Advertisment

ବକ୍ସିଂ ଇଭେଣ୍ଟର ଫାଇନାଲରେ ଭାରତର ଅମିତ ଓ ନିତୁ

ବର୍ମିଂହାମ: ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ଦୁଇ ଷ୍ଟାର ବକ୍ସର ଅମିତ ପଙ୍ଘଲ ଓ ନିତୁ ଘନଘାସ। ଉଭୟ ନିଜ ନିଜ ବର୍ଗର ସେମି ଫାଇନାଲ ମୁକାବିଲା ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ଏମାନେ ଜିତିଲେ ଦେଶକୁ ସ୍ୱର୍ଣ୍ଣ ପଦକ ମିଳିବ। ନଚେତ ଉଭୟ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବେ। ଆଜି ପ୍ରଥମେ ନିତୁ ମହିଳା ୪୮ରୁ ୫୧ କେଜି ବର୍ଗର ସେମି ଫାଇନାଲ ଖେଳିବାକୁ ରିଙ୍ଗକୁ ଓହ୍ଲାଇଥିଲେ। ତାଙ୍କର ମୁକାବିଲା କାନାଡାର […]

author-image
Hemant Lenka
ବକ୍ସିଂ ଇଭେଣ୍ଟର ଫାଇନାଲରେ ଭାରତର ଅମିତ ଓ ନିତୁ

nitu

ବର୍ମିଂହାମ: ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ଦୁଇ ଷ୍ଟାର ବକ୍ସର ଅମିତ ପଙ୍ଘଲ ଓ ନିତୁ ଘନଘାସ। ଉଭୟ ନିଜ ନିଜ ବର୍ଗର ସେମି ଫାଇନାଲ ମୁକାବିଲା ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ଏମାନେ ଜିତିଲେ ଦେଶକୁ ସ୍ୱର୍ଣ୍ଣ ପଦକ ମିଳିବ। ନଚେତ ଉଭୟ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବେ।

Advertisment

ଆଜି ପ୍ରଥମେ ନିତୁ ମହିଳା ୪୮ରୁ ୫୧ କେଜି ବର୍ଗର ସେମି ଫାଇନାଲ ଖେଳିବାକୁ ରିଙ୍ଗକୁ ଓହ୍ଲାଇଥିଲେ। ତାଙ୍କର ମୁକାବିଲା କାନାଡାର ପ୍ରିୟଙ୍କା ଢିଲନଙ୍କ ସହ ହୋଇଥିଲା। ଆରମ୍ଭରୁ ହିଁ ନିତୁ ନିଜର ଦବଦବା ଦେଖା ପ୍ରଥମ ଦୁଇ ରାଉଣ୍ଡକୁ ୫-୦ରେ ଜିତିଥିଲେ। ତୃତୀୟ ରାଉଣ୍ଡ ଆରମ୍ଭ ହେବା ବେଳକୁ ସେ ଲିଡ କରୁଥିଲେ ମଧ୍ୟ ଢଲିନଙ୍କୁ କମବ୍ୟାକ କରିବାର କୌଣସି ସୁଯୋଗ ଦେଇ ନଥିଲେ। ଏହି ବାଉଟକୁ ମଧ୍ୟ ସେ ସର୍ବସମ୍ମତିକ୍ରମେ ଜିତି ଫାଇନାଲରେ ନିଜର ସ୍ଥାନ ପକ୍କା କରିଥିଲେ। ଆସନ୍ତାକାଲି ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ।

ସେହିପରି ପୁରୁଷ ୪୮ର ୫୧ କେଜି ଫ୍ଲାଏୱେଟ ବର୍ଗରେ ଭାରତର ଅମିତ ପଙ୍ଘଲ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମି ଫାଇନାଲରେ ଜାମ୍ବିଆର ପ୍ୟାଟ୍ରିକ ଚିନୟେମ୍ବାଙ୍କୁ ୫-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଲଢ଼େଇ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅମିତ ମଧ୍ୟ ଆସନ୍ତାକାଲି ଫାଇନାଲ ମୁକାବିଲା ଖେଳିବେ।

Advertisment