ଭାରତର ଅଞ୍ଜୁ ବବି ଜର୍ଜଙ୍କୁ ‘ୱିମେନ ଅଫ ଦି ଇୟର’ ସମ୍ମାନ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ ବିଶ୍ୱ ଆଥଲେଟିକ୍ସ ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ମହିଳା ସମ୍ମାନ ପାଇବେ। ସେ ଭାରତରେ ମହିଳା ଆଥଲେଟଙ୍କ ପ୍ରେରଣାରା ଉତ୍ସ ବିନିଥିବା ବେଳେ ଲିଙ୍ଗଗତ ସମାନତା ଦିଗରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ତାଙ୍କ ୱମେନ ଅଫ ଦ ଇୟର ପୁରସ୍କାର ମିଳିବାକୁ ଯାଉଛି। ବିଶ୍ୱ ଚାମ୍ପିୟନଶିପରେ ଏକମାତ୍ର ଭାରତୀୟ ଭାବେ ଅଞ୍ଜୁ ପଦକ ଜିତିଛନ୍ତି। ସେ ୨୦୦୩ ପ୍ୟାରିସ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ଲଙ୍ଗ ଜମ୍ପରେ ବ୍ରୋଞ୍ଜ […]

anju

anju

Hemant Lenka
  • Published: Thursday, 02 December 2021
  • Updated: 02 December 2021, 11:57 AM IST

Sports

Latest News

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ ବିଶ୍ୱ ଆଥଲେଟିକ୍ସ ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ମହିଳା ସମ୍ମାନ ପାଇବେ। ସେ ଭାରତରେ ମହିଳା ଆଥଲେଟଙ୍କ ପ୍ରେରଣାରା ଉତ୍ସ ବିନିଥିବା ବେଳେ ଲିଙ୍ଗଗତ ସମାନତା ଦିଗରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ତାଙ୍କ ୱମେନ ଅଫ ଦ ଇୟର ପୁରସ୍କାର ମିଳିବାକୁ ଯାଉଛି।

ବିଶ୍ୱ ଚାମ୍ପିୟନଶିପରେ ଏକମାତ୍ର ଭାରତୀୟ ଭାବେ ଅଞ୍ଜୁ ପଦକ ଜିତିଛନ୍ତି। ସେ ୨୦୦୩ ପ୍ୟାରିସ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ଜିତି ରେକର୍ଡ କରିଥିଲେ। ସେ IAAF ୱାର୍ଲ୍ଡ ଆଥଲେଟିକ୍ସ ଫାଇନାଲ୍ସ (ମୋନାକୋ ୨୦୦୫)ରେ ବି ସ୍ୱର୍ଣ୍ଣ ପଦକ ଜିତିଥିଲେ।

ପୂର୍ବତନ ଅନ୍ତର୍ଜାତୀୟ ଲଙ୍ଗଜମ୍ପ ଖେଳାଳି ଅଞ୍ଜୁ ଏବେ ବି ଏହି କ୍ରୀଡ଼ା ସହ ଜଡ଼ିତ ଅଛନ୍ତି। ସେ ୨୦୧୬ରେ ଝିଅମାନଙ୍କ ପାଇଁ ଗୋଟିଏ ଟ୍ରେନିଂ ଅନୁଷ୍ଠାନ ଖୋଲିଥିଲେ। ତାଙ୍କ ଠାରୁ ଟ୍ରେନିଂ ନେଇ ଜଣେ ଖେଳାଳି ଅଣ୍ଡର ୨୦ ବର୍ଗରେ ଭାରତ ପାଇଁ ମେଡାଲ ଜିତି ସାରିଛନ୍ତି। ଭାରତୀୟ ଦୌଡ଼କୁଦ ମହାସଂଘର ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରୁଥିବା ଅଞ୍ଜୁ ନିୟମିତ ଭାବେ ଲିଙ୍ଗଗତ ସମାନତା ସପକ୍ଷରେ ସ୍ୱର ଉଠାଇ ଚାଲିଛନ୍ତି।

କ୍ରୀଡ଼ା ଜଗତରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ପାଇଁ ସେ ସ୍କୁଲ ପିଲାଙ୍କ ମାର୍ଗଦର୍ଶକ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି। କ୍ରୀଡ଼ା ପ୍ରତି ତାଙ୍କର ଏପରି ଅବଦାନ ପାଇଁ ତାଙ୍କୁ ୱିମେନ ଅଫ ଦି ଇୟର ପୁରସ୍କାର ମିଳିବ।

ଏହି ପୁରସ୍କାର ପାଇ ଅଞ୍ଜୁ ମଧ୍ୟ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ସେ କହିଛନ୍ତି, “ବିଶ୍ୱ ଆଥଲେଟିକ୍ସ ପକ୍ଷରୁ ଏପରି ସମ୍ମାନ ପାଇ ମୁଁ ଗର୍ବିତ ଓ ଅଭିଭୂତ। ସକାଳୁ ଉଠି ଖେଳ ପାଇଁ କିଛି କରିବା ଅନୁଭବଠାରୁ ଆଉ କିଛି ଭଲ କଥା ହୋଇ ନପାରେ। ମୋ ପ୍ରୟାସକୁ ସମ୍ମାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।”

ଅନ୍ୟପକ୍ଷରେ ବିଶ୍ୱ ଆଥଲେଟିକ୍ସ ସମ୍ମାନ ୨୦୨୧ କାର୍ଯ୍ୟକ୍ରମରେ ଜମାଇକାର ଇଲାଇନେ ଥୋମ୍ପସନ ହେରା ଓ ନରୱେର କାରଷ୍ଟେନ ୱାରହୋଲମଙ୍କୁ ବିଶ୍ୱ ଆଥଲେଟିକ୍ସ ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story