Advertisment

ପିଟି ଉଷା ହେଲେ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ସଭାପତି

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି। ବର୍ତ୍ତମାନର ଆଇନମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ପିଟି ଉଷାଙ୍କୁ ଆଇଓଏର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ସୁନା ଝିଅ ପିଟି ଉଷା ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ସଭାପତି […]

author-image
Hemant Lenka
ପିଟି ଉଷା ହେଲେ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ସଭାପତି

PT-Usha

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି। ବର୍ତ୍ତମାନର ଆଇନମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ପିଟି ଉଷାଙ୍କୁ ଆଇଓଏର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ସେ କହିଛନ୍ତି, “ସୁନା ଝିଅ ପିଟି ଉଷା ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା। ଆଇଓଏର ବିଭିନ୍ନ ପଦପଦବୀ ହାତେଇଥିବା ଆମ ଦେଶର କ୍ରୀଡ଼ା ହିରୋମାନଙ୍କୁ ମଧ୍ୟ ଶୁଭେଚ୍ଛା।”

ଏହାପୂର୍ବରୁ ପିଟି ଉଷା ଆଇଏଓ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଥିବା କହିଥିଲେ। ତାଙ୍କୁ ସମସ୍ତ ଆଥେଲଟ ଓ ନ୍ୟାଶନାଲ ଫେଡରେସନ ସମର୍ଥନ କରୁଥିବା ମଧ୍ୟ ସେ ସୂଚନା ଦେଇଥିଲେ। ଏବେ ସର୍ବସମ୍ମତିକ୍ରମେ ପିଟି ଉଷା ଆଇଓଏ ସଭାପତି ହୋଇଛନ୍ତି।

Advertisment

ଭାରତର ଅନ୍ୟତମ ଷ୍ଟାର ସ୍ପ୍ରିଣ୍ଟର ହେଉଛନ୍ତି ପିଟି ଉଷା। ସେ ଏସିଆ ଗେମ୍ସରେ ଭାରତ ପାଇଁ ୪ଟି ସ୍ୱର୍ଣ୍ଣ ଓ ୭ଟି ରୌପ୍ୟ ପଦକ ଜିତିଛନ୍ତି। ୧୯୮୪ରେ ଲସ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିବା ଅଲିମ୍ପିକ୍ସରେ ସେ ଅଳ୍ପକେ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ସେ ୪୦୦ ମିଟର ହର୍ଡଲ୍ସରେ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଥିଲେ। ତେବେ ୧/୧୦୦ ସେକେଣ୍ଡ ପାଇଁ ସେ ୪ର୍ଥରେ ରହିଥିଲେ। ତାଙ୍କ ଟାଇମିଂ ଥିଲା ୫୫.୪୨ ସେକେଣ୍ଡ। ଏହି ଟାଇମିଂ ଆଜି ଯାଏ ଜାତୀୟ ରେକର୍ଡ ହୋଇ ରହିଛି।