Advertisment

ନୀରଜଙ୍କ ପାଇଁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ନୀରଜ ଚୋପ୍ରାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନେ ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, “ନୀରଜ ଚୋପ୍ରାଙ୍କ ବିଜୟ ଅଭୂତପୂର୍ବ। ଆପଣଙ୍କ ଜାଭେଲିନ ସ୍ୱର୍ଣ୍ଣ ସବୁ ପ୍ରତିବନ୍ଧକକୁ ଭାଙ୍ଗି ଦେଇଛି ଓ ଇତିହାସ ସୃଷ୍ଟି କରିଛି। ଆପଣ ନିଜର ପ୍ରଥମ ଅଲିମ୍ପିକ୍ସରେ ଭାରତ ପାଇଁ ଫିଲ୍ଡ ଓ […]

ନୀରଜଙ୍କ ପାଇଁ ଶୁଭେଚ୍ଛାର ସୁଅ

Neeraj112

Advertisment

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ନୀରଜ ଚୋପ୍ରାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନେ ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, “ନୀରଜ ଚୋପ୍ରାଙ୍କ ବିଜୟ ଅଭୂତପୂର୍ବ। ଆପଣଙ୍କ ଜାଭେଲିନ ସ୍ୱର୍ଣ୍ଣ ସବୁ ପ୍ରତିବନ୍ଧକକୁ ଭାଙ୍ଗି ଦେଇଛି ଓ ଇତିହାସ ସୃଷ୍ଟି କରିଛି। ଆପଣ ନିଜର ପ୍ରଥମ ଅଲିମ୍ପିକ୍ସରେ ଭାରତ ପାଇଁ ଫିଲ୍ଡ ଓ ଟ୍ରାକ୍‌ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି। ଆପଣଙ୍କ ସଫଳତା ଯୁବକଗୋଷ୍ଠୀଙ୍କୁ ଉତ୍ସାହିତ କରିବ।”

Advertisment


ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି, ଅତ୍ୟନ୍ତ ଅବିଶ୍ୱସନୀୟ ସଫଳତା। ନୀରଜ ଚୋପ୍ରା ଇତିହାସ ରଚି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ଦୀର୍ଘ ବର୍ଷ ଧରି ଫିଲ୍ଡ ଓ ଟ୍ରାକ୍‌ ଇଭେଣ୍ଟରେ ଭାରତ ପଦକ ପାଇଁ କରିଥିବା ଅପେକ୍ଷା ଶେଷ ହୋଇଛି ବୋଲି ସେ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୀରଜ ଯେଉଁ ଇତିହାସ ରଚିଲେ, ତାହା ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ମୋଦି କହିଛନ୍ତି।


ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରଜଙ୍କ ସ୍ୱର୍ଣ୍ଣ ପଦକ ପୂରା ଦେଶକୁ ଗର୍ବିତ କରିଛି ବୋଲି କହିଛନ୍ତି। ପୂରା ଦେଶ ଆଜି ନୀରଜ ପାଇଁ ଗର୍ବ କରୁଛି। ଆପଣ ପରବର୍ତ୍ତୀ ପିଢ଼ିଙ୍କ ପ୍ରେରଣାର ଉତ୍ସ ବୋଲି ନବୀନ ଟ୍ୱିଟ କରିଛନ୍ତି।


ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଆଜି ସାରା ବିଶ୍ୱରେ ଭାରତର ନାଁ ଗୁଞ୍ଜରିତ ହୋଇଛି। ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଆପଣଙ୍କ ପ୍ରଦର୍ଶନ ପାଇଁ ଅନେକ ଅନେକ ଶୁଭେଚ୍ଛା। ୧୩ ବର୍ଷ ଧରି ସ୍ୱର୍ଣ୍ଣ ଜିତିବାର ଅପେକ୍ଷା ଶେଷ ହୋଇଛି। ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି ଶ୍ରୀ ପଣ୍ଡା କରିଛନ୍ତି।


ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁର, କରିଣ ରିଜ୍ଜିଜୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ, କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି କୋଟିକୋଟି ଭାରତୀୟ ଆଜି ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe