Advertisment

ସରିଲା ଲୁଚକାଳି, ରେସଲର ସୁଶୀଲଙ୍କ ହାତରେ ପଡ଼ିଲା ହାତକଡ଼ି

ନୂଆଦିଲ୍ଲୀ: ରେସଲର ସାଗର ଧନଖର ହତ୍ୟା ମାମଲାରେ ନିଖୋଜ ଥିବା ମୁଖ୍ୟ ଅଭିଯୁକ୍ତ ତଥା ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାରଙ୍କ ହାତରେ ହାତକଡ଼ି ପଡ଼ିିଛି। ପଞ୍ଜାବରେ ରେସଲର ସୁଶୀଲ କୁମାର ଏବଂ ତାଙ୍କର ସାଥୀ ଅଜୟ ଲୁଚି ଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ଏବେ ପଞ୍ଜାବରୁ ଉଭୟଙ୍କୁ ଦିଲ୍ଲୀ ଆଣିବାକୁ ପ୍ରସ୍ତୁତ ହେଉଛି ଦିଲ୍ଲୀ ପୁଲିସ। ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଅନ୍ତର୍ଜାତୀୟ ରେସଲର ହତ୍ୟା ମାମଲାରେ ସୁଶୀଲ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। […]

author-image
Subhransu Sekhar
ଅଦ୍ୟତନ ହୋଇଛି
ସରିଲା ଲୁଚକାଳି, ରେସଲର ସୁଶୀଲଙ୍କ ହାତରେ ପଡ଼ିଲା ହାତକଡ଼ି

wrestler-sushil-kumar

ନୂଆଦିଲ୍ଲୀ: ରେସଲର ସାଗର ଧନଖର ହତ୍ୟା ମାମଲାରେ ନିଖୋଜ ଥିବା ମୁଖ୍ୟ ଅଭିଯୁକ୍ତ ତଥା ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାରଙ୍କ ହାତରେ ହାତକଡ଼ି ପଡ଼ିିଛି। ପଞ୍ଜାବରେ ରେସଲର ସୁଶୀଲ କୁମାର ଏବଂ ତାଙ୍କର ସାଥୀ ଅଜୟ ଲୁଚି ଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ଏବେ ପଞ୍ଜାବରୁ ଉଭୟଙ୍କୁ ଦିଲ୍ଲୀ ଆଣିବାକୁ ପ୍ରସ୍ତୁତ ହେଉଛି ଦିଲ୍ଲୀ ପୁଲିସ।

Advertisment

ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଅନ୍ତର୍ଜାତୀୟ ରେସଲର ହତ୍ୟା ମାମଲାରେ ସୁଶୀଲ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଗତ କିଛି ଦିନ ହେବ ସେ ନିଖୋଜ ଥିଲେ। ଏମିିତିକି ତାଙ୍କ ବାବଦରେ ସୂଚନା ଦେଲେ ପୁଲିସ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ମଙ୍ଗଳବାର କିନ୍ତୁ ଦିଲ୍ଲୀର ରୋହଣୀ କୋର୍ଟରେ ସୁଶୀଲ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

ମେ ୧୫ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ଗତ ସପ୍ତାହରେ ଦିଲ୍ଲୀ ପୁଲିସ କୁମାରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ।

Advertisment

ପୁଲିସ ଅଧିକାରୀ କହିଛନ୍ତି ଯେ ଗିରଫ ହେବା ଭୟରେ ସୁଶୀଲ କୁମାର ତାଙ୍କ ମୋବାଇଲ ନମ୍ୱର ସହିତ ଠିକଣା ବାରମ୍ବାର ପରିବର୍ତ୍ତନ କରୁଥିଲେ। ଆଉ ନୂଆ ସିମରେ ଇଣ୍ଟରନେଟ ଜରିଆରେ ସମସ୍ତଙ୍କୁ କଲ୍ କରୁଥିଲେ। ତେଣୁ ସୁଶୀଲଙ୍କୁ ଧରିବା ପାଇଁ ପୁଲିସକୁ ଅନେକ ହଇରାଣ ହରକତ ହେବାକୁ ପଡିଥିଲା। କିନ୍ତୁ ବିଳମ୍ୱରେ ହେଉ ପଛେ ସୁଶୀଲଙ୍କୁ ଟ୍ରାକ କରି ଗିରଫ କରିବାରେ ଦିଲ୍ଲୀ ପୁଲିସ ସଫଳ ହୋଇଥିବା ଜଣାପଡ଼ିଛି।

ମେ ୪ରେ ରେସଲର ସାଗର ଧନଖର ଏବଂ ତାଙ୍କ ସାଙ୍ଗମାନେ ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ ଏବଂ ତାଙ୍କ ସହଯୋଗୀ ଆକ୍ରମଣ କରିଥିଲେ। ଏହି ସମୟରେ ସାଗର ଧନଖରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ପୁଲିସ ହାତରେ ଲାଗିଛି। ଯେଉଁଥିରେ ସାଗର ଧନଖରର ହତ୍ୟା ପରେ ସୁଶୀଲ ଏକ କାର ଭିତରୁ ବାହାରୁଥିବା ଦେଖିବାକୁ ମିଳିଛି। ଅର୍ଥାତ୍ ସୁଶୀଲଙ୍କ ଇଙ୍ଗିତରେ ଏହି ହତ୍ୟାକାଣ୍ଡ ଘଟିିଥିଲା।

Sagar Dhankhar Murder Case Sushil Kumar