Advertisment

ଓଡ଼ିଆ ଆଥ୍‌ଲେଟ୍ ଦୂତୀ ଚାନ୍ଦ ଗ୍ରହଣ କଲେ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦୂତିଙ୍କ ସହ ୨୬ଜଣ ଖେଳାଳିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି। କରୋନା ସଂକ୍ରମଣ ଯୋଗୁ ଭିଡିଓ କନଫରେନ୍ସିଂରେ ପୁରସ୍କାର ଦିଆଯାଇଥିଲା। ଦୂତୀଙ୍କ ବ୍ୟତୀତ ତୀରନ୍ଦାଜ ଅତନୁ ଦାସ, ବନ୍ଧୁକ ଚାଳକ ମନୁ ଭାକର, ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ବି ଅର୍ଜୁନ ପୁରସ୍କାର ଦିଆଯାଇଛି। ପାରା ଆଥଲେଟ ମରିୟାପ୍ପାନ, ଟେବୁଲ ଟେନିସ୍ […]

ଅଦ୍ୟତନ ହୋଇଛି
ଓଡ଼ିଆ ଆଥ୍‌ଲେଟ୍ ଦୂତୀ ଚାନ୍ଦ ଗ୍ରହଣ କଲେ ଅର୍ଜୁନ ପୁରସ୍କାର

duti

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦୂତିଙ୍କ ସହ ୨୬ଜଣ ଖେଳାଳିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି।

Advertisment

କରୋନା ସଂକ୍ରମଣ ଯୋଗୁ ଭିଡିଓ କନଫରେନ୍ସିଂରେ ପୁରସ୍କାର ଦିଆଯାଇଥିଲା। ଦୂତୀଙ୍କ ବ୍ୟତୀତ ତୀରନ୍ଦାଜ ଅତନୁ ଦାସ, ବନ୍ଧୁକ ଚାଳକ ମନୁ ଭାକର, ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ବି ଅର୍ଜୁନ ପୁରସ୍କାର ଦିଆଯାଇଛି।

ପାରା ଆଥଲେଟ ମରିୟାପ୍ପାନ, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା, ହକି ଖେଳାଳି ରାଣୀ ରାମପାଲଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯାଇଛି।

Advertisment

ଏଥିସହ ଜୀବନ ବ୍ୟାପୀ ଉକ୍ତୃଷ୍ଟ କୋଚିଂ ପାଇଁ ୮ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର  ଦିଆଯାଇଛି।

ତେବେ ଆଇପିଏଲ୍‌ ଖେଳିବାକୁ ଯାଇଥିବା କ୍ରିକେଟ ଖେଳାଳି ରୋହିତ ଶର୍ମା ଓ କରୋନା ସଂକ୍ରମଣ ଯୋଗୁ କ୍ୱାରେଣ୍ଟାଇନ୍‌ରେ ଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ଭିଡିଓ କନ୍‌ଫରେନ୍ସିଂରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଅନୁପସ୍ଥିତ ଥିଲେ। ଉଭୟଙ୍କୁ ଚଳିତ ବର୍ଷ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତି କରାଯାଇଥିଲା। ଆଜି ସେମାନଙ୍କୁ ପୁରସ୍କାର ଦିଆଯିବାର ଥିଲା। ତେବେ ସେମାନେ ଅନୁପସ୍ଥିତ ଥିବାରୁ ପରବର୍ତ୍ତୀ ସମୟରେ ଉଭୟଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe