Advertisment

କାଲି ଦୂତିଙ୍କ ଟୋକିଓ ଟେଷ୍ଟ : କହିଲେ ନିଶ୍ଚୟ ଜିତିବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଟୋକିଓରେ ଟ୍ରାକକୁ ଓହ୍ଲାଇବେ ଭାରତୀୟ ସ୍ପ୍ରିଂଟର ତଥା ଓଡ଼ିଆ ଆଥଲେଟ ଦୂତି ଚାନ୍ଦ। ଏକ ମାତ୍ର ଭାରତୀୟ ଆଥଲେଟ ଭାବେ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକସରେ 2ଟି ଇଭେଣ୍ଟରେ ଭାଗ ନେଉଛନ୍ତି । ସେହି ଇଭେଣ୍ଟ ଗୁଡିକ ହେଲା ୧୦୦ ମିଟର ଓ ୨୦୦ ମିଟର ଦୌଡ଼। ଆସନ୍ତା କାଲି ୧୦୦ମିଟର ଦୌଡ଼ ଇଭେଣ୍ଟରେ ଦୌଡିବେ ଦୂତି।  ସକାଳ ୮ଟା ରୁ ୯ଟା ଭିତରେ ରହିଥିବା 7ଟି ହିଟସ ମଧ୍ୟରୁ ଗୋଟିଏ ହିଟସରେ […]

ନୂଆ ଜାତୀୟ ରେକର୍ଡ ସତ୍ତ୍ୱେ ଦୂତୀ ଅଲିମ୍ପିକ୍ ଟିକେଟ୍‌ ପାଇବାରୁ ବଞ୍ଚିତ

dutee-chand

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଟୋକିଓରେ ଟ୍ରାକକୁ ଓହ୍ଲାଇବେ ଭାରତୀୟ ସ୍ପ୍ରିଂଟର ତଥା ଓଡ଼ିଆ ଆଥଲେଟ ଦୂତି ଚାନ୍ଦ। ଏକ ମାତ୍ର ଭାରତୀୟ ଆଥଲେଟ ଭାବେ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକସରେ 2ଟି ଇଭେଣ୍ଟରେ ଭାଗ ନେଉଛନ୍ତି । ସେହି ଇଭେଣ୍ଟ ଗୁଡିକ ହେଲା ୧୦୦ ମିଟର ଓ ୨୦୦ ମିଟର ଦୌଡ଼। ଆସନ୍ତା କାଲି ୧୦୦ମିଟର ଦୌଡ଼ ଇଭେଣ୍ଟରେ ଦୌଡିବେ ଦୂତି।  ସକାଳ ୮ଟା ରୁ ୯ଟା ଭିତରେ ରହିଥିବା 7ଟି ହିଟସ ମଧ୍ୟରୁ ଗୋଟିଏ ହିଟସରେ ଦୌଡିବେ।  ଟୋକିଓ ରେ ପହଁଚି ଦୂତି ଜିମ ଏବଂ ଟ୍ରାକରେ ଅଭ୍ୟାସ କରି କରୋନା କଟକଣା ମଧ୍ୟରେ ନିଜକୁ ଫିଟ ରଖିଛନ୍ତି।

Advertisment

ଦୂତିଙ୍କ ଶହେ ମିଟର ଦୌଡ଼ ଇଭେଣ୍ଟର ଶ୍ରେଷ୍ଠ ପଦର୍ଶନ 11.17 ସେକେଣ୍ଡ ରହିଛି।  ଯାହାକି ତାଙ୍କ ନାମରେ ଜାତୀୟ ରେକର୍ଡ ରହିଛି।  ତେବେ ଶହେ ମିଟର ଦୌଡ଼ ପାଇଁ olympics କ୍ୱାଲିଫାଏ ଟାଇମିଙ୍ଗ ଥିଲା 11.15 ସେକେଣ୍ଡ।   ବିଶ୍ୱ ରାଙ୍କିଙ୍ଗ ଅନୁଶାରେ ଦୂତି ଙ୍କୁ ଟୋକିଓ ଟିକଟ ମିଳିଛି। ଶହେ ମିଟର ଦୌଡ଼ ଇଭେଣ୍ଟରେ ବିଶ୍ୱ ରାଙ୍କିଙ୍ଗ 41 ରହିଥିବା ବେଳେ 2ଶହ ମିଟର ଇଭେଣ୍ଟରେ ବିଶ୍ଵ ରାଙ୍କିଙ୍ଗ 50 ରହିଥିଲା।

ଏନେଇ ଦୂତି କହିଛନ୍ତି ଯେ, ବର୍ତ୍ତମାନ ସେ ଟୋକିଓରେ ଅଛନ୍ତି। ପାଗ ଭଲ ଅଛି। ଆସନ୍ତକାଲି ଜାପାନ ଟାଇମରେ ୧୨ଟା ୧୫ ଏବଂ ଭାରତୀୟ ସମୟରେ ୮ଟା ୧୦ରୁ ୯ଟା ଭିତରେ ତାଙ୍କର ପ୍ରତିଦ୍ୱନ୍ଦିତା ହେବ। ଭଲ ପ୍ରଦର୍ଶନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି  । ଏଥିସହ ମୁଁ ସମସ୍ତଙ୍କ ଆଶୀର୍ବାଦ, ଭଲପାଇବା ଓ ସହଯୋଗ କାମନା କରୁଛି। କାଲିର ପ୍ରତିଯୋଗତାରେ ମୁଁ ନିଶ୍ଚିତ ସଫଳ ହେବି ବୋଲି ଦୂତି କହିଛନ୍ତି।

Advertisment
Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe