Advertisment

କୁସ୍ତିରେ ଭାରତକୁ ସ୍ୱର୍ଣ୍ଣ ଦେଲେ ବଜରଙ୍ଗ ଓ ସାକ୍ଷୀ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ରେସଲିଂରେ ମିଳିଛି ଡବଲ ସ୍ୱର୍ଣ୍ଣ। ଭାରତର ଷ୍ଟାର ରେସଲର ତଥା ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ପୁନିଆ ଜିତଛନ୍ତି ସ୍ୱର୍ଣ୍ଣ। ସେ ୬୫ କେଜି ବର୍ଗର ଫ୍ରିଷ୍ଟାଇଲରେ କାନାଡାର ଲାଚଲାନ ମ୍ୟାକନିଲଙ୍କୁ ୯-୨ ହରାଇ ଚାମ୍ପିୟନ ହୋଇଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ବଜରଙ୍ଗ ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ୨୦୧୪ରେ ସେ ରୌପ୍ୟ ପଦକ ଜିତିଥିଲେ। ସେହିପରି ମହିଳା ୬୨ କେଜି ବର୍ଗରେ ସାକ୍ଷୀ ମଲିକ ସ୍ୱର୍ଣ୍ଣ ପଦକ ହାସଲ […]

author-image
Hemant Lenka
ଅଦ୍ୟତନ ହୋଇଛି
କୁସ୍ତିରେ ଭାରତକୁ ସ୍ୱର୍ଣ୍ଣ ଦେଲେ ବଜରଙ୍ଗ ଓ ସାକ୍ଷୀ

Bajrang-punia

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ରେସଲିଂରେ ମିଳିଛି ଡବଲ ସ୍ୱର୍ଣ୍ଣ। ଭାରତର ଷ୍ଟାର ରେସଲର ତଥା ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ପୁନିଆ ଜିତଛନ୍ତି ସ୍ୱର୍ଣ୍ଣ। ସେ ୬୫ କେଜି ବର୍ଗର ଫ୍ରିଷ୍ଟାଇଲରେ କାନାଡାର ଲାଚଲାନ ମ୍ୟାକନିଲଙ୍କୁ ୯-୨ ହରାଇ ଚାମ୍ପିୟନ ହୋଇଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ବଜରଙ୍ଗ ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ୨୦୧୪ରେ ସେ ରୌପ୍ୟ ପଦକ ଜିତିଥିଲେ।

Advertisment

ସେହିପରି ମହିଳା ୬୨ କେଜି ବର୍ଗରେ ସାକ୍ଷୀ ମଲିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ କାନାଡ଼ାରେ ଆନ୍ନା ଗୋଞ୍ଜଲଜେଙ୍କୁ ପରାସ୍ତ କରି ଭାରତ ପାଇଁ କୁସ୍ତିରେ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି।

ଆଜିର ଫାଇନାଲ ମ୍ୟାଚରେ ବଜରଙ୍ଗଙ୍କ ବିପକ୍ଷରେ ମ୍ୟାକନିଲ ପ୍ରଥମରୁ ଆଟାକିଂ ଖେଳିଥିଲେ। ସେ ବାରମ୍ବାର ବଜରଙ୍ଗଙ୍କ ଲେଗକୁ ଆଟାକ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହାପରେ ବଜରଙ୍ଗ ଲେଗ ଆଟାକ କରି ୩ ପଏଣ୍ଟ ହାସଲ କରିଥିଲେ।

Advertisment

ଏହାପରେ ମ୍ୟାଟରୁ ମ୍ୟାକନିଲଙ୍କୁ ବାହାରକୁ ଠେଲି ଆଉ ଗୋଟିଏ ପଏଣ୍ଟ ହାସଲ କରିଥିଲେ। ଫଳରେ ବଜରଙ୍ଗ ୪-୦ରେ ଆଗୁଆ ହୋଇ ଯାଇଥିଲେ। ପ୍ରଥମ ରାଉଣ୍ଡ ସୁଦ୍ଧା ବଜରଙ୍ଗ ୪-୦ରେ ଆଗରେ ରହିଥିଲେ।

ଦ୍ୱିତୀୟ ରାଉଣ୍ଡରେ ବଜରଙ୍ଗ ତ୍ରୁଟି କରିବାରୁ ମ୍ୟାକନିଲଙ୍କୁ ୨ ପଏଣ୍ଟ ମିଳିଥିଲା। ହେଲେ ବଜରଙ୍ଗ ପୁଣି ୨ ପଏଣ୍ଟ ହାସଲ କରି ସ୍ଥିତିକୁ ୬-୨ କରିଥିଲେ। ପୁଣି ସେ ଗୋଟିଏ ପଏଣ୍ଟ ପାଇଥିଲେ। ଶେଷ ମିନିଟରେ ବଜରଙ୍ଗ ଦୁଇ ପଏଣ୍ଟ ହାସଲ କରିବା ସହ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ପଦକ ସହ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ସେହିପରି ଭାରତ ଏଯାଏ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୨ଟି ପଦକ ଜିତି ସାରିଲାଣି। ଏଥିରେ ୭ ସ୍ୱର୍ଣ୍ଣ ପଦକ ବ୍ୟତୀତ ୮ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ରହିଛି।