Advertisment

୧ନଂ ସ୍ଥାନରେ ରହି ୨୦୦ ମିଟର ସେମିରେ ହିମା ଦାସ

ବର୍ମିଂହାମ: ଯୋଗ୍ୟତା ପର୍ଯ୍ୟାୟରେ ଦବଦବା ଦେଖାଇଛନ୍ତି ଭାରତର ଷ୍ଟାର ଧାବିକା ହିମା ଦାସ। ସେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୦୦ ମିଟର ମହିଳା ବର୍ଗର ସେମିରେ ପହଞ୍ଚି ଯାଇଛନ୍ତି। ଆଜି ହିମା ରାଉଣ୍ଡ ୧ର ହିଟ୍‌ ୨ରେ ଭାଗ ନେଇଥିଲେ। ଏହି ହିଟ୍‌ରେ ସେ ପ୍ରଥମ ସ୍ଥାନ ଅଧିକାର କରି ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି। ସେ ୨୦୦ ମିଟର ଦୂରତା ଅତିକ୍ରମ କରିବା ପାଇଁ ମୋଟ ୨୩.୪୨ ସେକେଣ୍ଡ ସମୟ ନେଇଛନ୍ତି। ଏହି […]

author-image
Hemant Lenka
୧ନଂ ସ୍ଥାନରେ ରହି ୨୦୦ ମିଟର ସେମିରେ ହିମା ଦାସ

Hima-das

ବର୍ମିଂହାମ: ଯୋଗ୍ୟତା ପର୍ଯ୍ୟାୟରେ ଦବଦବା ଦେଖାଇଛନ୍ତି ଭାରତର ଷ୍ଟାର ଧାବିକା ହିମା ଦାସ। ସେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୦୦ ମିଟର ମହିଳା ବର୍ଗର ସେମିରେ ପହଞ୍ଚି ଯାଇଛନ୍ତି। ଆଜି ହିମା ରାଉଣ୍ଡ ୧ର ହିଟ୍‌ ୨ରେ ଭାଗ ନେଇଥିଲେ। ଏହି ହିଟ୍‌ରେ ସେ ପ୍ରଥମ ସ୍ଥାନ ଅଧିକାର କରି ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି।

Advertisment

ସେ ୨୦୦ ମିଟର ଦୂରତା ଅତିକ୍ରମ କରିବା ପାଇଁ ମୋଟ ୨୩.୪୨ ସେକେଣ୍ଡ ସମୟ ନେଇଛନ୍ତି। ଏହି ଟାଇମିଂ ସହ ହିମା ଦାସ ତାଙ୍କ ହିଟର ପ୍ରଥମ ସ୍ଥାନରେ ରହି ଆପେଆପେ ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି। ନିୟମ ଅନୁସାରେ ପ୍ରତିଟି ହିଟର ପ୍ରଥମ ୩ ଜଣ ଓ ଶ୍ରେଷ୍ଠ ଟାଇମିଂ ବଳରେ ଆଉ ୩ ଜଣଙ୍କୁ ସେମିରେ ପ୍ରବେଶ ପାଇଁ ଅନୁମତି ମିଳିବ।

ହିମା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜାମ୍ବିଆର ରୋହଡୋ ଏନ ୨୩.୮୫ ସେକେଣ୍ଡ ସହ ଦ୍ୱିତୀୟ ଓ ଉଗାଣ୍ଡର ଜାକୋଟ ୨୪.୦୭ ଟାଇମିଂ ସହ ତୃତୀୟ ସ୍ଥାନ ଦଖଲ କରିଛନ୍ତି।

Advertisment

ଏହାପୂର୍ବରୁ ୧୦୦ ମିଟିର ମହିଳା ବର୍ଗରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ତାଙ୍କ ହିଟରେ ୪ର୍ଥ ସ୍ଥାନରେ ରହି ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲେ। ଏବେ ହିମା ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ତାଙ୍କ ଠାରୁ ଟ୍ରାକ୍‌ ଇଭେଣ୍ଟରେ ଭାରତ ପଦକ ଆଶା ରଖିଛି। ଆଇଏଏଏଫ ବିଶ୍ୱ ୨୦ ବର୍ଷରୁ କମ ଚାମ୍ପିୟନଶିପରେ ହିମା ଦାସ ପ୍ରଥମ ଭାରତୀୟ ଆଥଲେଟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏବେ ତାଙ୍କ ଠାରୁ ରନିଂରେ ଭାରତ ପ୍ରଥମ ପଦକ ପାଇବ ବୋଲି ସମସ୍ତେ ଆଶା କରିଛନ୍ତି।