Advertisment

ବକ୍ସିଂ ଫାଇନାଲରେ ଜରୀନ, ଜସ୍ମିନଙ୍କୁ ବ୍ରୋଞ୍ଜ

ବର୍ମିଂହାମ: ବକ୍ସିଂର ମହିଳା ବର୍ଗରେ ଭାରତରକୁ ମିଶ୍ରତ ରେଜଲ୍ଟ ମିଳିଛି। ମହିଳା ବକ୍ସିଂର ୫୦ କେଜି ବର୍ଗରେ ଭାରତର ଷ୍ଟାର ବକ୍ସର ନିଖତ ଜରୀନ ଫାଇନାଲରେ ପ୍ରବେଶ କରିଥିବା ବେଳେ ୬୦ କେଜି ବର୍ଗର ସେମି ଫାଇନାଲରେ ଜସ୍ମିନ ହାରି ଯାଇଛନ୍ତି। ଏହାପୂର୍ବରୁ ମହିଳା ୪୮ରୁ ୫୧ କେଜି ବର୍ଗରେ ଭାରତର ନିତୁ ଓ ପୁରୁଷ ୪୮ରୁ ୫୧ କେଜି ବର୍ଗରେ ଅମିତ ପଙ୍ଘଲ ଫାଇନାଲରେ ପ୍ରବେଶ କରିଥିଲେ। ଜରୀନ, ଅମିତ ଓ ନିତୁ ଆସନ୍ତାକାଲି ସ୍ୱର୍ଣ୍ଣ […]

author-image
Hemant Lenka
ଅଦ୍ୟତନ ହୋଇଛି
ବକ୍ସିଂ ଫାଇନାଲରେ ଜରୀନ, ଜସ୍ମିନଙ୍କୁ ବ୍ରୋଞ୍ଜ

Nikhat

ବର୍ମିଂହାମ: ବକ୍ସିଂର ମହିଳା ବର୍ଗରେ ଭାରତରକୁ ମିଶ୍ରତ ରେଜଲ୍ଟ ମିଳିଛି। ମହିଳା ବକ୍ସିଂର ୫୦ କେଜି ବର୍ଗରେ ଭାରତର ଷ୍ଟାର ବକ୍ସର ନିଖତ ଜରୀନ ଫାଇନାଲରେ ପ୍ରବେଶ କରିଥିବା ବେଳେ ୬୦ କେଜି ବର୍ଗର ସେମି ଫାଇନାଲରେ ଜସ୍ମିନ ହାରି ଯାଇଛନ୍ତି। ଏହାପୂର୍ବରୁ ମହିଳା ୪୮ରୁ ୫୧ କେଜି ବର୍ଗରେ ଭାରତର ନିତୁ ଓ ପୁରୁଷ ୪୮ରୁ ୫୧ କେଜି ବର୍ଗରେ ଅମିତ ପଙ୍ଘଲ ଫାଇନାଲରେ ପ୍ରବେଶ କରିଥିଲେ। ଜରୀନ, ଅମିତ ଓ ନିତୁ ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ।

Advertisment

ଆଜି ଜରୀନଙ୍କ ମୁକାବିଲା ଇଂଲଣ୍ତର ଶାବନା ଅଲଫିଆଙ୍କ ସହ ହୋଇଥିଲା। ତେବେ ମ୍ୟାଚ ଆରମ୍ଭରୁ ହିଁ ଜରୀନଙ୍କ ଦବଦବା ଦେଖିବାକୁ ମିଳିଥିଲା। ସେ ତାଙ୍କର ଫୁଟୱର୍କ ଓ ପଞ୍ଚିଂରେ ଆରିଫାଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଶେଷରେ ମ୍ୟାଚ୍‌କୁ ୫-୦ରେ ଜିତି ଫାଇନାଲ ଟିକେଟ ହାସଲ କରିଥିଲେ।

ଏହି ମ୍ୟାଚ୍‌ ପରେ ଜସ୍ମିନ ୬୦ କେଜି ବର୍ଗର ସେମି ଫାଇନାଲ ପାଇଁ ରିଗିଂକୁ ଓହ୍ଲାଇଥିଲେ। ତାଙ୍କର ମୁକାବିଲା ଇଂଲଣ୍ଡର ଜେମା ରିଚାର୍ଡସନଙ୍କ ସହ ହୋଇଥିଲା। ରିଚାର୍ଡସନଙ୍କ ଘନଘନ ଆକ୍ରମଣର ବେଶ ଚମତ୍କାର ଢଙ୍ଗରେ ଦେଇଥିଲେ। କିନ୍ତୁ ୩ଟି ଯାକ ରାଉଣ୍ଡ ପରେ ରିଚାର୍ଡସନ ୩-୨ ବାଉଟରେ ମ୍ୟାଚ୍‌କୁ ଜିତି ନେଇଥିଲେ। ସେ ଫାଇନାଲକୁ ଯାଇଥିବା ବେଳେ ଜସ୍ମିନ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

Advertisment

[caption id="" align="aligncenter" width="813"]Jaismine lost a close bout 2-3 to bag the bronze medal ରିଙ୍ଗରେ ଜସ୍ମିନ[/caption]

ଏହାକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୩୦ରେ ପହଞ୍ଚିଛି। ଏଥିରେ ୯ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ପଦକ ରହିଛି।

ଅନ୍ୟପକ୍ଷରେ ଟେବୁଲ ଟେନିସରେ ଭାରତର ଶରତ କମଲ ୨ଟି ପଦକ ନିଶ୍ଚିତ କରିଛନ୍ତି। ସେ ପ୍ରଥମେ ପୁରୁଷ ଡବଲ୍ସରେ ସାଥିୟାନ ଗଣଶେଖରନଙ୍କ ସହ ମିଶି ଫାଇନାଲ ଟିକେଟ ହାତେଇଥିଲେ। ଏହାପରେ ମିକ୍ସଡ ଡବଲ୍ସରେ ଶ୍ରୀଜା ଅକୁଲାଙ୍କୁ ସାଥୀ କରି ଫାଇନାଲରେ ପହଞ୍ଚିଛନ୍ତି। ଭାରତ ଫାଇନାଲରେ ହାରିଲେ ମଧ୍ୟ ରୌପ୍ୟ ପଦକ ପାଇବ। ଏହାପୂର୍ବରୁ ଶରତ କମଲଙ୍କ ଭାରତୀୟ ପୁରୁଷ ଟିଟି ଟିମ୍‌ ସ୍ୱର୍ଣ୍ଣ ପଦକ ଜିତି ସାରିଛି।