Advertisment

ଅଂଶୁ ମଲିକ ରୌପ୍ୟରେ ସନ୍ତୁଷ୍ଟ, ଫାଇନାଲରେ ହାରିଗଲେ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେସଲିଂରେ ଭାରତକୁ ମିଳିଛି ପ୍ରଥମ ପଦକ। ମହିଳା ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି। ସେମି ଫାଇନାଲରେ ମାତ୍ର ୬୪ ସେକେଣ୍ଡରେ ମ୍ୟାଚ୍ ଶେଷ କରିଥିବା ଅଂଶୁ ଫାଇନାଲରେ ହାରି ଯାଇଛନ୍ତି। ସେ ଫଇଜନାଲରେ ହାରିବାକୁ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ଫାଇନାଲରେ ଅଂଶଙ୍କୁ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ନାଇଜେରିଆର ଓଡୁନୋୟା ଫୋଲାସାଡେଙ୍କ ସହ ହୋଇଥିଲା। ଆରମ୍ଭରୁ ହିଁ ଓଡୁନୋୟା ୪ ପଏଣ୍ଟ ନେଇ ଅଂଶଙ୍କୁ ବ୍ୟାକଫୁଟକୁ […]

author-image
Hemant Lenka
ଅଂଶୁ ମଲିକ ରୌପ୍ୟରେ ସନ୍ତୁଷ୍ଟ, ଫାଇନାଲରେ ହାରିଗଲେ

ansu-malik

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେସଲିଂରେ ଭାରତକୁ ମିଳିଛି ପ୍ରଥମ ପଦକ। ମହିଳା ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି। ସେମି ଫାଇନାଲରେ ମାତ୍ର ୬୪ ସେକେଣ୍ଡରେ ମ୍ୟାଚ୍ ଶେଷ କରିଥିବା ଅଂଶୁ ଫାଇନାଲରେ ହାରି ଯାଇଛନ୍ତି। ସେ ଫଇଜନାଲରେ ହାରିବାକୁ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି।

Advertisment

ଫାଇନାଲରେ ଅଂଶଙ୍କୁ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ନାଇଜେରିଆର ଓଡୁନୋୟା ଫୋଲାସାଡେଙ୍କ ସହ ହୋଇଥିଲା। ଆରମ୍ଭରୁ ହିଁ ଓଡୁନୋୟା ୪ ପଏଣ୍ଟ ନେଇ ଅଂଶଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହାପରେ ଅଂଶୁ ଆଟାକିଂ ଖେଳିଥିଲେ। ହେଲେ ସେ ତ୍ରୁଟି କରିବାରୁ ଓଡୁନୋୟାଙ୍କୁ ଆଉ ୨ ପଏଣ୍ଟ ମିଳିଥିଲା। ଶେଷ ମିନିଟରେ ଅଂଶୁ ୪ ପଏଣ୍ଟ ହାସଲ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିବାକୁ ଏହା ସକ୍ଷମ ହୋଇଥିଲା। ଶେଷରେ ଅଂଶୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌କୁ ୪-୬ରେ ହାରି ଯାଇଛନ୍ତି। ଓଡୁନୋୟଙ୍କ ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣ। ସେ ୨୦୧୪ ଓ ୨୦୧୮ରେ ସ୍ୱର୍ଣ୍ଣ ଜିତିଥିଲେ।

ତେବେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ଏବେ ବି ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ ଖେଳିବାକୁ ବାକି ଅଛି।

Advertisment