/odisha-reporter/media/post_attachments/uploads/2021/08/neeraj-chopra-1.jpg)
neeraj-chopra
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ୨୦୨୨ ଲୌରିଅସ୍ ୱାର୍ଲ୍ଡ ବ୍ରେକଥ୍ରୁ ଅଫ୍ ଦି ଇୟର୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଙ୍କ ବ୍ୟତୀତ ଟେନିସ୍ ଷ୍ଟାର୍ ଡାନିଲ ମେଦଭେଦେଭ, ଏମ୍ମା ରାଦୁକାନୁ, ଫୁଟବଲର ପେଡ୍ରୀ, ସୁଇମର୍ ଏରିଆର୍ନେ ଟିଟମସ୍ ଏବଂ ଆଥଲେଟ୍ ୟୁଲିମାର ରୋଜାସଙ୍କୁ ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।
ନୀରଜ ତୃତୀୟ ଭାରତୀୟ ଆଥଲେଟ୍ ଭାବେ ଲୌରିଅସ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୧୯ରେ ରେସଲର୍ ଭିନେଶ ଫୋଗାଟ୍ ନାଁ ମନୋନୀତ ହୋଇଥିଲା। କିନ୍ତୁ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ୨୦୦୦-୨୦୨୦ ପାଇଁ ଲୌରିଅସ୍ ସ୍ପୋର୍ଟିଂ ମୁମେଣ୍ଟ ପୁରସ୍କାର ଜିତିଥିଲେ। ୨୦୧୧ ଆଇସିସି ବିଶ୍ୱକପର ଭାବବିହ୍ୱଳ ମୁହୂର୍ତ୍ତ ପାଇଁ ସଚିନଙ୍କୁ ଏହି ପୁରସ୍କାର ମିଳିଥିଲା। ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ପରେ ଭାରତୀୟ ଟିମର ସଦସ୍ୟମାନେ ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ଛଠାଇ ମଇଦାନରେ ‘ଲ୍ୟାପ୍ ଅଫ୍ ଅନର୍’ କରାଇଥିଲେ ଏବଂ ଏହି ସମୟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଖୁବ୍ ଭାବବିହ୍ୱଳ ମଧ୍ୟ ହୋଇ ପଡ଼ିଥିଲେ।
https://twitter.com/Neeraj_chopra1/status/1488819658497327105?s=20&t=KIR-jmDcLA0p0BL-uDQ8aw
ନୀରଜ ଟୋକିଓ ଅଲିମ୍ପିକ୍ସ ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଦ୍ୱିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଥିଲେ। ଏହା ପୂର୍ବରୁ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଅଭିନବ ବିନ୍ଦ୍ରା ୨୦୦୮ରେ ଏୟାର ରାଇଫଲ୍ ଇଭେଣ୍ଟରେ ଜିତିଥିଲେ। ୨୩ ବର୍ଷୀୟ ନୀରଜ ପ୍ରଥମଥର ଅଲିମ୍ପିକ୍ସରେ ଭାଗ ନେଇଥିଲେ ଏବଂ ପଦାର୍ପଣରେ ହିଁ ଇତିହାସ ରଚିଥିଲେ। ସେ ୮୭.୫୮ ମିଟର୍ ଥ୍ରୋ’ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ।
https://twitter.com/wildcardgyan/status/1488862653103542278?s=20&t=KIR-jmDcLA0p0BL-uDQ8aw
ମନୋନୀତ ହେବା ପରେ ନୀରଜ କହିଛନ୍ତି, ଏହି ପୁରସ୍କାର ପାଇଁ ମନୋନୀତ ହେବା ପାଇଁ ମୁଁ ବହୁତ ଖୁସି। ଟୋକିଓରେ ମୁଁ ଯାହା ହାସଲ କଲି, ସେଥିପାଇଁ କ୍ରୀଡ଼ା ଜଗତରେ ପରିଚିତ ହେବା ମୋ ପାଇଁ ବଡ଼ ସମ୍ମାନ। ଏକ ଛୋଟ ଗାଁରୁ ଆସିବା ପରେ ଏଭଳି ପୂରା ଦୁନିଆର ସମ୍ମାନ ପାଇବା ଗୌରବ କଥା ବୋଲି ନୀରଜ କହିଛନ୍ତି।
ସମଗ୍ର ବିଶ୍ୱର ୧୩୦୦ କ୍ରୀଡ଼ା ସାମ୍ବାଦିକଙ୍କ ଏକ ପ୍ୟାନେଲ ଆଥଲେଟଙ୍କ ଚୟନ କରିଛନ୍ତି। ଏହାବ୍ୟତୀତ ଲୌରିଅସ୍ ବିଶ୍ୱ କ୍ରୀଡ଼ା ଏକାଡେମୀର ୭୧ ଜଣ ସଦସ୍ୟ ବିଜେତାଙ୍କ ଚୟନ ପାଇଁ ମତଦାନ କରିବେ। ଏହି ଏକାଡେମୀରେ ମହାନ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା, ବିଶ୍ୱ ଚାମ୍ପିୟନ ଓ କ୍ରୀଡ଼ା ଜଗତର ବଡ଼ ନାଁ ସାମିଲ୍ ଅଛନ୍ତି। ଗତବର୍ଷ ରାଫେଲ୍ ନାଡାଲ, ନାଓମି ଓସାକା, ବାୟେର୍ନ ମ୍ୟୁନିକ୍ ଟିମ୍ ଓ ଲୁଇସ୍ ହାମିଲଟନ୍ ବିଜେତାଙ୍କ ମଧ୍ୟରେ ସାମିଲ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
