Advertisment

ଟୋକିଓ ଅଲିମ୍ପିକ୍ସ: କାଲି ଦୌଡ଼ିବେ ଦୂତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଟୋକିଓ ଅଲିମ୍ପିକ୍ସରେ ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦ। ଏକମାତ୍ର ଭାରତୀୟ ଆଥ୍‌ଲେଟ୍ ଭାବେ ସେ ଟୋକିଓରେ ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି। ମହିଳା ଶହେ ମିଟର ଓ ଦୁଇ ଶହ ମିଟର ଦୌଡ଼ରେ ସେ ଭାଗ ନେଇଛନ୍ତି। ଆସନ୍ତାକାଲି ଦୂତିଙ୍କର ଶହେ ମିଟରର ଦୌଡ଼ ରହିଛି। ଭାରତୀୟ ସମୟ ଅନୁସାରେ ସକାଳ ୮ଟାରୁ ୯ଟା ଭିତରେ ରହିଥିବା ୭ଟି ହିଟ୍ସ ମଧ୍ୟରୁ ଗୋଟିଏରେ ସେ ଦୌଡ଼ିବେ। ଶହେ ମିଟର […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ସ: କାଲି ଦୌଡ଼ିବେ ଦୂତି

dutee-chand

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଟୋକିଓ ଅଲିମ୍ପିକ୍ସରେ ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦ। ଏକମାତ୍ର ଭାରତୀୟ ଆଥ୍‌ଲେଟ୍ ଭାବେ ସେ ଟୋକିଓରେ ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି। ମହିଳା ଶହେ ମିଟର ଓ ଦୁଇ ଶହ ମିଟର ଦୌଡ଼ରେ ସେ ଭାଗ ନେଇଛନ୍ତି।

Advertisment

ଆସନ୍ତାକାଲି ଦୂତିଙ୍କର ଶହେ ମିଟରର ଦୌଡ଼ ରହିଛି। ଭାରତୀୟ ସମୟ ଅନୁସାରେ ସକାଳ ୮ଟାରୁ ୯ଟା ଭିତରେ ରହିଥିବା ୭ଟି ହିଟ୍ସ ମଧ୍ୟରୁ ଗୋଟିଏରେ ସେ ଦୌଡ଼ିବେ।

ଶହେ ମିଟର ଦୌଡ଼ରେ ତାଙ୍କର ରେକର୍ଡ ହେଉଛି ୧୧.୧୭ ସେକେଣ୍ଡ, ଯାହା ଜାତୀୟ ରେକର୍ଡ ମଧ୍ୟ।

Advertisment

ଶହେ ମିଟର ଦୌଡ଼ ପାଇଁ ଅଲିମ୍ପିକ୍ସ କ୍ୱାଲିଫାଇଂ ଟାଇମିଂ ଥିଲା ୧୧.୧୫ ସେକେଣ୍ଡ। ତେଣୁ ସିଧାସଳଖ ତାଙ୍କୁ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍ ମିଳି ନଥିଲା। ତେବେ ବିଶ୍ୱ ରାଙ୍କିଂ ଅନୁସାରେ ତାଙ୍କୁ ଟୋକିଓ ଟିକେଟ ମିଳିଛି।

ଶହେ ମିଟର ଦୌଡ଼ ଇଭେଣ୍ଟରେ ଦୂତିଙ୍କର ବିଶ୍ୱ ରାଙ୍କିଙ୍ଗ ୪୨ ଥିବା ବେଳେ ୨ ଶହ ମିଟରରେ ରହିଛି ୫୨।

ଏହା ହେଉଛି ଦୂତିଙ୍କର ଦ୍ୱିତୀୟ ଅଲିମ୍ପିକ୍ସ। ଏହା ପୂର୍ବରୁ ସେ ୨୦୧୬ରେ ରିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ।

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍‌, ବ୍ୟାଡ୍‌ମିଣ୍ଟର ଷ୍ଟାର ପି.ଭି ସିନ୍ଧୁ ଓ ବକ୍ସର ସତୀଶ କୁମାର ଭାରତକୁ ପଦକ ଆଶା ଦେଇଛନ୍ତି। କାରଣ ଆଜି ଏମାନେ ସମସ୍ତେ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

Tokyo Olympics