Advertisment

ମେଲବର୍ଣ୍ଣରେ ଭାରତର ଶୋଚନୀୟ ପରାଜୟ, ୧୮୪ ରନରେ ଜିତିଲା ଅଷ୍ଟ୍ରେଲିଆ

୧୩ ବର୍ଷ ପରେ ଭାରତ ବିପକ୍ଷରେ ବକ୍ସିଂ ଡେ ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ। ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପହଞ୍ଚିବା ଆଶା ଏକ ପ୍ରକାର ମଉଳି ଯାଇଛି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
India vs Australia BGT

India vs Australia BGT

ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି। ମେଲବର୍ଣ୍ଣରେ ଖେଳାଯାଇଥିବା ଏହି ମ୍ୟାଚରେ ୧୮୪ ରନରେ ପରାଜୟ ସହିତ ଭାରତୀୟ ଦଳ ସିରିଜରେ ୨-୧ରେ ପଛରେ ପଡିଛି। କେବଳ ଏତିକି ନୁହେଁ, ବକ୍ସିଂ ଡେ ଟେଷ୍ଟରେ ପରାଜୟ ସହ ରୋହିତ ବାହିନୀ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପହଞ୍ଚିବା ଆଶା ମଧ୍ୟ ଏକ ପ୍ରକାର ମଉଳି ଯାଇଛି।

Advertisment

ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ୪୭୪ ରନର ବିଶାଳ ସ୍କୋର କରିଥିଲା ଘରୋଇ ଦଳ। ଯେଉଁଥିରେ ଷ୍ଟିଭ୍ ସ୍ମିଥଙ୍କ ୧୪୦ ରନର ଶତକୀୟ ପାଳି ସାମିଲ ଥିଲା। ଏହାର ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୩୬୯ ରନ୍ ହିଁ କରିପାରିଥିଲା। ୨୧ ବର୍ଷୀୟ ନୀତୀଶ କୁମାର ରେଡ୍ଡୀ ଭାରତ ପାଇଁ ୧୧୪ ରନର ଦମଦାର ଶତକୀୟ ଇନିଂସ ଖେଳିଥିଲେ। ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ଶତକ ଥିଲା। ତେବେ କଙ୍ଗାରୁ ଦଳ ପ୍ରଥମ ଇନିଂସ ଆଧାରରେ ଭାରତୀୟ ଦଳ ଉପରେ ୧୦୫ ରନ୍ ଅଗ୍ରଣୀ ହାସଲ କରିଥିଲା।

ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ମାର୍ନୁସ୍ ଲାବୁସେନଙ୍କ ୭୦ରନ୍ ଏବଂ ଅଧିନାୟକ ପ୍ୟାଟ୍ କମିନ୍ସ ଓ ନାଥାନ୍ ଲାୟନଙ୍କ ୪୧-୪୧ ରନର ପାଳି ବଳରେ ୨୩୪ ରନ୍ ସଂଗ୍ରହ କରି ଭାରତ ଉପରେ ୩୩୯ ରନର ଅଗ୍ରଣୀ ହାସଲ କରିଥିଲା ଘରୋଇ ଦଳ। ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ଆଗରେ ଏହି ମ୍ୟାଚ୍ ଜିତିବା ପାଇଁ ୩୪୦ ରନର ଲକ୍ଷ୍ୟ ରହିଥିଲା। ହେଲେ ଯୁବ ଓପନର ଜୈସୱାଲ(୮୪)ଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ପ୍ରାୟ ନିରାଶ କରିଥିଲେ।

Advertisment

ଋଷଭ ପନ୍ତ ୩୦ ରନର ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିବାବେଳେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବି ଛୁଇଁପାରିନଥିଲେ। ଫଳରେ ଆଜି ମ୍ୟାଚର ଅନ୍ତିମ ଦିନରେ ଦ୍ୱିତୀୟ ଇନିଂସରେ ୭୯.୧ ଓଭର ଖେଳି କେବଳ ୧୫୫ ରନରେ ସମସ୍ତ ୱିକେଟ ହରାଇଛି ଭାରତ। ଏହା ସହିତ ୧୩ ବର୍ଷ ହେବ ବକ୍ସିଂ ଡେ ଟେଷ୍ଟରେ ଭାରତଠାରୁ ଜିତିନଥିବା ଅଷ୍ଟ୍ରେଲିଆ ଏହି ପରାଜୟ ଧାରାକୁ ଭାଙ୍ଗି ୧୮୪ ରନରେ ଏହି ମ୍ୟାଚ୍ ଜିତିନେଇଛି।

India Vs Australia Border-Gavaskar Trophy IND Vs AUS Test Boxing Day Test