/odisha-reporter/media/post_attachments/uploads/2022/08/Dueet.jpg)
Dueet
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିରାଶ କରିଛନ୍ତି ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ। ସେ ମହିଳା ୧୦୦ ମିଟର ଇଭେଣ୍ଟରେ ଭାଗ ନେଇଥିଲେ ମଧ୍ୟ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ସେ ୧୦୦ ମିଟରର ୫ମ ହିଟ୍ରେ ଭାଗ ନେଇଥିଲେ। ହେଲେ ଦୂତୀ ୪ର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।
Advertisment
୧୦୦ ମିଟର ଦୂରତାକୁ ଅତିକ୍ରମ କରିବା ପାଇଁ ସେ ୧୧.୫୫ ସେକେଣ୍ଡ ସମୟ ନେଇଥିଲେ। ଯାହା ଅତ୍ୟନ୍ତ ନୈରାଶଜନକ। ପ୍ରତି ହିଟର ଟପ୍ ୩ ଜଣ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାର ପ୍ରାବଧାନ ରହିଥିଲା। ହେଲେ ଦୂତୀ ୪ର୍ଥ ସ୍ଥାନରେ ରହିଥିବାରୁ ସେ ପରବର୍ତ୍ତୀ ରାଉଣ୍ଡକୁ ଯାଇ ପାରି ନାହାନ୍ତି।
ସେହିପରି ୧୦୦ ମିଟର ଇଭେଣ୍ଟର ୨୫ ଜଣ ଖେଳାଳିଙ୍କ ମଧ୍ୟରୁ ଦୂତୀଙ୍କ ସ୍ଥାନ ୨୪ ରହିଛି। ତାଙ୍କ ତଳେ କେବଳ ଜାମ୍ବିଆର ଖେଳାଳି ରହିଛନ୍ତି। ଜାମ୍ବିଆ ଖେଳାଳିଙ୍କ ଟାଇମିଂ ୧୧.୫୭ ସେକେଣ୍ଡ ରହିଛି।
Advertisment
ସେହିପରି ସମସ୍ତ ହିଟ ପରେ ୧ ନଂ ସ୍ଥାନରେ ରହିଛନ୍ତି ନାଇଜେରିଆର ଆଥଲେଟ। ତାଙ୍କ ଟାଇମିଂ ହେଉଛି ୧୦.୯୯ ସେକେଣ୍ଡ।
/odisha-reporter/media/post_attachments/indiatoday/images/bodyeditor/202208/Screenshot_2022-08-02_at_5.34._0-x387.png)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
