Advertisment

ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସ୍କ୍ୱାଡ

ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଲେ ଅଧିନାୟକ କମିନ୍ସ ଓ ଜୋଶ ହାଜଲେଉଡ। ବାଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟିମକୁ ନୋର୍କିଆଙ୍କ କମବ୍ୟାକ୍।

ଅଦ୍ୟତନ ହୋଇଛି
Pat Cummins and Temba Bavuma

Pat Cummins and Temba Bavuma

Advertisment

ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ୮ ବର୍ଷ ପରେ ଫେରିଥିବା ଏହି ହାଇ ପ୍ରୋଫାଇଲ୍ ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଗୋଟିଏ ପରେ ଗୋଟିଏ ଦେଶ ଏହାର ସ୍କ୍ୱାଡ ଘୋଷଣା କରୁଛନ୍ତି। ଏହି କ୍ରମରେ ଆଜି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଚାମ୍ପିୟନ୍ସ ଟ୍ରଫି ଲାଗି ଏମାନଙ୍କର ସ୍କାଡ ଘୋଷଣା କରିଛନ୍ତି। କଙ୍ଗାରୁ ଦଳର କମାଣ ପ୍ୟାଟ୍ କମିନ୍ସଙ୍କ କାନ୍ଧରେ ରହିଥିବାବେଳେ ଦକ୍ଷିଣ ଆଫ୍ରିକା ପୁଣିଥରେ ଟେମ୍ବା ବାଭୁମାଙ୍କୁ ଏହାର ଅଧିନାୟକ ନିଯୁକ୍ତ କରିଛି। 

Advertisment

ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସବୁ ରାଷ୍ଟ୍ରର କ୍ରିକେଟ ବୋର୍ଡକୁ ଜାନୁଆରୀ ୧୯ ଭିତରେ ସେମାନଙ୍କର ପ୍ରାରମ୍ଭିକ ଦଳ ଘୋଷଣା କରିବାକୁ ଆଇସିସି ନିର୍ଦ୍ଦେଶ ରହିଛି। ଏହି କ୍ରମରେ ଆଜି କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ୱିଲି ସେମାନଙ୍କର ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଆହତ ସମସ୍ୟା କାରଣରୁ ଦଳରୁ ବାହାରେ ଥିବା ଦୁଇ ପ୍ରମୁଖ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଓ ଜୋଶ ହାଜଲେଉଡଙ୍କ ନାଁ ମଧ୍ୟ ସ୍କ୍ୱାଡରେ ରହିଛି।

ଭାରତ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫିରେ ଦମଦାର ବିଜୟ ପରଠାରୁ ଅଧିନାୟକ କମିନ୍ସ ପରିବାର ସହ ଛୁଟି କାଟୁଛନ୍ତି। ଏପରିକି ସେ ଆହତ ଥିବା ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷଣା କରାଯାଇଥିଲା। ସେହିଭଳି ଆହତ କାରଣରୁ ଦଳର ଅନ୍ୟତମ ପ୍ରମୁଖ ବୋଲର ହାଜଲେଉଡ ମଧ୍ୟ ଭାରତ ବିପକ୍ଷରେ ସବୁ ମ୍ୟାଚ୍ ଖେଳିପାରିନଥିଲେ। ଘରୋଇ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ଦେଇଥିବା ମ୍ୟାଟ୍ ଶର୍ଟ ଓ ଆରୋନ ହାର୍ଡିଙ୍କୁ ମଧ୍ୟ ମିଳିଛି ମେଡେନ କଲ୍।

Advertisment

ସେହିଭଳି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ମଧ୍ୟ ଆଜି(ସୋମବାର) ୧୫ ଜଣିଆ ପ୍ରାରମ୍ଭିକ ସ୍କ୍ୱାଡ ଘୋଷଣା କରିଛି। ଟେମ୍ବା ବାଭୁମାଙ୍କ କାନ୍ଧରେ ରହିଛି ଅଧିନାୟକ ଭାର। ହେନରିଚ କ୍ଲାସେନ, ଡେଭିଡ ମିଲର ଓ ରସି ଭାନ୍-ଡେର୍ ଡସେନଙ୍କ ଭଳି ଦକ୍ଷ ବ୍ୟାଟର ବ୍ୟାଟିଂ କ୍ରମର ନେତୃତ୍ୱ ନେବେ। ସେହିଭଳି ଦୁଇ ଅଭିଜ୍ଞ ଦ୍ରୁତ ବୋଲର କାଗିସୋ ରାବାଡା ଓ ଅନରିଚ୍ ନୋର୍କିଆ ବୋଲିଂ ବିଭାଗର ନେତୃତ୍ୱ ନେବେ।

ନୋର୍କିଆ ଆହତ କାରଣରୁ ୨୦୨୩ ଦିନିକିଆ ବିଶ୍ୱକପ୍ ଖେଳିପାରିନଥିଲେ। ଏହି ବିଶ୍ୱକପରେ ଅଷ୍ଟ୍ରେଲିଆଠାରୁ ସେମିଫାଇନାଲରେ ପରାଜୟର ସାମ୍ନା କରିଥିଲା ଦକ୍ଷିଣ ଆଫ୍ରିକା। ଏହା ବ୍ୟତୀତ ଦଳରେ ଟୋନୀ ଡି ଜୋର୍ଜି, ରିଆନ ରିକେଲଟନ, ଟ୍ରିଷ୍ଟନ ଷ୍ଟବ୍ସଙ୍କ ଭଳି ଅଲରାଉଣ୍ଡର ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୁଯୋଗ ପାଇବେ। 

ଦକ୍ଷିଣ ଆଫ୍ରିକା ସ୍କ୍ୱାଡ:
ଟେମ୍ବା ବାଭୁମା (ଅଧିନାୟକ), ଟୋନୀ ଡି ଜୋର୍ଜି, ମାର୍କୋ ଜାନସେନ, ହେନରିଚ କ୍ଲାସେନ, କେଶବ ମହାରାଜ, ଆଡେନ ମାରକ୍ରମ, ଡେଭିଡ ମିଲର, ୱିଆନ ମଲ୍ଡର, ଲୁଙ୍ଗି ଏନଗିଡି, ଅନରିଚ ନୋର୍କିଆ, କାଗିସୋ ରାବାଡା, ରିଆନ ରିକେଲଟନ, ତବ୍ରାଏଜ ଶାମ୍ସି, ଟ୍ରିଷ୍ଟନ ଷ୍ଟବ୍ସ ଓ ରସି ଭାନ-ଡେର ଡସେନ।

ଅଷ୍ଟ୍ରେଲିଆ ସ୍କ୍ୱାଡ:
ପ୍ୟାଟ କମିନ୍ସ (ଅଧିନାୟକ), ଆଲେକ୍ସ କ୍ୟାରୀ, ନାଥନ ଏଲିସ, ଆରୋନ ହାର୍ଡି,  ଜୋଶ ହାଜଲେଉଡ, ଟ୍ରାଭିସ ହେଡ, ଜୋଶ ଇଂଲିସ, ମାର୍ନସ ଲାବୁସେନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମ୍ୟାଟ୍ ଶର୍ଟ, ଷ୍ଟେଭ ସ୍ମିଥ. ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ ଓ ଆଡମ ଜାମ୍ପା।

Cricket Anrich Nortje Temba Bavuma Josh Hazlewood Pat Cummins South Africa Squad Australia Squad Announces Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe