Advertisment

ପ୍ରାକ୍ଟିସ୍ ବଦଳରେ ପ୍ରେମ ବ୍ୟାପାରରେ ମାତିଥିଲେ ଦୂତୀ: ଭଉଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଟୋକିଓ ଅଲିମ୍ପିକ୍ସରେ ଉଭୟ ୧୦୦ ଓ ୨୦୦ ମିଟରରେ ନିରାଶ କରିଛନ୍ତି ଭାରତୀୟ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ। ସୋମବାର ଦୂତୀ ୨୦୦ ମିଟର ଇଭେଣ୍ଟରେ ନିଜ ହିଟରେ ଶେଷ ସ୍ଥାନରେ ରହିଥିଲେ। ଦୂତୀଙ୍କ ଏହି ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛନ୍ତି। ଦୂତୀଙ୍କ ଏହି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ନକହି ନକହି ବହୁତ କଥା କହି ଦେଇଛନ୍ତି। ଖେଳରେ ମନ ଦେବା ବଦଳରେ ଦୂତୀ ପ୍ରେମ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପ୍ରାକ୍ଟିସ୍ ବଦଳରେ ପ୍ରେମ ବ୍ୟାପାରରେ ମାତିଥିଲେ ଦୂତୀ: ଭଉଣୀ

dutee

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଟୋକିଓ ଅଲିମ୍ପିକ୍ସରେ ଉଭୟ ୧୦୦ ଓ ୨୦୦ ମିଟରରେ ନିରାଶ କରିଛନ୍ତି ଭାରତୀୟ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ। ସୋମବାର ଦୂତୀ ୨୦୦ ମିଟର ଇଭେଣ୍ଟରେ ନିଜ ହିଟରେ ଶେଷ ସ୍ଥାନରେ ରହିଥିଲେ। ଦୂତୀଙ୍କ ଏହି ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛନ୍ତି। ଦୂତୀଙ୍କ ଏହି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ନକହି ନକହି ବହୁତ କଥା କହି ଦେଇଛନ୍ତି। ଖେଳରେ ମନ ଦେବା ବଦଳରେ ଦୂତୀ ପ୍ରେମ ବ୍ୟାପାରରେ ମାତିଥିଲେ ବୋଲି ସରସ୍ୱତୀ କହିବା ସହ ଦୂତୀଙ୍କ କୋଚଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।

Advertisment

ସରସ୍ୱତୀ ନିଜ ଫେସବୁକ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଦୂତୀଙ୍କ ସମ୍ବନ୍ଧରେ ମତ ରଖିଛନ୍ତି। ସେ କହିଛନ୍ତି, ଦୂତୀ ୧୦୦ ଓ ୨୦୦ ମିଟରରେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ତାହା ଅତ୍ୟନ୍ତ ନିରୁତ୍ସାହିତ ଓ ଲଜ୍ଜାଜନକ। ଦୂତୀଙ୍କ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସରକାର ଗତ ୪ ଚାରି ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ଦୂତୀ ସେ ପଇସାର ମୂଲ୍ୟ ଦେଇପାରିଲା ନାହିଁ।

ସରସ୍ୱତୀ ଦୂତୀଙ୍କ କୋଚଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଦୂତୀଙ୍କ କୋଚ୍ ସମ୍ବନ୍ଧରେ ସରସ୍ୱତୀ କହିଛନ୍ତି, ହାଫ୍ ପ୍ୟାଣ୍ଟ ପିନ୍ଧି ବେକରେ ହୁଇସଲ୍ ପକାଇ କଳିଙ୍ଗ ଷ୍ଟାଡିୟମରେ ବୁଲିଗଲେ, କେହି କେବେ ଇଣ୍ଟରନ୍ୟାଶନାଲ୍ କୋଚ୍ ହୋଇପାରିବେ ନାହିଁ। ସେ ଭାବୁଛନ୍ତି ଦୂତୀଙ୍କୁ ଅଲିମ୍ପିକ୍ସରେ ଦୌଡ଼ାଇ ଦେବା ସବୁଠାରୁ ବଡ଼ ସଫଳତା। ଦୂତୀର ଯେଉଁ ପୋଟେନ୍ସିଆଲ୍ ଅଛି, ସେ ଅଲିମ୍ପିକ୍ସରେ ଫାଇନାଲକୁ ଯିବା କଥା। କିନ୍ତୁ ସେ ସବୁବେଳେ ମଜା କରିବା, ଭୁବନେଶ୍ୱରରେ ଗୋଟିଏ ହୋଟେଲରେ ରହିକି ଫିଷ୍ଟ କରିବା ସହ କଲିକତା ଓ ପଞ୍ଜାବରେ ବୁଲିବା କଥା ଚିନ୍ତା କରୁଥିଲେ।

