ରେକର୍ଡ ସହ ରୌପ୍ୟ ଜିତିଲେ ପ୍ରବୀଣ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି ହାଇ ଜମ୍ପର ପ୍ରବୀଣ କୁମାର। ପ୍ରବୀଣ ଟି-୬୪ ବର୍ଗରେ ୨.୦୭ ମିଟର୍ ଜମ୍ପ ମାରି ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି। ସେ ମଧ୍ୟ ଏହି ଜମ୍ପ ସହ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚି ଯାଇଛି। ପ୍ରବୀଣ ଆରମ୍ଭରୁ ହିଁ ନିଜ ପ୍ରଦର୍ଶନ ଦ୍ୱାରା […]

praveen-kumar

Ranjit Kumar Jena
  • Published: Friday, 03 September 2021
  • , Updated: 03 September 2021, 10:45 AM IST

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି ହାଇ ଜମ୍ପର ପ୍ରବୀଣ କୁମାର। ପ୍ରବୀଣ ଟି-୬୪ ବର୍ଗରେ ୨.୦୭ ମିଟର୍ ଜମ୍ପ ମାରି ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି। ସେ ମଧ୍ୟ ଏହି ଜମ୍ପ ସହ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚି ଯାଇଛି।

ପ୍ରବୀଣ ଆରମ୍ଭରୁ ହିଁ ନିଜ ପ୍ରଦର୍ଶନ ଦ୍ୱାରା ପଦକ ଜିତିବା ପାଇଁ ଦୃଢ଼ ଦାବିଦାର ହୋଇଥିଲେ। ଏହି ଇଭେଣ୍ଟରେ ଗ୍ରେଟ୍ ବ୍ରିଟେନର ଜୋନାଥନ ବ୍ରୁମ୍-ଏଡୱାର୍ଡ୍ସ ୨.୧୦ ମିଟର୍ ସହ ସ୍ୱର୍ଣ୍ଣ ଓ ପୋଲାଣ୍ଡର ଲେପିଆଟୋ ୨.୦୪ ମିଟର୍ ଜମ୍ପ ମାରି ବ୍ରୋଞ୍ଜ ପଦକ ହାତେଇଛନ୍ତି।

https://twitter.com/ParalympicIndia/status/1433659210609283072?s=20

୧୮ ବର୍ଷୀୟ ପ୍ରବୀଣ ନିଜର ପ୍ରଥମ ଜମ୍ପରେ ୧.୮୮ ମିଟରକୁ କ୍ଲିୟର କରିନେଇଥିଲେ। ଏହା ପରେ ସେ ୧.୯୮ ମିଟରକୁ ପ୍ରଥମ ପ୍ରୟାସରେ ଅତିକ୍ରମ କରିଥିଲେ। ଏଥିସହ ସେ ଦେଶ ପାଇଁ ପଦକ ନିଶ୍ଚିତ କରିଥିଲେ। ସେ ଦୁଇଟି ପ୍ରୟାସରେ ୨.୦୧ ମିଟର୍ ଜମ୍ପକୁ କ୍ଲିୟର କରିଥିବା ବେଳେ ୨.୦୪ ମିଟରକୁ ପ୍ରଥମ ପ୍ରୟାସରେ ପାସ୍ କରିଦେଇଥିଲେ। ହେଲେ ସେ ୨.୦୭ ମିଟରକୁ ପ୍ରଥମ ପ୍ରୟାସରେ ପାସ୍ କରିପାରିନଥିବା ବେଳେ ଦ୍ୱିତୀୟ ପ୍ରୟାସରେ ଏହାକୁ କ୍ଲିୟର କରିନେଇଥିଲେ। ପ୍ରବୀଣ ୨.୧୦ ମିଟରକୁ ତିନୋଟି ଯାକ ପ୍ରୟାସରେ ପାସ୍ କରିପାରିନଥିଲେ। ଯେଉଁ କାରଣରୁ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

https://twitter.com/ParalympicIndia/status/1433636955246505986?s=20

ପ୍ରବୀଣଙ୍କ ଏହି ରୌପ୍ୟ ପଦକ ବଳରେ ଭାରତୀୟ ଟିମ୍ ମଧ୍ୟ ପାରାଲିମ୍ପିକ୍ସରେ ଇତିହାସ ରଚିଦେଇଛି। ଭାରତ ଏଯାଏ ୨ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ଜିତିଛି। ଏହା ପାରାଲିମ୍ପିକ୍ସ ଇତିହାସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ଭାରତ ୨୦୧୬ରେ ରିଓ ପାରାଲିମ୍ପିକ୍ସରେ ୨ ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିଥିଲା।

https://twitter.com/narendramodi/status/1433628304532127745?s=20

ଚଳିଗ ଗେମ୍ସରେ ଭାରତୀୟ ଶୁଟର୍ ଅବନୀ ଲଖେରା ଓ ଜାଭେଲିନ୍ ଥ୍ରୋୟର୍ ସୁମିତ୍ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ପ୍ରବୀଣଙ୍କ ବ୍ୟତୀତ ପ୍ୟାଡଲର୍ ଭାବିନା ପଟେଲ, ଜାଭେଲିନ୍ ଥ୍ରୋୟର୍ ଦେବେନ୍ଦ୍ର ଝାଝାରିଆ, ଡିସକସ୍ ଥ୍ରୋୟର୍, ଯୋଗେଶ କଥୁନିଆ ଓ ହାଇଜମ୍ପର ଥଙ୍ଗାଭେଲୁ ଓ ନିଶାଦ ରୌପ୍ୟ ପଦକ ଜିତିଛନ୍ତି। ଜାଭେଲିନ୍ ଥ୍ରୋୟର୍ ସୁନ୍ଦର ସିଂହ ଗୁର୍ଜର, ହାଇ ଜମ୍ପର ଶରଦ କୁମାର ଓ ଶୁଟର୍ ସିଂହରାଜ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Related story