Advertisment

ବକ୍ସିଂରେ ଭାରତ ପାଇଁ ଆଉ ଦୁଇଟି ପଦକ ନିଶ୍ଚିତ କଲେ ସାଗର ଓ ଜସ୍ମିନ

ବର୍ମିଂହାମ: ଭାରୋତ୍ତୋଳନ ପରେ ଏବେ ବକ୍ସିଂରୁ ଭାରତ ପାଇଁ ପଦକ ବର୍ଷା ହେବାରେ ଲାଗିଛି। ଭାରତର ଜଣଙ୍କ ପରେ ଜଣେ ଖେଳାଳି ବକ୍ସିଂ ଇଭେଣ୍ଟର ବିଭିନ୍ନ ବର୍ଗର ସେମି ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିବାରେ ଲାଗିଛନ୍ତି। ପୂର୍ବରୁ ୪ ଜଣ ବକ୍ସର ସେମିକୁ ଯାଇଥିବା ବେଳେ ଏବେ ଆଉ ଜଣ ପଦକ ନିଶ୍ଚିତ କରିଛନ୍ତି। ଆଜି ୯୨ କେଜି ସୁପର ହେଭିୱେଟ ବର୍ଗରେ ଭାରତର ସାଗର ଅହଲୱାଟ ସେମି ଫାଇନାଲ ଟିକେଟ ହାସଲ କରିଛନ୍ତି। […]

ଅଦ୍ୟତନ ହୋଇଛି
ବକ୍ସିଂରେ ଭାରତ ପାଇଁ ଆଉ ଦୁଇଟି ପଦକ ନିଶ୍ଚିତ କଲେ ସାଗର ଓ ଜସ୍ମିନ

sagar

Advertisment

ବର୍ମିଂହାମ: ଭାରୋତ୍ତୋଳନ ପରେ ଏବେ ବକ୍ସିଂରୁ ଭାରତ ପାଇଁ ପଦକ ବର୍ଷା ହେବାରେ ଲାଗିଛି। ଭାରତର ଜଣଙ୍କ ପରେ ଜଣେ ଖେଳାଳି ବକ୍ସିଂ ଇଭେଣ୍ଟର ବିଭିନ୍ନ ବର୍ଗର ସେମି ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିବାରେ ଲାଗିଛନ୍ତି। ପୂର୍ବରୁ ୪ ଜଣ ବକ୍ସର ସେମିକୁ ଯାଇଥିବା ବେଳେ ଏବେ ଆଉ ଜଣ ପଦକ ନିଶ୍ଚିତ କରିଛନ୍ତି।

Advertisment

ଆଜି ୯୨ କେଜି ସୁପର ହେଭିୱେଟ ବର୍ଗରେ ଭାରତର ସାଗର ଅହଲୱାଟ ସେମି ଫାଇନାଲ ଟିକେଟ ହାସଲ କରିଛନ୍ତି। ସେହିପରି ମହିଳା ୬୦ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ଜସ୍ମିନ ଲମ୍ବୋରିଆ ବାଜିମାତ କରି ସେମିରେ ପ୍ରବେଶ କରିଛନ୍ତି।

ଜସ୍ମିନଙ୍କ ମୁକାବିଲା ଆଜି ନ୍ୟୁଜିଲ୍ୟାଣ୍ଡର ଟୋରି ଗାରଟନଙ୍କ ସହ ହୋଇଥିଲା। ଉଭୟ ଖେଳାଳି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମ ରାଉଣ୍ଡକୁ ଜସ୍ମିନ ୫-୦ରେ କବଜା କରିଥିଲେ। ହେଲେ ଦ୍ୱିତୀୟ ରାଉଣ୍ଡରେ ଜସ୍ମିନ ୩-୨ରେ ପଛେଇ ଯାଥିଲେ। ତୃତୀୟ ରାଉଣ୍ଡରେ ଗାରଟନ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଯସ୍ମିନଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ି ନଥିଲା। ଶେଷରେ ସେ ୪-୧ରେ ମ୍ୟାଚ୍‌ ଜିତି ଭାରତ ପାଇଁ ବକ୍ସିଂରେ ଆଉ ଗୋଟିଏ ପଦକ ନିଶ୍ଚିତ କରିଥିଲେ।

Advertisment

ଏହପରେ ପୁରୁଷ ୯୨ କେଜି ବର୍ଗର ବକ୍ସିଂ ଇଭେଣ୍ଟରେ ରିଗିଂକୁ ଆସିଥିଲେ ଭାରତର ସାଗର। ତାଙ୍କର ମୁକାବିଲା ସିଚେଲ୍ସର କେଡ୍ଡୀ ଇଭାନ୍ସ ଆଗନେସଙ୍କ ସହ ହୋଇଥିଲା। ‌ଆରମ୍ଭରୁ ହିଁ କେଡ୍ଡୀ ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। କିନ୍ତୁ ସାଗର ସୁଯୋଗ ଦେଖି ଦମଦାର ପଞ୍ଚ ମାରିଥିଲେ। ପ୍ରଥମ ରାଉଣ୍ଡରେ ସାଗରଙ୍କୁ ୪ ଜଣ ଜଜ ୧୦ ପଏଣ୍ଟ ଲେଖାଏ ଦେଇଥିବା ବେଳେ ଜଣେ ୯ ପଏଣ୍ଟ ଦେଇଥିଲେ। ଦ୍ୱିତୀୟ ରାଉଣ୍ଡରେ ସମସ୍ତ ୫ ଜଣ ଯାକ ସାଗରଙ୍କୁ ୧୦ ପଏଣ୍ଟ ଲେଖାଏ ଦେଇଥିଲେ। ତୃତୀୟ ରାଉଣ୍ଡରେ ୪ ଜଣ ଜଜ ସାଗରକଙ୍କୁ ୧୦ ପଏଣ୍ଟ ଲେଖାଏ ଦେଇଥିବା ବେଳେ ଜଣେ ୯ ପଏଣ୍ଟ ଦେଇଥିଲେ। ଏହାପରେ ସାଗର ୫-୦ରେ ବିଜୟୀ ହୋଇ ସେମି ଫାଇନାଲ ଯିବାକୁ ସକ୍ଷମ ହୋଇଛନ୍ତି।

ଏହାପୂର୍ବରୁ ଭାରତ ପାଇଁ ବକ୍ସିଂରେ ଅମିତ ପଙ୍ଘଲ, ମହିଳା ୪୮ କେଜି ବର୍ଗରେ ନିତୁ ଘନଘସ, ପୁରୁଷ ୫୭ କେଜି ବର୍ଗରେ ମହମ୍ମଦ ହସମୁଦ୍ଦିନ ଓ ମହିଳା ୫୦ କେଜି ବର୍ଗରେ ନିଖିତ ଜରୀନ ସେମିରେ ପ୍ରବେଶ କରି ଭାରତ ପାଇଁ ପଦକ ପକ୍କା କରିଥିଲେ। ତେବେ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଲଭଲୀନା କ୍ୱାର୍ଟର ଫାଇନାଲରେ ହାରି ସମସ୍ତଙ୍କୁ ନିରାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe