Advertisment

ହାଇଜମ୍ପରେ ଭାରତକୁ ଡବଲ୍ ପଦକ, ମରିୟପ୍ପନଙ୍କୁ ରୌପ୍ୟ ଓ ଶରଦଙ୍କୁ ବ୍ରୋଞ୍ଜ

ଟୋକିଓ: ଟୋକିଓରେ ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍। ମଙ୍ଗଳବାର ସପ୍ତମ ଦିବସରେ ଭାରତକୁ ତିନୋଟି ପଦକ ମିଳିଛି। ସକାଳେ ଶୁଟିଂରେ ସିଂହରାଜ ବ୍ରୋଞ୍ଜ ପଦକ ଜିତିଥିବା ଅପରାହ୍ଣରେ ହାଇଜମ୍ପରେ ଭାରତକୁ ଡବଲ୍ ପଦକ ମିଳିଛି। ହାଇଜମ୍ପର ଟି-୬୩ ବର୍ଗର ଫାଇନାଲରେ ମରିୟପ୍ପନ ଥଙ୍ଗାଭେଲୁ ରୌପ୍ୟ ଓ ଶରଦ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚି ଯାଇଛି। ଭାରତ ପାରାଲିମ୍ପିକ୍ସରେ ଏପର୍ଯ୍ୟନ୍ତ ୨ ସ୍ୱର୍ଣ୍ଣ, ୫ ରୌପ୍ୟ ଓ […]

ଅଦ୍ୟତନ ହୋଇଛି
ହାଇଜମ୍ପରେ ଭାରତକୁ ଡବଲ୍ ପଦକ, ମରିୟପ୍ପନଙ୍କୁ ରୌପ୍ୟ ଓ ଶରଦଙ୍କୁ ବ୍ରୋଞ୍ଜ

mariyappan-thangavelu-and-s

Advertisment

ଟୋକିଓ: ଟୋକିଓରେ ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍। ମଙ୍ଗଳବାର ସପ୍ତମ ଦିବସରେ ଭାରତକୁ ତିନୋଟି ପଦକ ମିଳିଛି। ସକାଳେ ଶୁଟିଂରେ ସିଂହରାଜ ବ୍ରୋଞ୍ଜ ପଦକ ଜିତିଥିବା ଅପରାହ୍ଣରେ ହାଇଜମ୍ପରେ ଭାରତକୁ ଡବଲ୍ ପଦକ ମିଳିଛି।

Advertisment

ହାଇଜମ୍ପର ଟି-୬୩ ବର୍ଗର ଫାଇନାଲରେ ମରିୟପ୍ପନ ଥଙ୍ଗାଭେଲୁ ରୌପ୍ୟ ଓ ଶରଦ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚି ଯାଇଛି।

ଭାରତ ପାରାଲିମ୍ପିକ୍ସରେ ଏପର୍ଯ୍ୟନ୍ତ ୨ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ପାଇଛି। ପାରାଲିମ୍ପିକ୍ସରେ ମରିୟପ୍ପନଙ୍କର ଏହା ଦ୍ୱିତୀୟ ପଦକ। ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ମରିୟପ୍ପନ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ଭାରତର ଅନ୍ୟତମ ପଦକ ଦାବିଦାର ବରୁଣ ଭଟ୍ଟି ନିରାଶ କରିଛନ୍ତି। ବରୁଣ ୧.୭୭ ମିଟର୍ ଜମ୍ପ ମାରି ସପ୍ତମ ସ୍ଥାନରେ ରହିଛନ୍ତି।

Advertisment

https://twitter.com/Media_SAI/status/1432647016329347077?s=20

https://twitter.com/ddsportschannel/status/1432671229966635008?s=20

https://twitter.com/ddsportschannel/status/1432670205411409927?s=20

ହାଇଜମ୍ପ ଫାଇନାଲରେ ମରିୟପ୍ପନ ୧.୮୬ ମିଟର୍ ଜମ୍ପ କ୍ଲିୟର୍ କରିଥିଲେ। କିନ୍ତୁ ସ୍ୱର୍ଣ୍ଣ ପଦକ ପାଇଁ ଆବଶ୍ୟକ ୧.୮୮ ମିଟର୍ ଜମ୍ପକୁ ସେ କ୍ଲିୟର କରିପାରିନଥିଲେ। ଏହି ବର୍ଗରେ ଆମେରିକାର ବିଶ୍ୱ ରେକର୍ଡଧାରୀ ସାମ୍ ଗ୍ରେୱି ୧.୮୮ ମିଟର୍ ଜମ୍ପ ମାରି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ବ୍ରୋଞ୍ଜ ପଦକ ଜିତିଥିବା ଶରଦ କୁମାର ୧.୮୩ ମିଟର୍ ଜମ୍ପ ମାରିଛନ୍ତି। ୨୦୧୬ ରିଓ ପାରାଲିମ୍ପିକ୍ସରେ ମରିୟପ୍ପନ ୧.୮୯ ମିଟର୍ ଜମ୍ପ ମାରି ସ୍ୱର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ଏଠାରେ ସେ ଏହି ମାର୍କକୁ ଅତିକ୍ରମ କରିପାରିନାହାନ୍ତି।

ମଙ୍ଗଳବାର ସକାଳେ ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଥିଲେ ସିଂହରାଜ ଅଧାନା। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲରେ ସିଂହରାଜ ୨୧୬.୮ ସ୍କୋର ସହ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି।

Tokyo Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe