/odisha-reporter/media/post_attachments/uploads/2022/07/Mohammed-Hassamuddin.jpg)
Mohammed-Hassamuddin
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମୁକାବିଲାରେ ନିଜର ଦମ ଦେଖାଇଛନ୍ତି ଭାରତୀୟ ବକ୍ସର ମହମ୍ମଦ ହସମୁଦ୍ଦିନ। ସେ ୫୭ କେଜି ବର୍ଗର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଆଜିର ରାଉଣ୍ଡ ୩୨ ମୁକାବିଲାରେ ମହମ୍ମଦ ହସମୁଦ୍ଦିନ ଦକ୍ଷିଣ ଆଫ୍ରିକାର ଆମଜୋଲେଲେ ଡିଙ୍କୁ ୫-୦ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆମଜୋଲେଲେଙ୍କ ବିରୋଧରେ ଭାରତୀୟ ବକ୍ସର ହସମୁଦ୍ଦିନଙ୍କ ପଞ୍ଚ ଓ ପାଦର ମୁଭମେଣ୍ଟ ବେଶ ଚମତ୍କାର ରହିଥିଲା। ଏଥିପାଇଁ ସେ ୫ ଜଣ ବିଚାରପତିଙ୍କ ସର୍ବସମ୍ମତିକ୍ରମେ ବିଜୟୀ ହୋଇଛନ୍ତି।
/odisha-reporter/media/post_attachments/indiatoday/images/bodyeditor/202207/WhatsApp_Image_2022-07-30_at_5-x424.jpeg)
୩ଟି ଯାଉ ରାଉଣ୍ଡରେ ସେ ତାଙ୍କର ଦବଦବା ଦେଖାଇଥିଲେ। ପ୍ରଥମ ରାଉଉଣ୍ଡରେ ୫ ଜଣ ଯାକ ଜଜ ଭାରତର ହସମୁଦ୍ଦିନଙ୍କୁ ୧୦ ଲେଖାଏ ପଏଣ୍ଟ ଦେଇଥିବା ବେଳେ ଆମଜୋଲେଲେ ୯ ପଏଣ୍ଟ ଲେଖାଏ ପାଇଥିଲେ। ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ମଧ୍ୟ ପୂରା ୫ ଜଜଙ୍କ ଠାରୁ ହସମୁଦ୍ଦିନ ୫୦ ପଏଣ୍ଟ ଲେଖାଏ ପାଇଛନ୍ତି। ଏବେ କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକା କରିବା ପାଇଁ ହସମୁଦ୍ଦିନ ବାଂଲାଦେଶର ମହମ୍ମସ ସଲିମ ହୁସେନଙ୍କୁ ଭେଟିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
