Advertisment

ଜାତୀୟ ସଂଗୀତ ବେଳେ ଭାବବିହ୍ୱଳ ହେଲେ, ମିଲଖା ସିଂହଙ୍କୁ ଉର୍ତ୍ସଗ କଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ସ୍ୱାଧୀନତା ପରେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ନୀରଜ ଚୋପ୍ରା ୮୭.୫୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି। ନୀରଜ ଅଲିମ୍ପିକ୍ସ ପୋଡିୟମରେ ସ୍ୱର୍ଣ୍ଣ ପଦକ ପିନ୍ଧିବା ପରେ କ’ଣ ଅନୁଭବ କରିଥିଲେ, ସେକଥା କହିଛନ୍ତି। ପଦକ ପାଇବା ପରେ ଯେତେବେଳେ ଦେଶର ଜାତୀୟ ସଂଗୀତ ବାଜିଥିଲା ସେତେବେଳେ ସେ ପୋଡିୟମ ଉପରେ ହିଁ ଭାବବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ଆଖି […]

ଜାତୀୟ ସଂଗୀତ ବେଳେ ଭାବବିହ୍ୱଳ ହେଲେ, ମିଲଖା ସିଂହଙ୍କୁ ଉର୍ତ୍ସଗ କଲେ ସ୍ୱର୍ଣ୍ଣ ପଦକ

Neeraj-123

Advertisment

ନୂଆଦିଲ୍ଲୀ: ସ୍ୱାଧୀନତା ପରେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ନୀରଜ ଚୋପ୍ରା ୮୭.୫୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି। ନୀରଜ ଅଲିମ୍ପିକ୍ସ ପୋଡିୟମରେ ସ୍ୱର୍ଣ୍ଣ ପଦକ ପିନ୍ଧିବା ପରେ କ’ଣ ଅନୁଭବ କରିଥିଲେ, ସେକଥା କହିଛନ୍ତି।

Advertisment

ପଦକ ପାଇବା ପରେ ଯେତେବେଳେ ଦେଶର ଜାତୀୟ ସଂଗୀତ ବାଜିଥିଲା ସେତେବେଳେ ସେ ପୋଡିୟମ ଉପରେ ହିଁ ଭାବବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ଆଖି ମଧ୍ୟ ଜକେଇ ଆସିଥିଲା ବୋଲି ସେ କହିଛନ୍ତି। ଏଥିସହ ସେ ଏହି ସ୍ୱର୍ଣ୍ଣ ପଦକୁ ଦିବଗଂତ ଆଥଲେଟ ମିଲଖା ସିଂହଙ୍କୁ ଉର୍ତ୍ସଗ କରିଛନ୍ତି।

୧୯୬୦ରେ ମିଲଖା ସିଂହ ଅଲିମ୍ପିକ୍ସରେ ପଦକ ହାସଲ କରିବା ଠାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ସେ ଫ୍ଲାଇଙ୍ଗ ଶିଖ ଭାବେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ। ନୀରଜ ଆଜି କହିଛନ୍ତି, “ମୁଁ କେବେ ହେଲେ ସ୍ୱର୍ଣ୍ଣ ପଦକ କଥା ଚିନ୍ତା କରି ନଥିଲି। ଆଜି କିଛି ଅଲଗା କରିବାର ଥିଲା। ମୁଁ କେବଳ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲି। ଏଥିପାଇଁ ମୁଁ ବାରମ୍ବାର ଉଦ୍ୟମ ମଧ୍ୟ କରିଛି।”

Advertisment

ସେ ନିଜର ଏହି ସ୍ୱର୍ଣ୍ଣ ପଦକକୁ ମିଲଖା ସିଂହ, ପିଟି ଉଷା ଓ ଅଲିମ୍ପିକ୍ସରେ ପଦକ ହାସଲ ଠାରୁ ଅଳ୍ପକେ ବର୍ତ୍ତି ଯାଇଥିବା ସମସ୍ତ ଭାରତୀୟ ଆଥଲେଟିକମାନଙ୍କୁ ଉତ୍ସର୍ଗ କରିଛନ୍ତି।

ଏଥିସହ ସେ କହିଛନ୍ତି, ପଦକ ପ୍ରଦାନ ବେଳେ ଯେତେବେଳେ ଭାରତର ଜାତୀୟ ସଂଗୀତ ବାଜିଥିଲା ସେତେବେଳେ ଅଲଗା ପ୍ରକାରର ଅନୁଭବ ହୋଇଥିଲା। ଏହି ସମୟରେ ସେ ତାଙ୍କ ଆଖିକୁ ଲୁହ ଆସି ଯାଇଥିଲା ବୋଲି ନୀରଜ କହିଛନ୍ତି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe