Advertisment

କମବ୍ୟାକ୍‌ ମ୍ୟାଚ୍‌ରେ ବିଜେନ୍ଦର ସିଂହଙ୍କ ଦମଦାର ବିଜୟ, ସୁଲେଙ୍କୁ କଲେ ନକଆଉଟ

ରାୟପୁର: ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ବିଜେନ୍ଦର ସିଂହ ପ୍ରୋ ବକ୍ସିଂରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଦୁଇ ବର୍ଷର ବ୍ୟବଧାନ ପରେ ଆଜି ରିଙ୍ଗକୁ ଓହ୍ଲାଇଥିଲେ ମଧ୍ୟ ବିଜୟରୁ ନିଜର ସିଜିନ ଆରମ୍ଭ କରିଛନ୍ତି। ସେ ରାୟପୁର ଠାରେ ଅନୁଷ୍ଠିତ ପ୍ରଫେସନାଲ ବକ୍ସିଂ ଇଭେଣ୍ଟ ‘ଦି ଜଙ୍ଗଲ ରୁମ୍ବେଲ’ରେ ଘାନାର ଇଲିଆସୁ ସୁଲେକୁ ନକ ଆଉଟ କରି ବିଜେତା ବନିଛନ୍ତି। ନ୍ୟାଶନାଲ ୱେଷ୍ଟ ଆଫ୍ରିକା ବକ୍ସିଂ ୟୁନିୟନ ଚାମ୍ପିୟନ ତଥା ଏଯାଏ ପରାସ୍ତ […]

author-image
Hemant Lenka
ଅଦ୍ୟତନ ହୋଇଛି
କମବ୍ୟାକ୍‌ ମ୍ୟାଚ୍‌ରେ ବିଜେନ୍ଦର ସିଂହଙ୍କ ଦମଦାର ବିଜୟ, ସୁଲେଙ୍କୁ କଲେ ନକଆଉଟ

Boxing

ରାୟପୁର: ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ବିଜେନ୍ଦର ସିଂହ ପ୍ରୋ ବକ୍ସିଂରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଦୁଇ ବର୍ଷର ବ୍ୟବଧାନ ପରେ ଆଜି ରିଙ୍ଗକୁ ଓହ୍ଲାଇଥିଲେ ମଧ୍ୟ ବିଜୟରୁ ନିଜର ସିଜିନ ଆରମ୍ଭ କରିଛନ୍ତି। ସେ ରାୟପୁର ଠାରେ ଅନୁଷ୍ଠିତ ପ୍ରଫେସନାଲ ବକ୍ସିଂ ଇଭେଣ୍ଟ ‘ଦି ଜଙ୍ଗଲ ରୁମ୍ବେଲ’ରେ ଘାନାର ଇଲିଆସୁ ସୁଲେକୁ ନକ ଆଉଟ କରି ବିଜେତା ବନିଛନ୍ତି।

Advertisment

ନ୍ୟାଶନାଲ ୱେଷ୍ଟ ଆଫ୍ରିକା ବକ୍ସିଂ ୟୁନିୟନ ଚାମ୍ପିୟନ ତଥା ଏଯାଏ ପରାସ୍ତ ହୋଇ ନଥିବା ଆଫ୍ରିକା ଲାୟନ ଇଲିଆସୁଙ୍କୁ ଦ୍ୱିତୀୟ ରାଉଣ୍ଡରେ ହିଁ ବିଜେନ୍ଦର ନକଆଉଟ କରି ଦେଇଛନ୍ତି। ନକଆଉଟର ଅର୍ଥ ବିଜେନ୍ଦର ଏମିତି ଏକ ପଞ୍ଚ ମାରିଥିଲେ ଯେ ଯେଉଁଥିଲେ ଇଲିଆସୁ ଶକ୍ତ ଆଘାତ ପାଇଥିଲେ। ଫଳରେ ରେଫରୀ ମ୍ୟାଚ୍‌କୁ ସେଇଠାରେ ହିଁ ବନ୍ଦ କରି ବିଜେନ୍ଦର ସିଂହଙ୍କୁ ବିଜେତା ଘୋଷଣା କରିଥିଲେ।

ମ୍ୟାଚରେ ବିଜେନ୍ଦରଙ୍କ ପାଖରୁ ଏକାଧିକ ଅପର କଟ ଓ ହୁକ ପଞ୍ଚ ଦେଖିବାକୁ ମିଳିଥିଲା। ସେ ନିଜର ଶକ୍ତ ପଞ୍ଚ ଜରିଆରେ ଇଲିଆସୁଙ୍କୁ ରିଗିଂର ଦୌଡ଼ି ପାଖକୁ ନେଇ ପ୍ରବଳ ପ୍ରହାର କରିଥିଲେ। ବିଜେନ୍ଦରଙ୍କ ପଞ୍ଚରେ ଘାନା ବକ୍ସର ଜଣଙ୍କ ଆଉ ଅଣ୍ଟା ସଳଖି ଠିଆ ମଧ୍ୟ ହୋଇ ପାରି ନଥିଲେ।

Advertisment

ଆଜିର ବିଜୟ ବିଜେନ୍ଦର ସିଂହଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ୨ ବର୍ଷ ତଳେ ସେ ମ୍ୟାଚ୍‌ ହାରିବା ପରେ ଆଉ ରିଗଂରେ ଲଢ଼େଇ କରି ନଥିଲେ।  ଗୋଆରେ ଅନୁଷ୍ଠିତ ଗୋଟିଏ ଲଢ଼େଇରେ ବିଜେନ୍ଦରଙ୍କୁ ରୁଷର ଆର୍ଟିୟଶ ଲୋପସାନ ୫ମ ରାଉଣ୍ଡରେ ଟେକ୍ନିକାଲ ନକଆଉଟ ଜରିଆରେ ହରାଇ ଦେଇଥିଲେ। ଏହାପୂର୍ବରୁ ବିଜେନ୍ଦର ୧୨ଟି ମ୍ୟାଚ୍‌ ଖେଳି ସବୁଥିରେ ଜିତିଥିଲେ। ହେଲେ ସେ ଲୋପସାନଙ୍କ ପାଖରୁ ପରାସ୍ତ ହୋଇଥିଲେ।

ଇଲିଆସୁଙ୍କୁ ହରାଇ ବିଜେନ୍ଦର ଏବେ ନିଜର ପ୍ରୋ ବକ୍ସିଂ ରେକର୍ଡକୁ ୧୩-୧ କରିଛନ୍ତି। ଇଲିଆସୁ ମଧ୍ୟ ଲଗାତର ୮ଟି ମ୍ୟାଚ୍‌ ଜିତିବା ପରେ ଆଜି ହାରିଛନ୍ତି। ଆଜିର ମ୍ୟାଚ୍‌ରେ ବିଜେନ୍ଦର ନିଜର ଜଲୱା ଦେଖାଇ ୪ଟି ରାଉଣ୍ଡ ପୂର୍ବରୁ ହିଁ ପ୍ରତିପକ୍ଷ ଘାନା ଖେଳାଳିଙ୍କୁ ନକଆଉଟ କରିଦେଇଛନ୍ତି।

ମ୍ୟାଚ୍‌ ଜିତିବା ପରେ ବିଜେନ୍ଦର କହିଛନ୍ତି, “ମୋ ଟିମ୍‌ ମୋ ସହ ରହିଛି। ଫେରିଥିବାରୁ ଭଲ ଲାଗୁଛି। ୨ ବର୍ଷ ପରେ ବିଜୟ ମିଳିଛି। ସିଜିନକୁ ବିଜୟ ସହ ଆରମ୍ଭ କରିବା ଭଲ କଥା। ଡିସେମ୍ବର ୨୦୨୨ କିମ୍ବା ଜାନୁଆରୀ ୨୦୨୩ରେ ମୁଁ ପରବର୍ତ୍ତୀ ଲଢ଼େଇ କରିବି।”