Advertisment

ଏପରିକି ଯେଉଁ ସମୟରେ ଖେଳ ଉପରେ କନସେନଷ୍ଟ୍ରେସନ୍ କରିବା କଥା, ସେହି ସମୟରେ ସେ ପ୍ରେମ ବ୍ୟାପାରରେ ମୁଣ୍ଡ ପୁରାଇଥିଲେ। ଯେଉଁ କାରଣରୁ ଆଜିର ପ୍ରଦର୍ଶନ ଉପରେ ତାହା ପ୍ରଭାବ ପକାଇଛି। ଯଦି ଦୂତୀ ଦୁଇଥର ଅଲିମ୍ପିକ୍ସରେ ଭାଗ ନେଇ ମହାନ ହେଇଗଲା, ତାହେଲେ ସୀମା ପୁନିଆଙ୍କ ଠାରୁ ଆରମ୍ଭ କରି ଅନେକ ଆଥଲେଟ୍ ତିନି-ଚାରିଥର ଅଲିମ୍ପିକ୍ସ ଖେଳିଛନ୍ତି। ଏମାନଙ୍କୁ ମଧ୍ୟ ମହାନ କୁହାଯିବ। ସତ କହିବାକୁ ଗଲେ ଦୂତୀଙ୍କ ଅଲିମ୍ପିକ୍ସ ପ୍ରଦର୍ଶନ ସମସ୍ତଙ୍କୁ କ୍ରୋଧାନ୍ୱିତ କରିଛି। ତେଣୁ ଦୂତୀ କାହିଁକି ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ, ତା’ର ଉତ୍ତର ଷ୍ଟପ୍ ୱାଚ୍ କୋଚ୍, କିଟର ତା’ର ଗଡଫାଦର୍, ତା’ ଗୋଷ୍ଠୀକୁ ଦେବାକୁ ପଡ଼ିବ, କାରଣ ସେମାନେ ଲୋକଙ୍କ ଟ୍ୟାକ୍ସରୁ କୋଟି କୋଟି ଟଙ୍କା ନେଇ ଖେଳରେ ବିନିଯୋଗ କରିଥିବା ସରସ୍ୱତୀ କହିଛନ୍ତି।

ଦୂତୀଙ୍କୁ ସମାଲୋଚନା କରିବା କଥା ନୂଆ କଥା ନୁହେଁ। କିଛି ଦିନ ତଳେ ଦୂତୀଙ୍କ ମା’ ମଧ୍ୟ ନିଜ ଝିଅକୁ ନେଇ ବଡ଼ ବୟାନ ଦେଇଥିଲେ। ଦୂତୀ ଟୋକିଓ ଯିବା ପାଇଁ ତାଙ୍କ ମା’ ଜାଣିନଥିଲେ। ସେ ଗଣମାଧ୍ୟମରୁ ଖବର ପାଇ ଦୂତୀଙ୍କ ଟୋକିଓ ଯିବା କଥା ଜାଣିବାକୁ ପାଇଥିଲେ। ଏହା ପୂର୍ବରୁ ସରସ୍ୱତୀ ଦୂତୀଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକଥର ନିଜ ସାନ ଭଉଣୀ ଉପରେ ବର୍ଷିଛନ୍ତି।

ସୂଚନାଯୋଗ୍ୟ, ୨୦୧୬ରେ ରିଓ ଅଲିମ୍ପିକ୍ସରେ ଦୂତୀ ୧୦୦ ମିଟରରେ ନିରାଶ କରିଥିଲେ। ରିଓରେ ଖରାପ ପ୍ରଦର୍ଶନ ପରେ ଦୂତୀ ଟୋକିଓରେ ଟେକ ରଖିବେ ବୋଲି ଆଶା କରାଯାଉଥିଲା। ଦୂତୀ ଟୋକିଓ ଅଲିମ୍ପିକ୍ସକୁ ସିଧାସଳଖ କ୍ୱାଲିଫାଏ କରିପାରିନଥିଲେ, କିନ୍ତୁ ଅନ୍ତର୍ଜାତୀୟ ରାଙ୍କିଙ୍ଗ୍ କୋଟାରେ ତାଙ୍କୁ ଅଲିମ୍ପିକ୍ସ ଟିକେଟ୍ ମିଳିଥିଲା। କିନ୍ତୁ ଏଥର ମଧ୍ୟ ଦୂତୀ ଖାଲି ହାତରେ ଫେରିଛନ୍ତି। ଦୂତୀ ଉଭୟ ୧୦୦ ଓ ୨୦୦ ମିଟରରେ ନିଜ ହିଟରେ ସପ୍ତମ ସ୍ଥାନରେ ରହିଥିଲେ।

‌Dutee Chand Tokyo Olympics