Advertisment

ସବୁ ଆଶା ଧୂଳିସାତ, ହାରିଗଲେ ବକ୍ସର ମ୍ୟାରିକମ୍‌

ଟୋକିଓ: କୋଟିକୋଟି ଭାରତୀୟଙ୍କ ସବୁ ସ୍ୱପ୍ନ ଆଜି ମାଟିରେ ମଶି ଯାଇଛି। ଟୋକିଓ ଅଲିମ୍ପିକ୍ସର ମହିଳା ଫ୍ଲାଏଲାଇଟ୍‌ ୱେଟ ବକ୍ସିଂରେ ଭାରତର ଷ୍ଟାର ବକ୍ସର ମ୍ୟାରିକମ୍‌ ହାରି ଯାଇଛନ୍ତି। ତାଙ୍କ ଠାରୁ ଚଳିତ ବର୍ଷ ସମସ୍ତେ ପଦକ ଆଶା କରିଥିଲେ। ହେଲେ ସେ ପ୍ରି କ୍ୱାର୍ଟର ଫାଇନାଲରୁ ଆଗକୁ ଯାଇ ପାରି ନାହାନ୍ତି। ଆଜି ପ୍ରି କ୍ୱାର୍ଟର ଫାଇନାଲରେ ମ୍ୟାରିକମଙ୍କ ମୁକାବିଲା କଲୋମ୍ବିଆର ଇଙ୍ଗରିତ ଲୋରେନା ଭାଲେନସିଆ ଭିକ୍ଟୋରିଆଙ୍କ ସହ ହୋଇଥିଲା। ବିଶ୍ୱ ଚାମ୍ପିୟନଶିପରେ ମ୍ୟାରିକମ ସ୍ୱର୍ଣ୍ଣ […]

ଅଦ୍ୟତନ ହୋଇଛି
ସବୁ ଆଶା ଧୂଳିସାତ, ହାରିଗଲେ ବକ୍ସର ମ୍ୟାରିକମ୍‌

Marykom

Advertisment

ଟୋକିଓ: କୋଟିକୋଟି ଭାରତୀୟଙ୍କ ସବୁ ସ୍ୱପ୍ନ ଆଜି ମାଟିରେ ମଶି ଯାଇଛି। ଟୋକିଓ ଅଲିମ୍ପିକ୍ସର ମହିଳା ଫ୍ଲାଏଲାଇଟ୍‌ ୱେଟ ବକ୍ସିଂରେ ଭାରତର ଷ୍ଟାର ବକ୍ସର ମ୍ୟାରିକମ୍‌ ହାରି ଯାଇଛନ୍ତି। ତାଙ୍କ ଠାରୁ ଚଳିତ ବର୍ଷ ସମସ୍ତେ ପଦକ ଆଶା କରିଥିଲେ। ହେଲେ ସେ ପ୍ରି କ୍ୱାର୍ଟର ଫାଇନାଲରୁ ଆଗକୁ ଯାଇ ପାରି ନାହାନ୍ତି।

Advertisment

ଆଜି ପ୍ରି କ୍ୱାର୍ଟର ଫାଇନାଲରେ ମ୍ୟାରିକମଙ୍କ ମୁକାବିଲା କଲୋମ୍ବିଆର ଇଙ୍ଗରିତ ଲୋରେନା ଭାଲେନସିଆ ଭିକ୍ଟୋରିଆଙ୍କ ସହ ହୋଇଥିଲା। ବିଶ୍ୱ ଚାମ୍ପିୟନଶିପରେ ମ୍ୟାରିକମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଏହି ମ୍ୟାଚ୍‌କୁ ସେ ସହଜରେ ଜିତି ନେବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଇଙ୍ଗରିତ ଏହା କରିବାକୁ ଦେଇ ନଥିଲେ। ସେ ମ୍ୟାରିକମଙ୍କୁ ୩:୨ ବାଉଟରେ ହରାଇ ଦେଇଛନ୍ତି। ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ମ୍ୟାରିକମଙ୍କ ଅଭିଯାନ ମଧ୍ୟ ଶେଷ ହୋଇଯାଇଛି।

ପ୍ରଥମ ସେଟ୍‌ରେ ଇଙ୍ଗରିତ ପଞ୍ଚ ପରେ ପଞ୍ଚ ମାରି ମ୍ୟାରିକମଙ୍କୁ ପଛରେ ପକାଇ ଦେଇଥିଲେ। ଏହି ସେଟ୍‌କୁ ସେ ୪-୧ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍‌ରେ ମ୍ୟାରିକମ୍‌ ଆଟାକିଂ ଖେଳ ଖେଳିଥିଲେ। ଏହାର ଫାଇଦା ମଧ୍ୟ ତାଙ୍କୁ ମିଳିଥିଲା। ଏହି ସେଟ୍‌ ୩:୨ରେ ମ୍ୟାରିକମଙ୍କ ସପକ୍ଷରେ ଯାଇଥିଲା।

Advertisment

ତୃତୀୟ ସେଟ୍‌ରେ ମଧ୍ୟ ରୋମାଞ୍ଚ ଭରି ରହିଥିଲା। ଏହି ସେଟ୍‌ରେ ମ୍ୟାରିକମଙ୍କ ସପକ୍ଷରେ ୩ ଜଣ ବିଚାରପତି ରାୟ ଦେଇଥିବା ବେଳେ ୨ ଜଣ ଇଙ୍ଗରିତ ଭଲ ପ୍ରଦର୍ଶନ ବୋଲି କହିଥିଲେ।

ତେବେ ପ୍ରଥମ ରାଉଣ୍ଡରେ ଜିତିବା ବ୍ୟବଧାନ ୪:୧ ରହିଥିଲା। ତେଣୁ ଅମ୍ପାୟାରମାନଙ୍କ ସ୍ପିଲ୍ଟ ନିଷ୍ପତ୍ତି ଆଧାରରେ ଇଙ୍ଗରିତ ବିଜୟୀ ହୋଇଥିଲେ। ଫଳରେ ୬ଥର ବକ୍ସିଂର ବିଶ୍ୱ ବିଜେତା ତଥା ୨୦୧୨ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ମ୍ୟାରିକମଙ୍କ ଅଲିମ୍ପିକ୍ସ ଅଭିଯାନ ଶେଷ ହୋଇଯାଇଥିଲା।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe