Priyanka
ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦୌଡ଼କୁଦ ଇଭେଣ୍ଟରେ ମିଳିଛି ତୃତୀୟ ପଦକ। ଭାରତ ପାଇଁ ମହିଳା ୧୦ ହଜାର ମିଟର ଚାଲିବା ପ୍ରତିଯୋଗିତାରେ ପ୍ରିୟଙ୍କା ଗୋସ୍ୱାମୀ ଜିତିଛନ୍ତି ରୌପ୍ୟ ପଦକ। ସେ ଆଜିର ମାରାଥନ ରେସରେ ଦମଦାର ପ୍ରଦର୍ଶନ କରିଛନ୍ତି। ଏଥିସହ ସହ ନିଜର ବ୍ୟକ୍ତିଗତ ପ୍ରଦର୍ଶନ ଠାରୁ ଭଲ ଟାଇମିଂରେ ରେସ ଶେଷ କରିଛନ୍ତି।
ପ୍ରିୟଙ୍କା ଏହି ରେସ୍କୁ ରେକର୍ଡ ୪୯ ମିନିଟ ୩୮ ସେକେଣ୍ଡରେ ପାର କରିଛନ୍ତି। ଦୌଡ଼କୁଦ ଇଭେଣ୍ଟରେ ଭାରତକୁ ଏହା ପୂର୍ବରୁ ୨ଟି ପଦକ ମିଳିଥିଲା। ଉଚ୍ଚ ଡିଆଁରେ ଭାରତର ତେଜସ୍ୱିନ ଶଙ୍କର ବ୍ରୋଞ୍ଜ ଓ ଲମ୍ବ ଡିଆଁରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଥିଲେ। ଏବେ ଏହି ପଦକ ତାଲିକାରେ ପ୍ରିୟଙ୍କା ଗୋସ୍ୱାମୀଙ୍କ ନାଁ ଯୋଡ଼ି ହୋଇ ଯାଇଛି।
ପ୍ରିୟଙ୍କା ଭାରତର ପ୍ରଥମ ମହିଳା ଭାବେ ରେସ ୱାକ ବା ଚାଲିବା ଇଭେଣ୍ଟରେ ପଦକ ଜିତିଛନ୍ତି। ସେହିପରି ସେ ଦ୍ୱିତୀୟ ଭାରତୀୟ ଯିଏ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟରେ ପୋଡିୟମରେ ନିଜର ଅଭିଯାନ ଶେଷ କରିଛନ୍ତି। ଏହାପୂର୍ବରୁ ହରମିନ୍ଦର ସିଂହ ୨୦ କିମି ରେସ ୱାକରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ।
ଆଜିର ପ୍ରତିଯୋଗିତାରେ ପ୍ରିୟଙ୍କା ୪୦୦୦ ମିଟର ଅର୍ଥାତ ୪ କିମି ଯାଏ ୧ ନଂ ସ୍ଥାନରେ ରହିଥିଲେ। କିନ୍ତୁ ଏହାପରେ ଅଷ୍ଟ୍ରେଲିଆର ଜେମିମା ମୋଣ୍ଟାଗ ଓ କେନିୟାର ଇମଲୀ ଏନଗି ତାଙ୍କୁ ପଛରେ ପକାଇ ଦେଇଥିଲେ। ୮କିମି ଦୂରତା ଶେଷ ହେବା ବେଳକୁ ପ୍ରିୟଙ୍କା ତୃତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଶେଷ ୨ ହଜାର ମିଟର ରେସରେ ସେ ଜବରଦସ୍ତ କମବ୍ୟାକ୍ କରି ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ଭାବନା ଜାଟ ୮ମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/Priyanka.jpg)