Advertisment

ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ରେସଲର ରବି କୁମାର

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ଷ୍ଟାର ରେସଲର ରବି କୁମାର ଦାହିୟା। ସେ ଦମଦାର ବିଜୟ ସହ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂର ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ତାଙ୍କର ମୁକାବିଲା ରୁଷିଆନ ଅଲିମ୍ପିକ କମିଟିର ଜାଉର ଉଗୁଉଭେଙ୍କୁ ଭେଟିବେ। ଜାଉରଙ୍କ ସହ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଯଦି ବି ସେ ହାରି ଯାଆନ୍ତି, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ। […]

ଅଦ୍ୟତନ ହୋଇଛି
ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ରେସଲର ରବି କୁମାର

Ravi

Advertisment

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ଷ୍ଟାର ରେସଲର ରବି କୁମାର ଦାହିୟା। ସେ ଦମଦାର ବିଜୟ ସହ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂର ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ତାଙ୍କର ମୁକାବିଲା ରୁଷିଆନ ଅଲିମ୍ପିକ କମିଟିର ଜାଉର ଉଗୁଉଭେଙ୍କୁ ଭେଟିବେ। ଜାଉରଙ୍କ ସହ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଯଦି ବି ସେ ହାରି ଯାଆନ୍ତି, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ। କିନ୍ତୁ ଯଦି ସେ ସ୍ୱର୍ଣ୍ଣ ଜିତିବେ, ତା’ହେଲେ ଭାରତୀୟ ରେସଲିଂ ପାଇଁ ନୂଆ ଇତିହାସ ସୃଷ୍ଟି କରିବେ। କାରଣ ଭାରତ ପାଇଁ ଅଲିମ୍ପିକ୍ସରେ ଆଜି ଯାଏ କୌଣସି ରେସଲର ସ୍ୱର୍ଣ୍ଣ ଜିତି ନାହାନ୍ତି।

Advertisment

ଆଜି ରେସଲିଂ ମୈଦାନକୁ ଓହ୍ଲାଇ ଥିବା ରବି କୁମାର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ। ସେମି ଫାଇନାଲ ତାଙ୍କର ମୁକାବିଲାରେ କଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ସେ ଧାର୍ଯ୍ୟ ସମୟ ପୂର୍ବରୁ ଜିତି ନେଇଛନ୍ତି।

ମ୍ୟାଚ୍‌ ଜିତିବା ବେଳେ ରବି ୭-୯ରେ ପଛରେ ଥିଲେ। କିନ୍ତୁ ସାନାୟେଭଙ୍କୁ ଦମଦାର ଟ୍ୟାକେଲ ସହ ରବି କୁମାର ତଳେ ଫୋପାଡ଼ି ଦେବାରୁ ସେ ଆହତ ହୋଇଥିଲେ। ଏହି କାରଣରୁ ସାନାୟେଭଙ୍କୁ ଅମ୍ପାୟାର ଅନଫିଟ୍‌ ଘୋଷଣା କରିଥିଲେ। ଏହି କାରଣରୁ ଭାରତର ରବି କୁମାର ଫାଇନାଲକୁ ପ୍ରବେଶ କରିଛନ୍ତି।

Advertisment

ରବି କୁମାର ୫ମ ରେସଲର ଭାବେ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ କେଡି ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ ଓ ସାକ୍ଷୀ ମଲ୍ଲିକ ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି।

ସୂଚନାଯୋଗ୍ୟ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ ସେମିଫାଇନାଲରେ ପହଞ୍ଚିଥିଲେ।  ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର୍ ଫାଇନାଲରେ କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରୋସ୍ ଅର୍ବାନୋଙ୍କୁ ୧୩-୨ ପଏଣ୍ଟରେ ହରାଇଥିଲେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe