Advertisment

ଟୋକିଓ ପାରାଲିମ୍ପିକ୍ସ: ଗୋଟିଏ ଦିନରେ ଭାରତକୁ ୩ଟି ପଦକ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ପଦକ। ଦେଶ ପାଇଁ ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ଖେଳାଳି। ଆଜି ସକାଳେ ଟେବୁଲ ଟେନିସରେ ମହିଳା ସିଙ୍ଗିଲ୍ସରେ ରୌପ୍ୟ ପଦକ ଜିତିଥିଲେ ଭାବିନା ପଟେଲ। ଫାଇନାଲରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କଠାରୁ ୦-୩ରେ ହାରି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସରେ ପଦକ ଜିତିଛନ୍ତି। ରୌପ୍ୟ ବିଜୟିନୀ ଭାବିନା […]

ଟୋକିଓ ପାରାଲିମ୍ପିକ୍ସ: ଗୋଟିଏ ଦିନରେ ଭାରତକୁ ୩ଟି ପଦକ

tokyo-olympics

Advertisment

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ପଦକ। ଦେଶ ପାଇଁ ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ଖେଳାଳି। ଆଜି ସକାଳେ ଟେବୁଲ ଟେନିସରେ ମହିଳା ସିଙ୍ଗିଲ୍ସରେ ରୌପ୍ୟ ପଦକ ଜିତିଥିଲେ ଭାବିନା ପଟେଲ। ଫାଇନାଲରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କଠାରୁ ୦-୩ରେ ହାରି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସରେ ପଦକ ଜିତିଛନ୍ତି।

Advertisment

ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ସେପଟେ ହାଇଜମ୍ପରେ ଆସିଛି ଦେଶ ପାଇଁ ଦ୍ୱିତୀୟ ରୌପ୍ୟ ପଦକ। ୨.୦୬ ମିଟର ଡେଇଁ ରୌପ୍ୟ ପଦକ ଜିତିଛନ୍ତି ନିଷାଦ କୁମାର। ସେହିପରି ଡିସକସ୍ ଥ୍ରୋରେ ବ୍ରୋଞ୍ଜ ଜିତିଛନ୍ତି ବିନୋଦ କୁମାର। ୧୯.୯୧ ମିଟର ଫିଙ୍ଗିବା ସହ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ବିନୋଦ। ଭାରତୀୟ କ୍ରୀଡାବିତଙ୍କ ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe