Advertisment

ରବି କୁମାରଙ୍କ ପରେ ଭିନେଶ ଜିତିଲେ ସ୍ୱର୍ଣ୍ଣ

ବର୍ମିଂହାମ: ରବି କୁମାରଙ୍କ ପରେ କୁସ୍ତିରେ ଭାରତକୁ ମିଳିଛି ଆଉ ଗୋଟିଏ ସ୍ୱର୍ଣ୍ଣ। ୫୩ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଭିନେଶ ଫୋଗଟ ଗୋଲ୍ଡ ମେଡାଲ ଜିତିଛନ୍ତି। ସେ ନୋରାଡିକ ସିଷ୍ଟମର ୫୩ କେଜି ବର୍ଗରେ ଭାଗ ନେଇଥିଲେ।  ୩ଟିରୁ ୩ଟି ମ୍ୟାଚ୍‌ ଜିତି ଭିନେଶ ଦେଶ ପାଇଁ ୧୧ତମ ଓ ରେସଲିଂରେ ୫ମ ସ୍ୱର୍ଣ୍ଣ ହାସଲ କରିଛନ୍ତି। ଶେଷ ମ୍ୟାଚ୍‌ରେ ତାଙ୍କର ମୁକାବିଲା ଶ୍ରୀଲଙ୍କାର ସି କେଶାନିଙ୍କ ସହ ହୋଇଥିଲା। ସେ ଏହି ଏକତରଫା ମୁକାବିଲାରେ […]

ଅଦ୍ୟତନ ହୋଇଛି
ରବି କୁମାରଙ୍କ ପରେ ଭିନେଶ ଜିତିଲେ ସ୍ୱର୍ଣ୍ଣ

Vinesh

Advertisment

ବର୍ମିଂହାମ: ରବି କୁମାରଙ୍କ ପରେ କୁସ୍ତିରେ ଭାରତକୁ ମିଳିଛି ଆଉ ଗୋଟିଏ ସ୍ୱର୍ଣ୍ଣ। ୫୩ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଭିନେଶ ଫୋଗଟ ଗୋଲ୍ଡ ମେଡାଲ ଜିତିଛନ୍ତି। ସେ ନୋରାଡିକ ସିଷ୍ଟମର ୫୩ କେଜି ବର୍ଗରେ ଭାଗ ନେଇଥିଲେ।  ୩ଟିରୁ ୩ଟି ମ୍ୟାଚ୍‌ ଜିତି ଭିନେଶ ଦେଶ ପାଇଁ ୧୧ତମ ଓ ରେସଲିଂରେ ୫ମ ସ୍ୱର୍ଣ୍ଣ ହାସଲ କରିଛନ୍ତି।

Advertisment

ଶେଷ ମ୍ୟାଚ୍‌ରେ ତାଙ୍କର ମୁକାବିଲା ଶ୍ରୀଲଙ୍କାର ସି କେଶାନିଙ୍କ ସହ ହୋଇଥିଲା। ସେ ଏହି ଏକତରଫା ମୁକାବିଲାରେ କେଶାନିଙ୍କୁ ୩ ମିନିଟ୍‌ରୁ କମ ସମୟ ମଧ୍ୟରେ ସଂପୂର୍ଣ୍ଣ ଚିତ ପରି ପଦକ ହାସଲ କରିଛନ୍ତି। ଚିତ କରିବାର ଅର୍ଥ ପ୍ରତିପକ୍ଷଙ୍କ ଦୁଇ କାନ୍ଧ ମ୍ୟାଟରେ ଲାଗିବା। ଭିନେଶ ସୁନ୍ଦର ଲକ୍‌ ଦ୍ୱାରା କେଶାନିଙ୍କୁ ଚିତ କରି ପଦକ ଜିତିଛନ୍ତି।

ଏହି ବିଜୟ ସହ ଭନେଶ ରେକର୍ଡ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏସିଆନ ଚାମ୍ପିୟନଶିପରେ ମଧ୍ୟ ଭିନେଶ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭିନେଶ ଆଜି ନୋରାଡିକ ସିଷ୍ଟମରେ ୩ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଗୋଟିଏ ବି ପଏଣ୍ଟ ପ୍ରତିପକ୍ଷଙ୍କୁ ଦେଇ ନାହାନ୍ତି। ସେ ଏକତରଫା ଭାବେ ବିଜୟ ହାସଲ କରିଛନ୍ତି।

Advertisment


ଏହାପୂର୍ବରୁ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଷ୍ଟାର ରେସଲର ରବି କୁମାର ଦାହିୟା ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତଥିଲେ। ସେହିପରି ୫୦ କେଜି ମହିଳା ବର୍ଗରେ ପୂଜା ଗେହଲଟ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ଅନ୍ୟପକ୍ଷରେ ଭାରତର ପଦକ ସଂଖ୍ୟା ଏବେ ୩୩କୁ ବୃଦ୍ଧି ପାଇଛି। ଭାରତୀୟ ଖେଳାଳିମାନେ ୧୧ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ଜିତିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe