Advertisment

ହସ୍ପିଟାଲରେ ଭର୍ତ୍ତି ହେଲେ ମିଲଖା ସିଂହ

ନୂଆଦିଲ୍ଲୀ: ଭାରତର ସର୍ବକାଳୀନ ମହାନ ଧାବକ ମିଲଖା ସିଂହଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହେବା ପରେ ମିଲଖା ସିଂହ ଘରେ କ୍ୱାରେଣ୍ଟାଇନରେ ଥିଲେ। ତାଙ୍କ ପୁଅ ତଥା ଶୀର୍ଷ ଗଲ୍ଫର ଜୀଭ୍ ମିଲଖା ସିଂହ କହିଛନ୍ତି ଯେ ପୂର୍ବ ସତର୍କତା ଆଧାରରେ ତାଙ୍କୁ ମୋହାଲର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୯୧ ବର୍ଷୀୟ ମିଲଖା ସିଂହ ବୁଧବାର କରୋନାରେ ଆକ୍ରାନ୍ତ ହୋଇଥିଲେ, ଯାହା ପରେ ସେ ଚଣ୍ଡୀଗଡ଼ ସ୍ଥିସତ ନିଜ […]

ହସ୍ପିଟାଲରେ ଭର୍ତ୍ତି ହେଲେ ମିଲଖା ସିଂହ

Milkha-Singh

Advertisment

ନୂଆଦିଲ୍ଲୀ: ଭାରତର ସର୍ବକାଳୀନ ମହାନ ଧାବକ ମିଲଖା ସିଂହଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହେବା ପରେ ମିଲଖା ସିଂହ ଘରେ କ୍ୱାରେଣ୍ଟାଇନରେ ଥିଲେ। ତାଙ୍କ ପୁଅ ତଥା ଶୀର୍ଷ ଗଲ୍ଫର ଜୀଭ୍ ମିଲଖା ସିଂହ କହିଛନ୍ତି ଯେ ପୂର୍ବ ସତର୍କତା ଆଧାରରେ ତାଙ୍କୁ ମୋହାଲର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

୯୧ ବର୍ଷୀୟ ମିଲଖା ସିଂହ ବୁଧବାର କରୋନାରେ ଆକ୍ରାନ୍ତ ହୋଇଥିଲେ, ଯାହା ପରେ ସେ ଚଣ୍ଡୀଗଡ଼ ସ୍ଥିସତ ନିଜ ଘରେ କ୍ୱାରେଣ୍ଟାଇନରେ ଥିଲେ । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ତାଙ୍କ ପୁଅ ଜୀଭ୍ ମିଲଖା ସିଂହ କହିଛନ୍ତି ଯେ ତାଙ୍କ ପିତା ଦୁର୍ବଳ ଅନୁଭୂତ କରୁଥିଲେ ଏବଂ ଗତକାଲିଠାରୁ କିଛି ଖାଉନଥିଲେ, ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ତେବେ ତାଙ୍କର ପାରାମିଟର୍ ଠିକଠାକ୍ ଅଛି, କିନ୍ତୁ ଆମେ ଭାବିଲୁ ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସୁରକ୍ଷିତ ହେବ। ହସ୍ପିଟାଲରେ ସେ ସିନିୟର ଡାକ୍ତରଙ୍କ ଅଭଜରଭେସନରେ ରହିବେ ।

Advertisment

ପିତାଙ୍କୁ କରୋନା ହୋଇଥିବା ଖବର ପାଇବା ପରେ ଜୀଭ ଶନିବାର ଦୁବାଇରୁ ଏଠାରେ ପହଞ୍ଚିଛନ୍ତି। ରିପୋର୍ଟ ପଜିଟିଭ୍ ଆସିବା ପରେ ମିଲଖା ସିଂହ କହିଥିଲେ ଯେ ଘରୋଇ ସହଯୋଗୀ ଭାଇରସରେ ସଂକ୍ରମିତ ହେବା ପରେ ତାଙ୍କ ପରିବାର ଟେଷ୍ଟ କରାଇଛନ୍ତି । ତାଙ୍କ ପତ୍ନୀ ନିର୍ମଳ କୌର ସମେତ ପରିବାରର ଅନ୍ୟ କୌଣସି ସଦସ୍ୟ ପଜିଟିଭ୍ ବାହାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe