Advertisment

ବାପା ଚାଷୀ, କିନ୍ତୁ ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ପକ୍କା କଲେ ପୁଅ

ଟୋକିଓ: ଇଚ୍ଛାଶକ୍ତି ଆଗରେ ସବୁ କିଛି ଫିକା ପଡ଼ିଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାରତର ଷ୍ଟାର ରେସଲର ରବି କୁମାର ଦାହିୟା। ତାଙ୍କ ବାପା ଜଣେ ଚାଷୀ। ଆର୍ଥିକ ଅନଟନରେ ପିଲା ବେଳୁ ବଢ଼ିଥିବା ରବି କୁମାର ଆଜି ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି। ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ରବି କୁମାର ଚମତ୍କାର ଢଙ୍ଗରେ ସେମି ଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ସ୍ୱର୍ଣ୍ଣ ପଦକ ପାଇଁ […]

ବାପା ଚାଷୀ, କିନ୍ତୁ ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ପକ୍କା କଲେ ପୁଅ

Ravi-Kumar

Advertisment

ଟୋକିଓ: ଇଚ୍ଛାଶକ୍ତି ଆଗରେ ସବୁ କିଛି ଫିକା ପଡ଼ିଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାରତର ଷ୍ଟାର ରେସଲର ରବି କୁମାର ଦାହିୟା। ତାଙ୍କ ବାପା ଜଣେ ଚାଷୀ। ଆର୍ଥିକ ଅନଟନରେ ପିଲା ବେଳୁ ବଢ଼ିଥିବା ରବି କୁମାର ଆଜି ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି।

Advertisment

ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ରବି କୁମାର ଚମତ୍କାର ଢଙ୍ଗରେ ସେମି ଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ହାରିଲେ ବି ତାଙ୍କୁ ରୌପ୍ୟ ପଦକ ମିଳିବ।

ଦ୍ୱିତୀୟ ଭାରତୀୟ ଭାବେ ୨୩ ବର୍ଷୀୟ ରବି କୁମାର ରେସଲିଂରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। କାରଣ ୨୦୧୨ରେ ସୁଶୀଲ କୁମାର ଭାରତ ପାଇଁ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ରବି ୫ମ ଭାରତୀୟ ରେସଲର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।

Advertisment

ତାଙ୍କ ପୂର୍ବରୁ ୧୯୫୨ରେ କେଡି ଯାଦବ, ୨୦୦୮ ଓ ୨୦୧୨ରେ ସୁଶୀଲ କୁମାର ଓ ୨୦୧୬ରେ ସାକ୍ଷୀ ମଲ୍କିକ ଭାରତ ପାଇଁ ପଦକ ଜିତିଥିଲେ।

୧୯୯୭ ମସିହାରେ ହରିଆଣାର ସୋନିପତ ଜିଲ୍ଲାର ଗୋଟିଏ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ରବି କୁମାର ୧୦ ବର୍ଷ ବୟସରୁ ହିଁ ରେସଲିଂ ଆରମ୍ଭ କରିଥିଲେ। ସେ ୨୦୧୯ରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ।

୨୦୨୦ ଓ ୨୦୨୧ ଏସିଆନ ଚାମ୍ପିୟନଶିପରେ ରବି କୁମାର ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ୨୦୧୮ରେ ୨୩ ବର୍ଷରୁ କମ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ରୌପ୍ୟ ପଦକ ଜିତିଥିଲେ।


ଟୋକିଓ ଲଢ଼େଇ ପୂର୍ବରୁ ରବି ରୁଷରେ ତାଲିମ ନେଇଥିଲେ। ତାଙ୍କ ସହ ୮୬ କେଜି ବର୍ଗରେ ଲଢ଼େଇ କରୁଥିବା ଦୀପକ ପୁନିଆ ଓ ବଜରଙ୍ଗ ପୁନିଆ ମଧ୍ୟ ସେଠାରେ ଟ୍ରେନିଂ ସେସନ୍ସ କରୁଥିଲେ। ନିଜର ଷ୍ଟ୍ରେନ୍ଥ ଓ ଟେକନିକରେ ପରିବର୍ତ୍ତନ କରି ରବି କୁମାର ଟୋକିଓ ଲଢ଼େଇ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ।

ରବି କୁମାରଙ୍କୁ ଯେତେବେଳେ ୧୦ ବର୍ଷ ବୟସ ହୋଇଥିଲା ସେ ଦିଲ୍ଲୀର ଛତ୍ରସଲ ଷ୍ଟାଡିୟମରେ ରେସଲିଂ ଶିଖିବା ଆରମ୍ଭ କରିଥିଲେ। ରେସଲିଂ କୋଚ ସତପାଲ ସିଂହ ଅନ୍ୟମାନଙ୍କ ଭଳି ତାଙ୍କୁ ମଧ୍ୟ ତାଲିମ ଦେଇଥିଲେ। ରବିଙ୍କ ବାପା ସୋନିପତରେ ଚାଷ କାମ କରନ୍ତି। ହେଲେ ରବି ଦିଲ୍ଲୀରେ ଟ୍ରେନିଂ ନିଅନ୍ତି। ଏଥିପାଇଁ ରବିଙ୍କ ବାପା ସବୁଦିନ ତାଙ୍କୁ କ୍ଷୀର ଓ ଫଳ ଦେବାକୁ ହରିଆଣାରୁ ଦିଲ୍ଲୀ ଆସନ୍ତି। ୧୦ ବର୍ଷରୁ ଅଧିକ ସମୟ ଧରି ସେ ଏପରି ଯିବା ଆସିବା କରୁଥିଲେ। ପୁଅକୁ ଭଲ ରେସଲର କରିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥିଲା। ଆଜି ସେ ଲକ୍ଷ୍ୟ କିଛି ମାତ୍ରାରେ ତାଙ୍କର ସଫଳ ହୋଇଛି।

ରବି ସବୁବେଳେ କହୁଥିଲେ ଯେ ଏସିଆରେ ସ୍ୱର୍ଣ୍ଣ ପଦକ ଜିତିବା ମୋ ପାଇଁ କିଛି ଗୁରୁତ୍ୱ ରଖେନି। ମୁଁ ଅଲିମ୍ପିକ୍ସରେ ମୋ ଦେଶ ପାଇଁ ଯଦି ପଦକ ଜିତି ପାରିବି, ତା’ହେଲେ ସେଇଟା ମୋ ପାଇଁ ସବୁଠାରୁ ବଡ଼ କଥା ହେବ। ଟୋକିଓରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ବ୍ୟାକୁଳ ଅଛି ବୋଲି ସେ କହିଥିଲେ।

ସତକୁ ସତ ସେ ଆଜି ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି। ୫୭ କେଜି ବର୍ଗରେ ସେ ନିଜ ପାଇଁ ରୌପ୍ୟ ପଦକ ପକ୍କା କରିସାରିଛନ୍ତି ସତ। ହେଲେ ସେ ସ୍ୱର୍ଣ୍ଣ ଜିତିବାକୁ ନିଜର ଶତପ୍ରତିଶତ ଚେଷ୍ଟା କରିବେ ବୋଲି କହିଛନ୍ତି। ରବି ଆସନ୍ତାକାଲି ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe