Advertisment

୧୦୦ ମିଟର ଦୌଡ଼ରେ ଗୋଟିଏ ଦେଶ ଜିତିଲା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ

ଟୋକିଓ: ଚଳିତ ଅଲିମ୍ପିକ୍ସରେ ବିରଳ ରେକର୍ଡ ସୃଷ୍ଟି ହୋଇଛି। ୧୦୦ ମିଟର ଦୌଡ଼ରେ ଜାମାଇକାର ୩ ଖେଳାଳି ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଦେଶର ଖେଳାଳିମାନେ କେବଳ ଜଳକା ସାଜିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱର୍ଣ୍ଣ ପଦକ ଜିତିଥିବା ଜାମାଇକାର ଇଲାଇନେ ଥମ୍ପପସନ ହେରାହ ୩୩ ବର୍ଷତଳେ ଅଲିମ୍ପିକ୍ସରେ ସୃଷ୍ଟି ହୋଇଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଅଲିମ୍ପିକ୍ସରେ ମହିଳା ୧୦୦ ମିଟର ଦୌଡ଼ରେ ଫ୍ଲୋରେନ୍ସ […]

ଅଦ୍ୟତନ ହୋଇଛି
୧୦୦ ମିଟର ଦୌଡ଼ରେ ଗୋଟିଏ ଦେଶ ଜିତିଲା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ

Jamaica

Advertisment

ଟୋକିଓ: ଚଳିତ ଅଲିମ୍ପିକ୍ସରେ ବିରଳ ରେକର୍ଡ ସୃଷ୍ଟି ହୋଇଛି। ୧୦୦ ମିଟର ଦୌଡ଼ରେ ଜାମାଇକାର ୩ ଖେଳାଳି ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଦେଶର ଖେଳାଳିମାନେ କେବଳ ଜଳକା ସାଜିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱର୍ଣ୍ଣ ପଦକ ଜିତିଥିବା ଜାମାଇକାର ଇଲାଇନେ ଥମ୍ପପସନ ହେରାହ ୩୩ ବର୍ଷତଳେ ଅଲିମ୍ପିକ୍ସରେ ସୃଷ୍ଟି ହୋଇଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Advertisment

ଅଲିମ୍ପିକ୍ସରେ ମହିଳା ୧୦୦ ମିଟର ଦୌଡ଼ରେ ଫ୍ଲୋରେନ୍ସ ଗ୍ରିଫିଥ ଜୋୟନେର ରେକର୍ଡ ସୃଷ୍ଟି କରିଥିଲେ। ୧୯୮୮ ମସିହା ସେଓଲ ଅଲିମ୍ପିକ୍ସରେ ଫ୍ଲୋରେନ୍ସ ୧୦.୬୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ। ହେଲେ ଇଲାଇନେ ଆଜି ୧୦.୬୧ ମିନିଟରେ ୧୦୦ ମିଟର ଅତିକ୍ରମ କରି ନୂଆ ଅଲିମ୍ପିକ୍ସ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୧୬ ଅଲିମ୍ପିକ୍ସରେ ମଧ୍ୟ ଇଲାଇନେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ୧୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ଫ୍ଲୋରେନ୍ସଙ୍କ ନାଁରେ ରହିଛି। ସେ ୧୦.୪୯ ସେକେଣ୍ତରେ ୧୦୦ ମିଟର ଅତିକ୍ରମ କରିଥିଲେ।

Elaine Thompson-Herah of Jamaica, poses for photographs by the clock after winning the women's 100-meters final at the 2020 Summer Olympics, Saturday, July 31, 2021, in Tokyo. (AP Photo/David J. Phillip)ଦ୍ୱିତୀୟ ସ୍ଥାନରେ ଜାମାଇକାର ଶେଲ୍ଲୀ ଆନ ଫ୍ରାସେର ପ୍ରାୟସେ ଥିବା ବେଳେ ତୃତୀୟରେ ସେହି ଦେଶର ଶେରିକା ଜ୍ୟାକସନ ରହିଛନ୍ତି। ଏହି ଦୁଇ ଖେଳାଳି ଯଥାକ୍ରମେ ୧୦.୭୪ ଓ ୧୦.୭୬ ସେକେଣ୍ଡରେ ୧୦୦ ମିଟିର ଦୌଡ଼ ଅତିକ୍ରମ କରି ରୌପ୍ୟ ଏବଂ କାଂସ୍ୟ ପଦକ ହାସଲ କରିଛନ୍ତି।

Advertisment

ଚଳିତ ବର୍ଷର ଆଜି ଯାଏ ଶେଲ୍ଲୀ ବିଶ୍ୱର ଦ୍ରୁତତମ ଧାବିକାର ରେକର୍ଡ ନିଜ ନାଁରେ ରଖିଥିଲେ। ୧୦୦ ମିଟିର ଫାଇନାଲରେ ସେ ସ୍ୱର୍ଣ୍ଣ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଇଲାଇନେ ବାଜିମାରି ନେଇଛନ୍ତି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe