Advertisment

କୁସ୍ତିରେ ଭାରତ ପାଇଁ ବ୍ରୋଞ୍ଜ ଜିତିଲେ ପୂଜା

ବର୍ମିଂହାମ: ପୁଣିଥରେ ରେସଲିଂରେ ଭାରତକୁ ମିଳିଛି ପଦକ। ମହିଳା ୫୦ କେଜି ବର୍ଗରେ ଭାରତଜ ପୂଜା ଗେହଲଟ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ସେମି ଫାଇନାଲରେ କାନାଡାର ପାର୍କସଙ୍କ ଠାରୁ ହାରି ଯାଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ଲଢ଼େଇରେ କୌଣସି ଭୁଲ କରି ନାହାନ୍ତି। ଏହି ମ୍ୟାଚ୍‌ରେ ତାଙ୍କର ମୁକାବିଲି ସ୍କଟଲ୍ୟାଣ୍ଡର ଖ୍ରୀଷ୍ଟିଲ୍ଲେ ଲେମୋଫାକଙ୍କ ସହ ହୋଇଥିଲା। ମ୍ୟାଚ ଆରମ୍ଭରୁ ଲେମୋଫାକ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲେ। ସେ ପୂଜାଙ୍କୁ ମାତ ଦେବାକୁ ଚେଷ୍ଟା କରିଥିଲେ ହେଁ […]

କୁସ୍ତିରେ ଭାରତ ପାଇଁ ବ୍ରୋଞ୍ଜ ଜିତିଲେ ପୂଜା

Pooja

Advertisment

ବର୍ମିଂହାମ: ପୁଣିଥରେ ରେସଲିଂରେ ଭାରତକୁ ମିଳିଛି ପଦକ। ମହିଳା ୫୦ କେଜି ବର୍ଗରେ ଭାରତଜ ପୂଜା ଗେହଲଟ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ସେମି ଫାଇନାଲରେ କାନାଡାର ପାର୍କସଙ୍କ ଠାରୁ ହାରି ଯାଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ଲଢ଼େଇରେ କୌଣସି ଭୁଲ କରି ନାହାନ୍ତି। ଏହି ମ୍ୟାଚ୍‌ରେ ତାଙ୍କର ମୁକାବିଲି ସ୍କଟଲ୍ୟାଣ୍ଡର ଖ୍ରୀଷ୍ଟିଲ୍ଲେ ଲେମୋଫାକଙ୍କ ସହ ହୋଇଥିଲା।

Advertisment

ମ୍ୟାଚ ଆରମ୍ଭରୁ ଲେମୋଫାକ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲେ। ସେ ପୂଜାଙ୍କୁ ମାତ ଦେବାକୁ ଚେଷ୍ଟା କରିଥିଲେ ହେଁ ନିଜ ଜାଲରେ ଫସି ଯାଇଥିଲେ। ପୂଜାଙ୍କ ପଏଣ୍ଟ ପରେ ପଏଣ୍ଟ ହାସଲ କରି ତାଙ୍କ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଶେଷରେ ୧୨-୨ ପଏଣ୍ଟରେ ସେ ମ୍ୟାଚ୍ ସହ ବ୍ରୋଞ୍ଜ ପଦକ ଜିତି ନେଇଛନ୍ତି।

୧୦ ପଏଣ୍ଟ ବ୍ୟବଧାନ ଯୋଗୁ ପୂଜାଙ୍କୁ ମ୍ୟାଚ୍ ଅଧାରୁ ହିଁ ବିଜେତା ଘୋଷଣା କରାଯାଇଛି। ପୂଜାଙ୍କର ଏହା ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ସେହିପରି ସେ ଅଣ୍ଡର-୨୩ ଚାମ୍ପିୟନଶିପରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।

Advertisment

ଭାରତ ଆଜି କୁସ୍ତିରେ ୩ଟି ସ୍ୱର୍ଣ୍ଣ ଓ ଆଉ ଦୁଇଟି ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ। ଗତକାଲି ଭାରତର ୬ ଜଣ ରେସଲର ପଦକ ଜିତିଥିଲେ। ଏଥିରେ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ରହିଥିଲା। ଆଜି ରବି କୁମାର ଦାହିୟା, ନୀବନ କୁମାର ଓ ଭିନେଶ ଫୋଗଟ ସ୍ୱର୍ଣ୍ଣ ଭାବେ ଲଢ଼ିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe