Advertisment

ନିରାଶ କଲେ ବକ୍ସର ପୂଜା ରାଣୀ, କ୍ୱାର୍ଟର ଫାଇନଲରେ ହାରିଗଲେ

ଟୋକିଓ: ପୁଣି ଜଣେ ଭାରତୀୟ ବକ୍ସର ଟୋକିଓ ଅଲିମ୍ପିକ୍ସରେ ନିରାଶ କରିଛନ୍ତି। ୬୯ରୁ ୭୫ କେଜି ମିଡିଲ ୱେଟ ବକ୍ସିଂ କ୍ୱାର୍ଟର ଫାଇନାଲରେ ଭାରତର ପୂଜା ରାଣୀ ହାରି ଯାଇଛନ୍ତି। ଏଥିସହ ତାଙ୍କର ଅଲିମ୍ପିକ୍ସ ଅଭିଯାନ ମଧ୍ୟ ଏହି ମ୍ୟାଚ୍‌ ପରେ ଶେଷ ହୋଇଛି। ଆଜିର ମ୍ୟାଚ୍‌ରେ ପୂଜାଙ୍କ ମୁକାବିଲା ଚାଇନାର ଲି କ୍ୟୁଆନଙ୍କ ସହ ହୋଇଥିଲା। ଲି ହେଉଛନ୍ତି ପୂର୍ବତନ ବିଶ୍ୱ ଚାମ୍ପିୟନ। ନିଜର ଦକ୍ଷତା ଦେଖାଇ ସେ ପୂଜା ରାଣୀଙ୍କୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି […]

ନିରାଶ କଲେ ବକ୍ସର ପୂଜା ରାଣୀ, କ୍ୱାର୍ଟର ଫାଇନଲରେ ହାରିଗଲେ

Pooja

Advertisment

ଟୋକିଓ: ପୁଣି ଜଣେ ଭାରତୀୟ ବକ୍ସର ଟୋକିଓ ଅଲିମ୍ପିକ୍ସରେ ନିରାଶ କରିଛନ୍ତି। ୬୯ରୁ ୭୫ କେଜି ମିଡିଲ ୱେଟ ବକ୍ସିଂ କ୍ୱାର୍ଟର ଫାଇନାଲରେ ଭାରତର ପୂଜା ରାଣୀ ହାରି ଯାଇଛନ୍ତି। ଏଥିସହ ତାଙ୍କର ଅଲିମ୍ପିକ୍ସ ଅଭିଯାନ ମଧ୍ୟ ଏହି ମ୍ୟାଚ୍‌ ପରେ ଶେଷ ହୋଇଛି। ଆଜିର ମ୍ୟାଚ୍‌ରେ ପୂଜାଙ୍କ ମୁକାବିଲା ଚାଇନାର ଲି କ୍ୟୁଆନଙ୍କ ସହ ହୋଇଥିଲା।

Advertisment

ଲି ହେଉଛନ୍ତି ପୂର୍ବତନ ବିଶ୍ୱ ଚାମ୍ପିୟନ। ନିଜର ଦକ୍ଷତା ଦେଖାଇ ସେ ପୂଜା ରାଣୀଙ୍କୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ମ୍ୟାଚ୍‌କୁ କବଜା କରି ନେଇଛନ୍ତି। ଲି ଏହି ମ୍ୟାଚକୁ ୫-୦ରେ ଜିତି ନେଇଛନ୍ତି।

ପ୍ରଥମ ସେଟ୍‌କୁ ଲି ୫-୦ରେ ଜିତି ନେଇଥିଲେ। ଅର୍ଥାତ ସମସ୍ତ ୫ ଜଣ ଯାକ ଜଜ୍‌ ଲିଙ୍କୁ ୧୦ ଲେଖାଏ ପଏଣ୍ଟ ଦେଇଥିଲେ। ଦ୍ୱିତୀୟ ସେଟରେ ପୂଜା କମବ୍ୟାକ କରିବେ ବୋଲି ଆଶା କରାଯାଉଥିଲା।

Advertisment

କିନ୍ତୁ ଏହାକୁ ମଧ୍ୟ ଲି ୫-୦ରେ ଜିତି ଥିଲେ। ତୃତୀୟ ସେଟରେ ବି ସମାନ ଘଟଣା ଘଟିଥିଲା। ଶେଷରେ ପୂଜାଙ୍କୁ ଲି ୫-୦ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe