Advertisment

କରୋନା ଲଢେଇରେ ହାରିଗଲେ ଫ୍ଲାଇଂ ଶିଖ୍ ମିଲଖା ସିଂହ

ଚଣ୍ଡିଗଡ଼: କିମ୍ବଦନ୍ତୀ ଧାବକ ମିଲଖା ସିଂହ ଆଉ ନାହାନ୍ତି। ଶୁକ୍ରବାର ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୧୯୫୮ କମନୱେଲଥ ଗେମ୍ସ ଚାମ୍ପିଅନ୍ ତଥା ଅଲିମ୍ପିଆନ୍ ମିଲଖା ସିଂହ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ମିଲଖାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ […]

ଅଦ୍ୟତନ ହୋଇଛି
କରୋନା ଲଢେଇରେ ହାରିଗଲେ ଫ୍ଲାଇଂ ଶିଖ୍ ମିଲଖା ସିଂହ

milkha-singh

Advertisment

ଚଣ୍ଡିଗଡ଼: କିମ୍ବଦନ୍ତୀ ଧାବକ ମିଲଖା ସିଂହ ଆଉ ନାହାନ୍ତି। ଶୁକ୍ରବାର ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୧୯୫୮ କମନୱେଲଥ ଗେମ୍ସ ଚାମ୍ପିଅନ୍ ତଥା ଅଲିମ୍ପିଆନ୍ ମିଲଖା ସିଂହ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ମିଲଖାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ମିଲଖା ସିଂହଙ୍କ ଦେହାନ୍ତ କ୍ରୀଡ଼ା ଜଗତରେ ଅପୂରଣୀୟ କ୍ଷତି। ନିଜର ପ୍ରତିଭା ପାଇଁ ଅଗଣିତ ଭାରତୀୟଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ ମିଲଖା। ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ପାଇଁ ଅନେକ ତାଙ୍କୁ ଭଲ ପାଉଥିଲେ।

https://twitter.com/narendramodi/status/1405962664442949635?s=20

ପିଜିଆଇଏମଇଆର ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ମିଲଖା କୋଭିଡରେ ସଂକ୍ରମିତ ହେବା ପରେ ତାଙ୍କ ଶରୀରରେ ଅନେକ ଜଟିଳତା ଦେଖା ଦେଇଥିଲା।ଏହାପରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଅକ୍ସିଜେନ ସ୍ତର ବହୁତ କମିଯିବା ବେଳେ ଶରୀରରେ ଜ୍ୱର ମଧ୍ୟ ଥିଲା।

Advertisment

ଗତ ମାସରେ ଏହି କିମ୍ୱଦନ୍ତୀ ଧାବକ କୋଭିଡରେ ସଂକ୍ରମିତ ହୋଇଥିଲେ। କିନ୍ତୁ ଦୁଇ ଦିନ ତଳେ ବୁଧବାର ସେ କୋଭିଡ ପରୀକ୍ଷା କରାଇଥିଲେ। ରିପୋର୍ଟ ନେଗେଟିଭ ଆସିଥିଲା। ପରେ ତାଙ୍କୁ କୋଭିଡ ଆଇସିୟୁରୁ ​​ସାଧାରଣ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ।

ଗୁରୁବାର ରାତିରେ ସେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଅକ୍ସିଜେନ ସ୍ତର କ୍ରମଶଃ ହ୍ରାସ ପାଇଥିଲା। ଏହା ପୂର୍ବରୁ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲା।ତାଙ୍କ ପତ୍ନୀ ନିର୍ମଲ କୌର ରବିବାର ଦିନ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ କୋଭିଡରେ ସଂକ୍ରମିତ ହୋଇ ଆଖି ବୁଜି ଦେଇଥିଲେ। ଭାରତୀୟ ଭଲିବଲ ଦଳର ପୂର୍ବତନ ଅଧିନାୟକ ହେଉଛନ୍ତି ନିର୍ମଲ କୌର। ମିଲଖା ଏବଂ ନର୍ମଲଙ୍କର ଜଣେ ପୁଅ ଗୋଲଫର ଜୀଭ ମିଲଖା ସିଂ ଏବଂ ତିନି ଝିଅ ରହିଛନ୍ତି।

ମିଲଖା ସିଂହ ଏସିଆନ୍ ଗେମ୍ସରେ ଭାରତ ପାଇଁ ଚାରିଥର ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ସେ ୧୯୫୮ କମନୱେଲଥ ଗେମ୍ସର ଚାମ୍ପିଅନ୍ ହୋଇଥିଲେ। ଏହାପରେ ୧୯୬୦ ରୋମ୍ ଅଲିମ୍ପିକ୍ସ ଗେମ୍ସରେ ସେ ୪୦୦ ମିଟର ଦୌଡ଼ରେ ଅଳ୍ପ ବ୍ୟବଧାନରେ ପଦକ ହରାଇ ଚତୁର୍ଥ ସ୍ଥାନ ହାସଲ କରିଥିଲେ।

ସେ ଏହି ରେସ୍‌କୁ ୪୫.୭୩ ସେକେଣ୍ଡରେ ଶେଷ କରିଥିଲେ। ଏହି ସମୟ ଦୀର୍ଘ ୪୦ ବର୍ଷ ଧରି ଜାତୀୟ ରେକର୍ଡ ହୋଇ ରହିଥିଲା। ଶେଷରେ ୧୯୯୮ରେ ପରମଜୀତ ସିଂହ ଏହାକୁ ଭାଙ୍ଗିଥିଲେ। ମିଲଖା ସିଂହ ୧୯୫୬ ଓ ୧୯୬୪ ଅଲିମ୍ପିକ୍ସ ଗେମ୍ସରେ ମଧ୍ୟ ଭାଗ ନେଇଥିଲେ। ତାଙ୍କର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୧୯୫୯ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

Milkha Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe