟାମ୍ବାଙ୍କ ସହ ହେବ। ପ୍ୟାଟ୍ରିକ ଜଣେ ଦକ୍ଷ ବକ୍ସର ହୋଇଥିବାରୁ ସେମିରେ ସେ ଅମିତଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବାର ଆଶଙ୍କା ରହିଛି। […]

author-image
Hemant Lenka
ଅଦ୍ୟତନ ହୋଇଛି
ବକ୍ସିଂରେ ଆଉ ଏକ ପଦକ ପକ୍କା କଲେ ଅମିତ ପଙ୍ଘଲ

amit

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ବକ୍ସର ଅମିତ ପଙ୍ଘଲ। ସେ ୪୮ରୁ ୫୧ କେଜି (ଫ୍ଲାଏୱେଟ) ବର୍ଗର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ସେ କ୍ୱାର୍ଟର ଫାଇନାଲ ମୁକାବିଲାକୁ ୫: ୦ରେ ଜିତି ସେମିକୁ ଯାଇଛନ୍ତି। ସେମି ଫାଇନାଲରେ ତାଙ୍କର ମୁକାବିଲା ଜାମ୍ବିଆର ପ୍ୟାଟ୍ରିକ ଚିନେୟାମ୍ବାଙ୍କ ସହ ହେବ। ପ୍ୟାଟ୍ରିକ ଜଣେ ଦକ୍ଷ ବକ୍ସର ହୋଇଥିବାରୁ ସେମିରେ ସେ ଅମିତଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବାର ଆଶଙ୍କା ରହିଛି।

Advertisment

ଆଜି କ୍ୱାର୍ଟର ଫାଇନାଲରେ ଅମିତଙ୍କ ମୁକାବିଲା ସ୍କଟଲ୍ୟାଣ୍ଡର ଲେନୋନ ମୁଲ୍ଲିଗାନଙ୍କ ସହ ହୋଇଥିଲା। ପ୍ରଥମ ରାଉଣ୍ଡରୁ ଅମିତ ନିଜର ଦବଦବା ଦେଖାଇଥିଲେ। ତେବେ ଏହି ରାଉଣ୍ଡରେ ଅମିତଙ୍କୁ ଜଣେ ବିଚାରପତି ୯ ପଏଣ୍ଟ ଦେଇଥିବା ବେଳେ ବାକି ସମସ୍ତେ ୧୦ ପଏଣ୍ଟ ଲେଖାଏ ଦେଇଥିଲେ। ଦ୍ୱିତୀୟ ରାଉଣ୍ଡରେ କିନ୍ତୁ ଅମିତ ସମସ୍ତ ୫ ଜଣ ଯାକ ଜଜଙ୍କୁ ପ୍ରଭାବିତ କରି ୫୦ ପଏଣ୍ଟ ହାସଲ କରିଥିଲେ।

ତୃତୀୟ ରାଉଣ୍ଡରେ ଅମିତଙ୍କୁ ୪ ଜଣ ୧୦ ପଏଣ୍ଟ ଲେଖାଏ ଓ ଜଣେ ଜଜ ୯ ଏପଣ୍ଟ ଦେଇଥିଲେ। ଏହି ପଏଣ୍ଟ ଅମିତଙ୍କୁ ସେମି ଟିକେଟ ଦେବାକୁ ଯଥେଷ୍ଟ ଥିଲା। ସେ ୫-୦ରେ ଲେନୋନଙ୍କୁ ହରାଇ ସେମିରେ ପ୍ରବେଶ କରିଛନ୍ତି। ବକ୍ସିଂର ନିୟମ ଅନୁଯାୟୀ, ସେମିରେ ପ୍ରବେଶ କରୁଥିବା ବକ୍ସରଙ୍କୁ ଅତିକମରେ ବ୍ରୋଞ୍ଜ ପଦକ ମିଳିବ। ତେଣୁ ଅମିତ ସେମିରେ ହାରିଲେ ମଧ୍ୟ ବ୍ରୋଞ୍ଜ ପଦକ ସହ ସ୍ୱଦେଶ ଫେରିବେ। କିନ୍ତୁ ତାଙ୍କ ଠାରୁ ଦେଶ ସ୍ୱର୍ଣ୍ଣ ଆଶା ରଖିଛି।

Advertisment


ଅମିତ ପଙ୍ଘଲଙ୍କ ପୂର୍ବରୁ ମହିଳା ୪୮ କେଜି ବର୍ଗରେ ନିତୁ ଘନଘସ, ପୁରୁଷ ୫୭ କେଜି ବର୍ଗରେ ମହମ୍ମଦ ହସମୁଦ୍ଦିନ ଓ ମହିଳା ୫୦ କେଜି ବର୍ଗରେ ନିଖିତ ଜରୀନ ସେମିରେ ପ୍ରବେଶ କରି ଭାରତ ପାଇଁ ପଦକ ପକ୍କା କରିଥିଲେ। ତେବେ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଲଭଲୀନା କ୍ୱାର୍ଟର ଫାଇନାଲରେ ହାରି ସମସ୍ତଙ୍କୁ ନିରାଶ କରିଛନ୍ତି।