ଟୋକିଓ: ପୁଣି ଜଣେ ଭାରତୀୟ ବକ୍ସର ଟୋକିଓ ଅଲିମ୍ପିକ୍ସରେ ନିରାଶ କରିଛନ୍ତି। ୬୯ରୁ ୭୫ କେଜି ମିଡିଲ ୱେଟ ବକ୍ସିଂ କ୍ୱାର୍ଟର ଫାଇନାଲରେ ଭାରତର ପୂଜା ରାଣୀ ହାରି ଯାଇଛନ୍ତି। ଏଥିସହ ତାଙ୍କର ଅଲିମ୍ପିକ୍ସ ଅଭିଯାନ ମଧ୍ୟ ଏହି ମ୍ୟାଚ୍ ପରେ ଶେଷ ହୋଇଛି। ଆଜିର ମ୍ୟାଚ୍ରେ ପୂଜାଙ୍କ ମୁକାବିଲା ଚାଇନାର ଲି କ୍ୟୁଆନଙ୍କ ସହ ହୋଇଥିଲା।
ଲି ହେଉଛନ୍ତି ପୂର୍ବତନ ବିଶ୍ୱ ଚାମ୍ପିୟନ। ନିଜର ଦକ୍ଷତା ଦେଖାଇ ସେ ପୂଜା ରାଣୀଙ୍କୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ମ୍ୟାଚ୍କୁ କବଜା କରି ନେଇଛନ୍ତି। ଲି ଏହି ମ୍ୟାଚକୁ ୫-୦ରେ ଜିତି ନେଇଛନ୍ତି।
ପ୍ରଥମ ସେଟ୍କୁ ଲି ୫-୦ରେ ଜିତି ନେଇଥିଲେ। ଅର୍ଥାତ ସମସ୍ତ ୫ ଜଣ ଯାକ ଜଜ୍ ଲିଙ୍କୁ ୧୦ ଲେଖାଏ ପଏଣ୍ଟ ଦେଇଥିଲେ। ଦ୍ୱିତୀୟ ସେଟରେ ପୂଜା କମବ୍ୟାକ କରିବେ ବୋଲି ଆଶା କରାଯାଉଥିଲା।
କିନ୍ତୁ ଏହାକୁ ମଧ୍ୟ ଲି ୫-୦ରେ ଜିତି ଥିଲେ। ତୃତୀୟ ସେଟରେ ବି ସମାନ ଘଟଣା ଘଟିଥିଲା। ଶେଷରେ ପୂଜାଙ୍କୁ ଲି ୫-୦ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ସାଣ୍ଟା ବେଶରେ ସର୍ପ୍ରାଇଜ ଦେଲେ ଧୋନି
ଧୋନିଙ୍କ ଏହି ନୂଆ ଅବତାରର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Cricket
ଆସନ୍ତାକାଲି ବକ୍ସିଂ ଡେ ଟେଷ୍ଟ: ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଓପନ କରିପାରନ୍ତି ରୋହିତ
ଭାରତୀୟ ଟିମ ମେଲବର୍ଣ୍ଣ ପିଚ୍କୁ ଦେଖି ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ସେହିପରି ପ୍ରଥମ ୩ଟି ଟେଷ୍ଟରେ ଯଶସ୍ୱୀ ଜୈସୱାଲଙ୍କ ସହ ଇନିଂସ ଆରମ୍ଭ କରିଥିବା କେଏଲ ରାହୁଲଙ୍କ ବ୍ୟାଟିଂ ଅର୍ଡର ମଧ୍ୟ ବଦଳିପାରେ।
Cricket
ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ଅଷ୍ଟ୍ରେଲିଆ, ଏହି ଦୁଇ ଖେଳାଳି ସାମିଲ
ଦିନକ ପୂର୍ବରୁ ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଦଳ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି।
Cricket
ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ୨ନଂରେ ସ୍ମୃତି ମନ୍ଧାନା
ଚଳିତ ସପ୍ତାହରେ ମନ୍ଧାନା ଇଣ୍ଡିଜ ବିପକ୍ଷରେ ଖେଳିଥିବା ୨ଟି ଟି-୨୦ରେ ଯଥାକ୍ରମେ ୬୨ ଓ ୭୭ ରନ କରିଥିଲେ। ଏଥିପାଇଁ ସେ ରାଙ୍କିଙ୍ଗର ୨ ନଂ ସ୍ଥାନରେ ପହଞ୍ଚଛନ୍ତି। ୨୮ ବର୍ଷୀୟ ମନ୍ଧାନା ପ୍ରଥମ ଦିନିକିଆରେ ୯୧ ଓ ଦ୍ୱିତୀୟ ଦିନିକିଆରେ ୫୩ ରନର ଇନିଂସ ଖେଳିଥିଲେ।
Cricket
ICC Ranking: ଐତିହାସିକ ରେକର୍ଡ କଲେ ବୁମ୍ରା, ଅଶ୍ୱିନଙ୍କ ସମକକ୍ଷ ହେଲେ
ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଅଶ୍ୱିନ ୨୦୧୬ ଡିସେମ୍ବର ମାସରେ ରେକର୍ଡ ୯୦୪ ରେଟିଂ ପଏଣ୍ଟ ହାସଲ କରିଥିଲେ। ଆଜି ବୁମ୍ରା ଏହି ରେକର୍ଡର ସମକକ୍ଷ ହୋଇଛନ୍ତି।