Advertisment

ଟୋକିଓରେ ଐତିହାସିକ ମୁହୂର୍ତ୍ତ, ଗୋଟିଏ ଇଭେଣ୍ଟରେ ଦୁଇଜଣଙ୍କୁ ସ୍ୱର୍ଣ୍ଣ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପୁରୁଷ ହାଇ ଜମ୍ପରେ ଦୁଇ ପ୍ରତିଯୋଗୀ ପରସ୍ପର ମଧ୍ୟରେ ସ୍ୱର୍ଣ୍ଣ ପଦକ ଶେଆର୍ କରିଛନ୍ତି। ଏହା ପରେ ଦୁହେଁ ଭାବବିହ୍ୱଳ ହୋଇଯାଇଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ସ୍ୱର୍ଣ୍ଣ ପଦକ ଜିତିଥିବା ଆଥଲେଟ୍ ଦ୍ୱୟ ହେଉଛନ୍ତି କତାରର ମୁତାଜ ବରଶିମ୍ ଓ ଇଟାଲୀର ଗିଆନମାର୍କୋ ତାମ୍ବେରୀ। ହାଇଜମ୍ପ ମୁକାବିଲା ବେଳେ ଦୁହେଁ ବରାବର ସ୍ଥିତିରେ ଥିଲେ। ଏଭଳି ସ୍ଥିତିରେ ଦୁହିଁଙ୍କ ସାମ୍ନାରେ ଜମ୍ପ […]

ଟୋକିଓରେ ଐତିହାସିକ ମୁହୂର୍ତ୍ତ, ଗୋଟିଏ ଇଭେଣ୍ଟରେ ଦୁଇଜଣଙ୍କୁ ସ୍ୱର୍ଣ୍ଣ

Mutaz-Barshim

Advertisment

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପୁରୁଷ ହାଇ ଜମ୍ପରେ ଦୁଇ ପ୍ରତିଯୋଗୀ ପରସ୍ପର ମଧ୍ୟରେ ସ୍ୱର୍ଣ୍ଣ ପଦକ ଶେଆର୍ କରିଛନ୍ତି। ଏହା ପରେ ଦୁହେଁ ଭାବବିହ୍ୱଳ ହୋଇଯାଇଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ସ୍ୱର୍ଣ୍ଣ ପଦକ ଜିତିଥିବା ଆଥଲେଟ୍ ଦ୍ୱୟ ହେଉଛନ୍ତି କତାରର ମୁତାଜ ବରଶିମ୍ ଓ ଇଟାଲୀର ଗିଆନମାର୍କୋ ତାମ୍ବେରୀ। ହାଇଜମ୍ପ ମୁକାବିଲା ବେଳେ ଦୁହେଁ ବରାବର ସ୍ଥିତିରେ ଥିଲେ। ଏଭଳି ସ୍ଥିତିରେ ଦୁହିଁଙ୍କ ସାମ୍ନାରେ ଜମ୍ପ ଅଫର ପ୍ରସ୍ତାବ ରଖାଯାଇଥିଲା।

Advertisment

ଏହି ପ୍ରସ୍ତାବ ପରେ ବରଶିମ୍ ସ୍ୱର୍ଣ୍ଣ ପଦକ ଶେଆର୍ କରିବା କଥା କହିଥିଲେ, ଯାହାକୁ ରେଫରୀ ଅନୁମୋଦନ ଦେଇଥିଲେ। ଆଉ ଏହିପରି ଭାବେ ଦୁହେଁ ମେଡାଲକୁ ଶେଆର୍ କରିଥିଲେ। ମେଡାଲ୍ ପାଇବା ପରେ ବରଶିମ୍ ଓ ତାମ୍ବେରୀ ଭାବବିହ୍ୱଳ ହୋଇପଡ଼ିଇଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରି ଖୁସି ମନାଇଥିଲେ।

୩୦ ବର୍ଷୀୟ ବରଶିମ୍ ଏବଂ ୨୯ ବର୍ଷୀୟ ତାମ୍ବେରୀ ହାଇ ଜମ୍ପର ଫାଇନାଲରେ ୨.୩୭ ମିଟର୍ ଜମ୍ପ କରି ମୁକାବିଲା ଶେଷ କରିଥିଲେ। ଦୁହେଁ ତିନିଥର ଲେଖାଏ ୨.୩୯ ମିଟର୍ ଜମ୍ପ କରିବାରେ ବିଫଳ ହୋଇଥିଲେ। ଏହାକୁ ନେଇ ଅଲିମ୍ପିକ୍ସ ରେଫରୀ ଦୁହିଁଙ୍କୁ ଜମ୍ପ ଅଫ୍ ନିୟମ ସମ୍ବନ୍ଧରେ କହିଥିଲେ ଏବଂ ଏହି ଜମ୍ପ ଅଫରେ ଯିଏ ଜିତିବ, ସ୍ୱର୍ଣ୍ଣ ପଦକର ବିଜେତା ସିଏ ହେବେ। କିନ୍ତୁ ଏହାରି ଭିତରେ କତାରର ଆଥଲେଟ୍ ବରଶିମ ରେଫରୀଙ୍କୁ ପଚାରିଥିଲେ ଯେ କ'ଣ ଦୁଇଜଣଙ୍କୁ ସ୍ୱର୍ଣ୍ଣ ପଦକ ମିଳିପାରିବ କି? ଏହା ଉପରେ ରେଫରୀ ହଁ ମାରିଥିଲେ ଏବଂ ମେଡାଲ୍ କତାର ଓ ଇଟାଲୀର ଆଥଲେଟଙ୍କ ମଧ୍ୟ ବଣ୍ଟା ଯାଇଥିଲା।

Advertisment

https://twitter.com/afidelf/status/1421847918110248967?s=20

ସୂଚନାଯୋଗ୍ୟ, ଉଭୟେ ବରଶିମ୍ ଓ ତାମ୍ବେରୀ ବହୁତ ଭଲ ବନ୍ଧୁ। ଏହା ଉପରେ ଖୋଦ୍ ବରଶିମ୍ କହିଛନ୍ତି, 'ଆମେ ଦୁହେଁ ପରସ୍ପରକୁ ଦେଖିଲୁ ଏବଂ ନିଜ ଭିତରେ ବୁଝାମଣା ହୋଇଗଲା ଯେ ଆଉ ମ୍ୟାଚର ଆବଶ୍ୟକତା ନାହିଁ। ସେ ମୋର ଅତି ଘନିଷ୍ଠ ବନ୍ଧୁ। ଆମେ ଦୁହେଁ ଏକାଠି ଖେଳୁ।'

ବରଶିମ୍ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ରିଓରେ ମଧ୍ୟ ସେ ପୁଣି ରୌପ୍ୟ ପଦକ ହାସଲ କରିଥିଲେ। ଏହାବ୍ୟତୀତ ସେ ୨୦୧୭ ଓ ୨୦୧୯ରେ ଦୁଇଥର ବିଶ୍ୱ ଚାମ୍ପିୟନଶିପର ଟାଇଟଲ୍ ମଧ୍ୟ ନିଜ ନାଁରେ କରିସାରିଛନ୍ତି। ଅନ୍ୟପକ୍ଷରେ ଇଟାଲୀର ତାମ୍ବେରୀ ୨୦୧୬ ରିଓ ଅଲିମ୍ପିକ୍ସରେ ଆଘାତପ୍ରାପ୍ତ ହୋଇଥିଲେ। ଯାହା ପରେ ସେ ଟୋକିଓରେ ପ୍ରତ୍ୟାବର୍ତ୍ତନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe