Advertisment

ବିଜୟରୁ ଅଭିଯାନ ଆରମ୍ଭ କଲେ ବଜରଙ୍ଗ ଓ ଦୀପିକ ପୁନିଆ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜିଠାରୁ ଆରମ୍ଭ ହୋଇଛି କୁସ୍ତି ଇଭେଣ୍ଟ। ଏକାଧିକ ଭାରତୀୟ ଷ୍ଟାର ମଧ୍ୟ ଆଜି ମ୍ୟାଟ୍‌ ଉପରେ ନଜର ଆସିଛନ୍ତି। ଭାରତର ଦୁଇ ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବଜରଙ୍ଗ ପୁନିଆ ୧ ମିନିଟ ୪୭ ସେକେଣ୍ଡ ମଧ୍ୟରେ ନିଜର ପ୍ରତିପକ୍ଷଙ୍କୁ ଚିତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। […]

ବିଜୟରୁ ଅଭିଯାନ ଆରମ୍ଭ କଲେ ବଜରଙ୍ଗ ଓ ଦୀପିକ ପୁନିଆ

Deepak

Advertisment

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜିଠାରୁ ଆରମ୍ଭ ହୋଇଛି କୁସ୍ତି ଇଭେଣ୍ଟ। ଏକାଧିକ ଭାରତୀୟ ଷ୍ଟାର ମଧ୍ୟ ଆଜି ମ୍ୟାଟ୍‌ ଉପରେ ନଜର ଆସିଛନ୍ତି। ଭାରତର ଦୁଇ ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Advertisment

୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବଜରଙ୍ଗ ପୁନିଆ ୧ ମିନିଟ ୪୭ ସେକେଣ୍ଡ ମଧ୍ୟରେ ନିଜର ପ୍ରତିପକ୍ଷଙ୍କୁ ଚିତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଏହି ମ୍ୟାଚ୍‌କୁ ୪-୦ରେ ଜିତିଛନ୍ତି। ଆଜି ତାଙ୍କର ମୁକାବିଲା ନଉରାଉର ଲୋୱେ ବିଙ୍ଗହାମ ସହ ହୋଇଥିଲା। ହେଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ତାଙ୍କୁ ଆଟାକ କରିବାର କୌଣସି ସୁଯୋଗ ଦେଇଥିଲେ।

ଦେଢ଼ ମିନିଟ୍‌ ମଧ୍ୟରେ ବିଙ୍ଗହାମକୁ ଲକ୍‌ ପୋଜିସନରେ ରଖି ମ୍ୟାଚ୍‌କୁ ଏକତରଫା ଭାବେ ଜିତି ନେଇଥିଲେ। ବିଙ୍ଗହାମ ଲଢ଼େଇ ବେଳେ ଆଦୌ ବଜରଙ୍ଗଙ୍କ ଟେକନିକକୁ ବୁଝି ପାରି ନଥିବା ତାଙ୍କ ମୁହଁରୁ ସ୍ପଷ୍ଟ ଜଣାଡ଼ିଥିଲା। ଏବେ କ୍ୱାର୍ଟର ଫାଇନାଲରେ ବଜରଙ୍ଗଙ୍କ ମୁକାବିଲା ମରିସସର ଜେନ ଜୁୟଲିନେ ଜୋରିସ ବାନଡୌଙ୍କ ସହ ହେବ। ୨୦୧୮ରେ ବଜରଙ୍ଗ ସ୍ୱର୍ଣ୍ଣ ଜିତି ଥିବାରୁ ତାଙ୍କୁ ଠାରୁ ଏଥର ମଧ୍ୟ ଦେଶ ସ୍ୱର୍ଣ୍ଣ ଆଶାରେ ରହିଛି।

Advertisment

ଅନ୍ୟପକ୍ଷରେ ଦୀପକ ପୁନିଆ ମଧ୍ୟ ୮୬ କେଜି ବର୍ଗରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ମାଥ୍ୟୁ ଓକ୍ସେନହାମଙ୍କୁ ୩ ମିନିଟ ୨୨ ସେକେଣ୍ଡ ମଧ୍ୟରେ ହରାଇଛନ୍ତି। ମ୍ୟାଚ୍‌ରେ ଦୀପକଙ୍କୁ ଏକତରଫା ଭାବେ ୧୦ ଟେକ୍ନିକାଲ ପଏଣ୍ଟ ମିଳିବାରୁ ସେ ପରବର୍ତ୍ତୀ ରାଉଣ୍ଡ ଅର୍ଥାତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe