Advertisment

ବକ୍ସିଂରେ ପଦକ ପକ୍କା କଲେ ନିତୁ, ସ୍ୱର୍ଣ୍ଣ ପାଇଁ ଖେଳିବେ ତୁଳିକା ମାନ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଛନ୍ତି ଭାରତର ଯୁବ ମହିଳା ବକ୍ସର ନିତୁ ଘନଘସ। ୨୧ ବର୍ଷୀୟ ନିତୁ ୪୮ କେଜି ବର୍ଗ ବକ୍ସିଂରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି। ଆଜି ସେ ଏହି ବର୍ଗରେ ନର୍ଦର ଆୟର୍ଲ୍ୟାଣ୍ଡର ନିକୋଲ କ୍ଲାୟଡେଙ୍କୁ ହରାଇଛନ୍ତି। ଏହି ବିଜୟ ସହ ସେ ୪୮ କେଜି ମହିଳା ବର୍ଗର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ସେମିରେ ହାରିଲେ ମଧ୍ୟ ଭାରତକୁ ଅତିକମରେ ବ୍ରୋଞ୍ଜ ପଦକ ମିଳିବ। କିନ୍ତୁ […]

ବକ୍ସିଂରେ ପଦକ ପକ୍କା କଲେ ନିତୁ, ସ୍ୱର୍ଣ୍ଣ ପାଇଁ ଖେଳିବେ ତୁଳିକା ମାନ

Nitu

Advertisment

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଛନ୍ତି ଭାରତର ଯୁବ ମହିଳା ବକ୍ସର ନିତୁ ଘନଘସ। ୨୧ ବର୍ଷୀୟ ନିତୁ ୪୮ କେଜି ବର୍ଗ ବକ୍ସିଂରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି। ଆଜି ସେ ଏହି ବର୍ଗରେ ନର୍ଦର ଆୟର୍ଲ୍ୟାଣ୍ଡର ନିକୋଲ କ୍ଲାୟଡେଙ୍କୁ ହରାଇଛନ୍ତି। ଏହି ବିଜୟ ସହ ସେ ୪୮ କେଜି ମହିଳା ବର୍ଗର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

Advertisment

ଏହାର ଅର୍ଥ ସେ ସେମିରେ ହାରିଲେ ମଧ୍ୟ ଭାରତକୁ ଅତିକମରେ ବ୍ରୋଞ୍ଜ ପଦକ ମିଳିବ। କିନ୍ତୁ ନିତୁ ଯେଉଁଭଳି ଢଙ୍ଗରେ ଆଜି ଲଢ଼ିଛନ୍ତି, ତାଙ୍କ ଠାରୁ ଦେଶ ସ୍ୱର୍ଣ୍ଣ ପଦକ ଆଶା ରଖିଛି। ନିତୁଙ୍କ ସାମ୍ନାରେ ନିକୋଲ ଆଦୌ ତିଷ୍ଟି ପାରି ନଥିଲେ। ପ୍ରଥମ ରାଉଣ୍ଡରେ ନିତୁ ଦମଦାର ପଞ୍ଚ ମାରି ତାଙ୍କୁ ଘାଇଲା କରିଥିଲେ। ଫଳରେ ୫ ଜଣ ଯାକ ଜଜ ନିତୁଙ୍କ ସପକ୍ଷରେ ପଏଣ୍ଟ ଦେଇଥିଲେ।

ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଜଜମାନେ ନିତୁଙ୍କୁ ଫୁଲ ପଏଣ୍ଟ ଅର୍ଥାତ ୫୦ ପଏଣ୍ଟ ଦେଇଥିଲେ। ଦୁଇ ରାଉଣ୍ଡର ଲଢ଼େଇ ଦେଖି ନିକୋଲ ଶେଷ ପର୍ଯ୍ୟାୟ ଲଢ଼େଇକୁ ମନା କରି ଦେଇଥିଲେ। ନିତୁଙ୍କ ପଞ୍ଚିଂ ଯୋଗୁ ସେ କାନ୍ଦି ମଧ୍ୟ ପକାଇଥିଲେ। ନିକୋଲ ଖେଳିବାକୁ ମନା କରିବାକୁ ତୃତୀୟ ରାଉଣ୍ଡ ପୂର୍ବରୁ ନିତୁକୁ ବିଜେତା ଘୋଷଣା କରାଯାଇଥିଲା।

Advertisment

ଅନ୍ୟପକ୍ଷରେ ୭୮ କେଜି ମହିଳା ଜୁଡୋ ବର୍ଗରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି ତୁଳିକା ମାନ। ସେ ନ୍ୟୁଜିଲ୍ୟାଣ୍ଡର ସାୟଡନୀ ଆଣ୍ଡ୍ର୍ୟୁସଙ୍କୁ ଇପୋନରେ ପରାସ୍ତ କରିଛନ୍ତି। ଯେତେବେଳେ ଜଣେ ଜୁଡୋ ଖେଳାଳିତ ପ୍ରତିପକ୍ଷଙ୍କୁ ସଂପୂର୍ଣ୍ଣ ଧରାଶାୟୀ କରେ ସେତେବେଳେ ଏହା ଇପୋନ ଭାବେ ବିବେଚନା କରାଯାଏ। ୪୮ କେଜି ମହିଳା ବର୍ଗର ସେମି ଫାଇନାଲରେ ସୁଶୀଲା ଦେବି ମଧ୍ୟ ଇପୋନ ଟେକନିକରେ ବାଜିମାତ କରି ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ତାଙ୍କୁ ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ହେଲେ ଏବେ ତୁଳିକାଙ୍କ ଠାରୁ ପୂରା ଦେଶ ସ୍ୱର୍ଣ୍ଣ ପଦକ ଆଶା ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe