Advertisment

ସ୍ୱାଧୀନତା ପରେ ଭାରତକୁ ଆଥଲେଟିକ୍ସରେ ପ୍ରଥମ ପଦକ, ନୀରଜ ଜିତିଲେ ସ୍ୱର୍ଣ୍ଣ

ଟୋକିଓ: ଭାରତ ସ୍ୱାଧୀନ ହେବା ଦିନଠାରୁ ଅଲିମ୍ପିକ୍ସରେ ଯାହା କରିପାରି ନଥିଲା,ସେକଥା ଆଜି ଆଥଲେଟ ନୀରଜ ଚୋପ୍ରା କରି ଦେଖାଇଛନ୍ତି। ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ଆଜି ପଦକ ଜିତିଛନ୍ତି। ସେ କେବଳ ପଦକ ଜିତି ନାହାନ୍ତି ବରଂ ଦେଶ ପାଇଁ ଏକାଥରକେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ମଧ୍ୟ ନୀରଜ ଜିତିଛନ୍ତି। ନୀରଜ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାକୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ସ୍ୱାଧୀନତା ପରେ ଭାରତକୁ ଆଥଲେଟିକ୍ସରେ ପ୍ରଥମ ପଦକ, ନୀରଜ ଜିତିଲେ ସ୍ୱର୍ଣ୍ଣ

Nerraj

ଟୋକିଓ: ଭାରତ ସ୍ୱାଧୀନ ହେବା ଦିନଠାରୁ ଅଲିମ୍ପିକ୍ସରେ ଯାହା କରିପାରି ନଥିଲା,ସେକଥା ଆଜି ଆଥଲେଟ ନୀରଜ ଚୋପ୍ରା କରି ଦେଖାଇଛନ୍ତି। ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ଆଜି ପଦକ ଜିତିଛନ୍ତି। ସେ କେବଳ ପଦକ ଜିତି ନାହାନ୍ତି ବରଂ ଦେଶ ପାଇଁ ଏକାଥରକେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି।

Advertisment

ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ମଧ୍ୟ ନୀରଜ ଜିତିଛନ୍ତି। ନୀରଜ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି। ଏହାପୂର୍ବରୁ ଶୁଟିଂରେ ଅଭିନବ ବିନ୍ଦ୍ରା ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ।

ଆଜି ଯାଏ ଅଲିମ୍ପିକ୍ସର କୌଣସି ସଂସ୍କରଣରେ ଭାରତର କେହି ବି ଆଥଲେଟିକ୍ସରେ ପଦକ ଜିତି ନଥିଲେ। ଶେଷଥର ପାଇଁ ୧୯୦୦ ମସିହାର ଜୁଲାଇ ୨୨ରେ ବ୍ରିଟିଶ-ଇଣ୍ଡିଆର ନୋରମାନ ପ୍ରୀଟଚାର୍ଡ ୨୦୦ ମିଟର ରନିଂ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ଏହାପରେ ବ୍ରିଟିଶ ଇଣ୍ଡିଆ କିମ୍ବା ସ୍ୱାଧୀନତା ପରେ କୌଣସି କ୍ରୀଡ଼ାବିତ ଭାରତ ପାଇଁ ଆଥଲେଟିକ୍ସରେ ପଦକ ଜିତି ନଥିଲେ।

Advertisment

ନୀରଜ ଆଜି ଇତିହାସ ସୃଷ୍ଟି କରିବା ସହ ଭାରତର ୨୦୧୨ ମେଡାଲ ଟାଲି ରେକର୍ଡକୁ ବି ଭାଙ୍ଗି ଦେଇଛନ୍ତି। ଭାରତ ୨୦୧୨ରେ ୬ଟି ପଦକ ଜିତିଥିବା ବେଳେ ଏଥର ୭ଟି ପଦକ ଜିତିବାକୁ ସକ୍ଷମ ହୋଇଛି।


ନୀରଜ ଆଜି ପ୍ରଥମ ପ୍ରୟାସରୁ ହିଁ ଦମ ଦେଖାଇଥିଲେ। ପ୍ରଥମେ ସେ ୮୭.୦୩ ମିଟିର ଜାଭେଲିନକୁ ଫୋପାଡ଼ି ଥିଲେ। ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ରେକର୍ଡ ୮୭.୫୮ ମିଟିର ଦୂରତାକୁ ଜାଭେଲିନ ଫୋପାଡ଼ି ଏକା ପ୍ରକାରର ସ୍ୱର୍ଣ୍ଣ ପଦକ ପକ୍କା କରି ନେଇଥିଲେ।

ଏହାପରେ ଅନେକ କ୍ରୀଡ଼ାବିତ୍ ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ହେଁ କେହି ବି ସଫଳ ହୋଇ ନଥିଲେ। ଶେଷରେ ନୀରଜ ଚୋପ୍ରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି।