Advertisment

ନୂଆ ଜାତୀୟ ରେକର୍ଡ ସତ୍ତ୍ୱେ ଦୂତୀ ଅଲିମ୍ପିକ୍ ଟିକେଟ୍‌ ପାଇବାରୁ ବଞ୍ଚିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ଷ୍ଟାର୍ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଦୂତୀ ପଟିଆଲାରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି’ର ଚତୁର୍ଥ ଚାମ୍ପିୟନଶିପରେ ନୂଆ ଜାତୀୟ ରେକର୍ଡ କରିଛନ୍ତି। ସେ ୧୦୦ ମିଟର୍ ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ପୂର୍ବରୁ ୧୦୦ ମିଟରରେ ଦୂତୀଙ୍କ ନାଁରେ ରେକର୍ଡ ୧୧.୨୨ ସେକେଣ୍ଡ ଥିଲା। ହେଲେ ପଟିଆଲାରେ ସେ ନିଜ ରେକର୍ଡକୁ ସହଜରେ ଭାଙ୍ଗି ନୂଆ ଜାତୀୟ ରେକର୍ଡ […]

ଅଦ୍ୟତନ ହୋଇଛି
ନୂଆ ଜାତୀୟ ରେକର୍ଡ ସତ୍ତ୍ୱେ ଦୂତୀ ଅଲିମ୍ପିକ୍ ଟିକେଟ୍‌ ପାଇବାରୁ ବଞ୍ଚିତ

dutee-chand

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ଷ୍ଟାର୍ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଦୂତୀ ପଟିଆଲାରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି'ର ଚତୁର୍ଥ ଚାମ୍ପିୟନଶିପରେ ନୂଆ ଜାତୀୟ ରେକର୍ଡ କରିଛନ୍ତି। ସେ ୧୦୦ ମିଟର୍ ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ପୂର୍ବରୁ ୧୦୦ ମିଟରରେ ଦୂତୀଙ୍କ ନାଁରେ ରେକର୍ଡ ୧୧.୨୨ ସେକେଣ୍ଡ ଥିଲା। ହେଲେ ପଟିଆଲାରେ ସେ ନିଜ ରେକର୍ଡକୁ ସହଜରେ ଭାଙ୍ଗି ନୂଆ ଜାତୀୟ ରେକର୍ଡ ସ୍ଥାନ କରିଛନ୍ତି।

Advertisment

ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ହେଁ ଦୂତୀ ଅଲିମ୍ପିକକୁ ଅଳ୍ପକେ କ୍ୱାଲିଫାଏ କରିବାକୁ ବଞ୍ଚିତ ହୋଇଛନ୍ତି। ଅଲିମ୍ପିକ୍ ପାଇଁ କ୍ୱାଲିଫାଏ ଟାଇମିଂ ୧୧.୧୫ ସେକେଣ୍ଡ ଧାର୍ଯ୍ୟ ଅଛି। କିନ୍ତୂ ଦୂତୀ ୦.୦୨ ସେକେଣ୍ଡ ପାଇଁ ଏହି ବଡ଼ ସଫଳତାରୁ ବଞ୍ଚିତ ହୋଇଛନ୍ତି।

ଚାମ୍ପିୟନଶିପର ୧୦୦ ମିଟର୍ ଫାଇନାଲ୍ ମୁକାବିଲାରେ ଦୂତୀ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କର୍ଣ୍ଣାଟକର ଧନେଶ୍ୱରୀ ଏଟି ୧୧.୪୮ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ଏବଂ ପଶ୍ଚିମବଙ୍ଗର ହିମଶ୍ରୀ ରୟ ୧୧.୭୨ ସେକେଣ୍ଡରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

Advertisment

ଦୂତୀଙ୍କ ପାଖରେ ଏବେବି ଅଲିମ୍ପିକକୁ କ୍ୱାଲିଫାଏ କରିବାର ସୁଯୋଗ ରହିଛି। ଦୂତୀ ଇଣ୍ଡିଆନ୍ ଗ୍ରାଁ ପ୍ରି'ର ୨୦୦ ମିଟର୍ ଦୌଡ଼ରେ ମଧ୍ୟ ଭାଗ ନେବେ। ସେହିପରି ୧୦୦ ମିଟରରେ ଅଲିମ୍ପିକକୁ କ୍ୱାଲିଫାଏ କରିବା ପାଇଁ ଦୂତୀଙ୍କ ପାଖରେ ଆଉ ଗୋଟିଏ ମାତ୍ର ସୁଯୋଗ ରହିଛି। ଜୁନ୍ ୨୫ ତାରିଖରେ ପଟିଆଲାରେ ଜାତୀୟ ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏହି ଚାମ୍ପିୟନଶିପ୍ ଜରିଆରେ ଦୂତୀ କ୍ୱାଲିଫାଇଙ୍ଗ୍ ମାର୍କ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଲିମ୍ପିକ୍ କ୍ୱାଲିଫାଏ ସମୟ ସୀମା ଜୁନ୍ ୨୯ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ତାଲିକା ଜୁଲାଇ ୧ ତାରିଖରେ ଅନ୍ତିମ ତାଲିକା ପ୍ରକାଶ ପାଇବ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe